ନୂଆଦିଲ୍ଲୀ: କୋଭିଡ 19 ପଜିଟିଭ ଚିହ୍ନଟ ହେବାପରେ ରବିବାର ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଚେତନ ଚୌହାନ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 73 ବର୍ଷ ବୟସ ହୋଇଥିଲା । ସେ ରବିବାର ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ନିଜର ଓପନର ଯୋଡିଦାର ଚେତନ ଚୌହାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଚୌହାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଗାଭାସ୍କର କହିଛନ୍ତି ଯେ, ଆଜା, ଆଜା, ଗଲେ ମିଲ, ଆମେ ଆମ ଜୀବନର ଅନିର୍ବାଯ୍ୟ ଓଭର ଖେଳୁଛୁ । ଗତ 2ଦିନ 3 ବର୍ଷ ହେବ ଆମେ ଯେତେବେଳେ ଭେଟୁ ସେ ଏପରି ଅଭିବାଦନ କରୁ । ଫିରୋଜଶାହା କୋଟଲା ଷ୍ଟାଡିୟମ ଏପରି ଦୁହେଁ ଭେଟୁ । ମୁଁ ଯେତେବେଳେ କୋଳାଗ୍ରତ କରି ଚେତନଙ୍କୁ କହେ, ଆମକୁ ଆଉ ଏକ ଶତକୀୟ ପାଳି ଖେଳିବାର ଅଛି । ସେତେବେଳେ ସେ ହସୁଥିଲା ଓ କହୁଥିଲା, ଆରେ ବାବା ତମେ ଶତକୀୟ ପାଳି ଖେଳୁଥିଲ, ମୁଁ ନୁହେଁ ।
ମୁଁ କେବେ ବି ଭାବି ନଥିଲି ଜୀବନର ଅନିର୍ବାଯ୍ୟ ଓଭରକୁ ନେଇ ଚେତନର କଥା ଏତେ ଶୀଘ୍ର ସତ ହେଇ ଯିବ । ମତେ ବିଶ୍ବାସ ବି ହେଉ ନାହିଁ ଯେବେ ମୁଁ ଦିଲ୍ଲୀ ଯିବି ଚେତନର ହସ ଓ ଥଟ୍ଟା ଦେଖିବାକୁ ପାଇବି ନାହିଁ । ଗାଭାସ୍କର ଶତକୀୟ ପାଳିକୁ ନେଇ କହିଛନ୍ତି ଯେ, ମୋ ପାଇଁ ସେ 2ଥର ଶତକୀୟ ପାଳି କରୁକରୁ ଆଉଟ ହୋଇଯାଇଛି । 2ଥର ଅଷ୍ଟ୍ରେଲିଆରେ 1980-81 ସିରିଜ ସମୟରେ ହିଁ ହେଇଛି । ଏଡିଲେଡରେ 2ୟ ଟେଷ୍ଟରେ ଚେତନ 97ରନ କରି କ୍ରିଜରେ ଥିଲା ମୁଁ ସେତେବେଳେ ଟିଭିରେ ଦେଖୁଥିଲେ । ମୋ ସାଥୀ ଖେଳାଳିମାନେ ମତେ ବାଲକନୀକୁ ନେଇ ଗଲେ ଓ କହିଲେ ତମ ଯୋଡିଦାରଙ୍କୁ ଉତ୍ସାହିତ କର ।
ମୁଁ ବାଲକୋନୀରେ ଖେଳାଳିଙ୍କୁ ଦେଖିବାକୁ ନେଇ ମୋ ମନରେ ଟିକେ ଅନ୍ଧବିଶ୍ବାସ ରହିଛି କାରଣ ମୁଁ ବାଲକୋନୀରେ ଦେଖିଲେ ବ୍ୟାଟ୍ସମ୍ୟାନ ଆଉଟ ହୋଇଯାଆନ୍ତି । ସେଥିପାଇଁ ମୁଁ ଡ୍ରେସିଙ୍ଗ ରୁମରେ ଟିଭିରେ ମ୍ୟାଚ ଦେଖେ । ସେଦିନ ଚେତନ 97ରନ କରି କ୍ରିଜରେ ଥିଲା ମୁଁ ବାଲକୋନୀରେ ଛିଡା ହୋଇଥାଏ । ପ୍ରଥମ ବଲରେ ହିଁ ଆଉଟ ହୋଇଗଲା ଚେତନ । 2ୟ ଥର ମୁଁ ଆଉ ଚେତନ କ୍ରିଜରେ ଥାଉ । ମୁଁ ଆଉଟ ହେବା ପରେ ଗ୍ରାଉଣ୍ଡରୁ ବାହାରକୁ ଆସୁଥିବା ସମୟରେ ଅଷ୍ଟ୍ରେଲିୟା ଖେଳାଳିଙ୍କ ଅଭଦ୍ର ବ୍ୟବହାର ଯୋଗୁଁ ମୁଁ ବି ମୋର ଧୈର୍ଯ୍ୟ ହରାଇ ବସିଲି । ଏପରି ଗ୍ରାଉଣ୍ଡରେ ଘଟିବା ପରେ ଚେତନ ଖେଳରୁ ନିଜର ଏକଗ୍ରତା ହରାଇ ବସିଲା ଆଉଟ ହୋଇଗଲା । ସେଦିନ ବି କିଛି ରନ ପାଇଁ ହିଁ ଶତକୀୟ ପାଳରୁ ବଞ୍ଚିତ ହୋଇଥିଲେ ।
ଚେତନଙ୍କ ଅନ୍ୟଙ୍କୁ ସାହାଯ୍ୟ କରିବା ଗୁଣ ହିଁ ତାକୁ ରାଜନୀତି ଆଡକୁ ନେଇଥିଲା । ଶେଷ ପର୍ଯ୍ୟନ୍ତ ସେ ସମସ୍ତଙ୍କୁ ଦେଇଛି କିଛି ନେଇ ନାହିଁ । ସେ ବହୁତ ଥଟ୍ଟା ମଜାଳିଆ ମଣିଷଟି ଥିଲା । ଆମେ ଯେତେବେଳେ ଧୁରନ୍ଧର ବୋଲରଙ୍କ ସାମ୍ନା କରିବାକୁ ଯାଉଥୁଲୁ ତା'ର ପ୍ରିୟ ଗୀତ ଥିଲା 'ମୁସ୍କୁରା ଲାଡଲେ ମୁସ୍କୁରା' । ଏପରି ଗାଇ ଟେନସନ କମ କରିବାର ଉପାୟ ଚେତନ ବାହାର କରିଥିଲା । ଏବେ ମୋର ପାର୍ଟନର ଜୀବିତ ନାହିଁ ,ମୁଁ ଏବେ କିପରି ହସି ପାରିବି ? ପାର୍ଟନର, ଭଗବାନ ତମ ଆତ୍ମାକୁ ଶାନ୍ତି ଦିଅନ୍ତୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ