ETV Bharat / sports

19 ବର୍ଷରୁ କମ କ୍ରିକେଟ ବିଶ୍ବକପ: ଭାରତ ପ୍ରସ୍ତୁତ କହିଲେ ପ୍ରିୟମ - U19 CWC

19 ବର୍ଷରୁ କମ କ୍ରିକେଟ ବିଶ୍ବକପ ପାଇଁ ଭାରତୀୟ ଦଳ ପ୍ରସ୍ତୁତ କହିଛନ୍ତି କ୍ୟାପଟେନ ପ୍ରିୟମ ଗର୍ଗ।

ଭାରତ ପ୍ରସ୍ତୁତ କହିଲେ ପ୍ରିୟମ
ଭାରତ ପ୍ରସ୍ତୁତ କହିଲେ ପ୍ରିୟମ
author img

By

Published : Dec 17, 2019, 4:33 PM IST

ବେଙ୍ଗଲୁରୁ: 19 ବର୍ଷରୁ କମ କ୍ରିକେଟ ବିଶ୍ବକପ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ। ଏହି ହାଇପ୍ରୋଫାଇଲ ଜୁନିୟର ବିଶ୍ବକପ ପାଇଁ ଆଉ ମାତ୍ର 30 ଦିନରୁ କମ ସମୟ ରହିଛି। ସବୁ ଟିମ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ବୋଲି କ୍ୟାପଟେନ ପ୍ରିୟମ ଗର୍ଗ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Indian skipper Priyam Garg
19 ବର୍ଷରୁ କମ ଭାରତୀୟ ଦଳ

ପ୍ରିୟମ କହିଛନ୍ତି ସିନିୟର ଖେଳାଳିଙ୍କ ଠାରୁ ସେ ପରାମର୍ଶ ଗ୍ରହଣ କରୁଛନ୍ତି। କ୍ୟାପଟେନ କୋହଲି, ପୃଥ୍ବୀ ଶଙ୍କ ସହ କଥା ହୋଇଛନ୍ତି। ‘ଦଳ ଉପରେ କୌଣସି ଚାପ ନାହିଁ। ବିଶ୍ବକପ ଭଳି ବଡ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରତିନିଧିତ୍ବ କରିବାର ସୁଯୋଗକୁ ଦାୟିତ୍ବ ଭାବେ ଗ୍ରହଣ କରିଛି ’, ବୋଲି କହିଛନ୍ତି ପ୍ରିୟମ। ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ ଅଛନ୍ତି।

Indian skipper Priyam Garg
19 ବର୍ଷରୁ କମ ଭାରତୀୟ ଦଳ

ଦକ୍ଷିଣ ଆଫ୍ରିକାରେ 2020 ଜାନୁୟାରୀ 17ରୁ ଫେବୃଆରି 9 ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ସବୁଠୁ ସଫଳ ଦଳ । ବର୍ଷ 2000ରେ ମହମ୍ମଦ କୈଫଙ୍କ ନେତ୍ବତ୍ବରେ ଚମ୍ପିଆନ ହୋଇଥିଲା ଭାରତ। ପରେ 2008ରେ ବିରାଟ କୋହଲି, 2012ରେ ଉନ୍ମୁକ୍ତ ଚାନ୍ଦ ଓ ଶେଷଥର ପାଇଁ 2018ରେ ପୃଥ୍ବୀ ଶ ଙ୍କ ନେତୃତ୍ବରେ ଚମ୍ପିଆନ ହୋଇଥିଲା ଭାରତ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.