ETV Bharat / sports

ବର୍ଡର- ଗାଭାସ୍କର ଟ୍ରଫିର 4ଟି ପିଚ୍‌କୁ 'ହାଇ ରେଟିଙ୍ଗ' - ବ୍ରିସବେନ ପିଚ୍‌

ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର- ଗାଭାସ୍କର ଟ୍ରଫିରେ ବ୍ୟବହୃତ 4ଟି ପିଚ୍‌କୁ 'ହାଇ ରେଟିଙ୍ଗ' ମିଳିଛି । ସିରିଜରେ ବ୍ୟବହୃତ ଆଡିଲେଡ, ମେଲବର୍ଣ୍ଣ, ସିଡନୀ ଓ ବ୍ରିସବେନର ପିଚକୁ ଆଇସିସି 'ଆଭରେଜ'ରୁ 'ଭେରିଗୁଡ୍‌' ଭିତରେ ରଖିଛି ।

ବର୍ଡର- ଗାଭାସ୍କର ଟ୍ରଫିର 4ଟି ପିଚ୍‌କୁ 'ହାଇ ରେଟିଙ୍ଗ'

author img

By

Published : Jan 25, 2021, 1:12 PM IST

ନୂଆଦିଲ୍ଲୀ: ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର- ଗାଭାସ୍କର ଟ୍ରଫିରେ ବ୍ୟବହୃତ 4ଟି ପିଚ୍‌କୁ 'ହାଇ ରେଟିଙ୍ଗ' ମିଳିଛି । ସିରିଜରେ ବ୍ୟବହୃତ ଆଡିଲେଡ, ମେଲବର୍ଣ୍ଣ, ସିଡନୀ ଓ ବ୍ରିସବେନର ପିଚକୁ ଆଇସିସି 'ଆଭରେଜ'ରୁ 'ଭେରିଗୁଡ୍‌' ଭିତରେ ରଖିଛି ।

ଆଡିଲେଡର ପିଚକୁ 'ଅତିଭଲ' ଶ୍ରେଣୀରେ ରଖାଯାଇଛି । ଆଡିଲେଡ ଟେଷ୍ଟ ମ୍ୟାଚ 3ଦିନରେ ସମାପ୍ତ ହୋଇଥିଲା ।

କ୍ରିକେଟ ଅଷ୍ଟ୍ରେଲିଆର ଚିଫ୍‌ ଅର୍ଲ ଏଡିଙ୍ଗସ କହିଛନ୍ତି ଯେ, ଆମର ଲକ୍ଷ୍ୟ ଶାନଦାର ପ୍ରତିଯୋଗତା ପାଇଁ ଉଚ୍ଚ ସ୍ତରୀୟ ପିଚ୍‌ ପ୍ରସ୍ତୁତ କରିବା ।

ତେବେ ଭାରତ- ଅଷ୍ଟ୍ରେଲିଆ ସିରିଜରେ 2 ଟିମ୍‌ ପକ୍ଷରୁ 3900ରନ୍‌ ସଂଗ୍ରହ କରାଯାଇଛି ଓ 130 ଓ୍ବିକେଟ ହାସଲ ହୋଇଛି ।

ବ୍ରିସବେନ ପିଚକୁ 'ଭଲ -ଅତିଭଲ' ରେଟିଙ୍ଗ୍‌ ମିଳିଛି ଓ ସିଡନୀ ପିଚ୍‌କୁ 'ଆଭରେଜ ଏଣ୍ଡ ଭେରିଗୁଡ୍‌' ରେଟିଙ୍ଗ ମିଳିଛି । ମେଲବର୍ଣ୍ଣ ପିଚ୍‌କୁ 'ଗୁଡ୍‌ ଓ ଭେରି ଗୁଡ୍‌' ରେଟିଙ୍ଗ୍‌ ମିଳିଛି ।

ଆଇସିସିର ସିରିଜ ସମାପ୍ତ ହେବା ପରେ ଟେଷ୍ଟ, ଦିନିକିଆ ଓ ଟି-20 ମ୍ୟାଚ ପାଇଁ ବ୍ୟବହୃତ ପିଚ୍‌ ସମ୍ବନ୍ଧରେ ମ୍ୟାଚ ରେଫରୀଙ୍କ ଠାରୁ ରେଟିଙ୍ଗ୍‌ ମିଳେ । ଏହି ରେଟିଙ୍ଗ୍‌ର ସୂଚନା ଆୟୋଜକ ବୋର୍ଡ ଦେଇଥାଏ । ଯଦି ପିଚ୍‌କୁ ଖରାପ ରେଟିଙ୍ଗ୍‌ ମିଳେ ,ତେବେ ଆୟୋଜକ ବୋର୍ଡକୁ କାରଣ ଦର୍ଶାଇବାକୁ ପଡିଥାଏ । ଏଥିସହ ଆୟୋଜକ ବୋର୍ଡ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.