ଲଣ୍ଡନ: ଇଂଲଣ୍ଡ ଓପନର ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସଙ୍କୁ ନେଇ ବୋଲର କ୍ରିସ ୱର୍କ୍ସଙ୍କ ବଡ ବୟାନ । ହେଲ୍ସଙ୍କୁ 2ୟ ସୁଯୋଗ ମିଳିବା ଉଚିତ । ଇଂଲଣ୍ଡ ଟିମକୁ ହେଲ୍ସ ଫେରିଲେ ସେ ଖୁସିହେବେ ବୋଲି କହିଛନ୍ତି ସ୍ପିଡଷ୍ଟାର କ୍ରିସ ଓର୍କ୍ସ । କେବଳ ସେ ନୁହଁନ୍ତି, ଟିମର ସ୍ବାର୍ଥ ଦୃଷ୍ଟିରୁ ପ୍ରାୟ ଅଧିକାଂଶ ଖେଳାଳି ହେଲ୍ସଙ୍କୁ ଟିମରେ ଦେଖିବାକୁ ଚାହାନ୍ତି ବୋଲି ୱର୍କ୍ସ କହିଛନ୍ତି ।
2019 କ୍ରିକେଟ ବିଶ୍ବକପ ଇଂଲଣ୍ଡ ଟିମରୁ ବାଦ ପଡିଥିଲେ ଷ୍ଟାର ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ । ହେଲ୍ସଙ୍କ ନାମରେ ଡ୍ରଗ୍ସ ସେବନର ଅଭିଯୋଗ ରହିଥିଲା ।
ଆଲେକ୍ସ ହେଲ୍ସ ଇଂଲଣ୍ଡ ପକ୍ଷରୁ 60ଟି ଟି-20 ମ୍ୟାଚ ଖେଳିଛନ୍ତି । 2016 ଟି-20 ବିଶ୍ବକପ ଫାଇନାଲରେ ଖେଳିଥିବା ଇଂଲଣ୍ଡ ଟିର ସଦସ୍ୟ ମଧ୍ୟ ରହିଛନ୍ତି । 2015 ଆଇସିସି ବିଶ୍ବକପରେ ଇଂଲଣ୍ଡର ପ୍ରମୁଖ ବ୍ୟାଟ୍ସମ୍ୟାନ ରହିଥିଲେ ହେଲ୍ସ ।