ETV Bharat / sports

ଆସେସ ଟେଷ୍ଟ: ତୃତୀୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡର ସ୍କୋର 156/3 - ଟାର୍ଗେଟ

ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଆସେସ ସିରିଜର 3ୟ ଟେଷ୍ଟ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି । ଇଂଲଣ୍ଡ ତୃତୀୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡ 3 ୱିକେଟ ହରାଇ 156 ରନ ସ୍କୋର କରିଛି । ଦଳକୁ ଏହି ମ୍ୟାଚ ଜିତିବାକୁ ହେଲେ ଆଉ 203 ରନ ଆବଶ୍ୟକ। ଇଂଲଣ୍ଡ ହାତରେ ଅଛି 7ଟି ୱିକେଟ।

ଡିଜାଇନ ଫଟୋ
author img

By

Published : Aug 25, 2019, 2:41 AM IST

ଲିଡସ: ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି ଚଳିତ ଆସେସ ସିରିଜର 3ୟ ଟେଷ୍ଟ । ଇନଫର୍ମ ସ୍ମିଥଙ୍କ ବିନା ଖେଳୁଥିବା କଙ୍ଗାରୁ ଦଳ ପ୍ରଥମ ଇଂନିସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର 179 ରନରେ ପୁରା ଟିମ ଅଲଆଉଟ ହୋଇଯାଇଥିଲା । ୱାର୍ଣ୍ଣର 61 ଓ ଲବୁସାନ 74 ରନର ପାଳି ଖେଳିଥିଲେ । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ଜବରଦସ୍ତ ବୋଲିଂ କରି ସର୍ବାଧିକ 6ଟି ୱିକେଟ ଅକ୍ତିଆର କରିଥିଲେ ।

ଏହାପରେ ଇଂଲଣ୍ଡ ଇଂନିସରେ ବଦଲା ନେଇଥିଲେ ଅଷ୍ଟ୍ରେଲିଆ ପେସ ବୋଲର । କ୍ୟାପଟେନ ଜୋ ରୁଟଙ୍କ ସମେତ ଇଂଲଣ୍ଡର 10 ଜଣ ବ୍ୟାଟ୍ସମ୍ୟାନ 2ଅଙ୍କ ସ୍କୋର ଛୁଇଁ ପାରିନଥିଲେ । ଜସ ହେଜଲଉଡ 5ଟି, ପାଟ କମିନ୍ସ 3ଟି ଓ ଜେମ୍ସ ପାଟିନସନ 2ଟି ୱିକେଟ ହାସଲ କରିଥିଲେ । ମାତ୍ର 67 ରନରେ ଘରୋଇ ଇଂଲଣ୍ଡକୁ ଅଲଆଉଟ କରି 112 ର ପ୍ରଥମ ଇଂନିସ ଅଗ୍ରଣୀ ଲାଭ କରିଥିଲା ଅଷ୍ଟ୍ରେଲିଆ।

ଇଂଲଣ୍ଡ ତୃତୀୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡ 3 ୱିକେଟ ହରାଇ 156 ରନ ସ୍କୋର କରିଛି । ଦଳକୁ ଏହି ମ୍ୟାଚ ଜିତିବାକୁ ହେଲେ ଆଉ 203 ରନ ଆବଶ୍ୟକ। ଇଂଲଣ୍ଡ ହାତରେ ଅଛି 7ଟି ୱିକେଟ। ତେବେ 2ୟ ଇଂନିସରେ ଇଂଲଣ୍ଡ 2 ଓପନରଙ୍କୁ ହରାଇ ସାରିଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.