ETV Bharat / sports

ବିଶ୍ବକପ: ପାକକୁ 238 ରନର ବିଜୟ ଲକ୍ଷ୍ୟ ଦେଲା ନ୍ୟୁଜିଲାଣ୍ଡ

ଆରମ୍ଭରୁ ଝୁଣ୍ଟିବା ପରେ ନ୍ୟୁଜିଲାଣ୍ଡର ପାଳି ସମ୍ଭାଳିଲେ ଜେମ୍ସ ନିସାମ ଓ କଲିନ ଡି ଗ୍ରାଣ୍ଡହୋମ । ପାକ ପାଇଁ 238 ରନର ଟାର୍ଗେଟ ଦେଲା କିୱି ଦଳ । ପାକିସ୍ତାନର ବ୍ୟାଟିଂ ଜାରି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର @cricketworldcup
author img

By

Published : Jun 26, 2019, 9:13 PM IST

ବର୍ମିଙ୍ଘମ: ଆରମ୍ଭରୁ ପାଳି ଦୋହଲିଥିଲେ ବି ପାକ ପାଇଁ 238 ରନର ଟାର୍ଗେଟ ରଖିଛି ବ୍ଲାକକ୍ୟାପ ଦଳ । ଜେମ୍ସ ନିସାମ ଓ କଲିନ ଡି ଗ୍ରାଣ୍ଡହୋମ ସମ୍ଭାଳିଥିଲେ ନ୍ୟୁଜିଲାଣ୍ଡର ପାଳି । 83 ରନରେ 5ଟି ୱିକେଟ ହରାଇଥିବା ନ୍ୟୁଜିଲାଣ୍ଡ ପାଇଁ ଗୋଟିଏ ସମୟରେ 200 ରନ ଅତିକ୍ରମ କରିବା ସମ୍ଭବ ଦେଖା ଯାଉନଥିଲା । କିନ୍ତୁ ନିସାମଙ୍କ 97 ଓ ଗ୍ରାଣ୍ଡହୋମଙ୍କ 64 ବଲରେ 71 ରନ ବଳରେ ନ୍ୟୁଜିଲାଣ୍ଡ 237 ରନ କରିବାରେ ସକ୍ଷମ ହୋଇଥିଲା । ସେପଟେ ପାକିସ୍ତାନ ପାଇଁ ସାହିନ ଆଫ୍ରିଦି 28 ରନ ଦେଇ ସର୍ବାଧିକ ତିନୋଟି ୱିକେଟ ନେଇଥିଲେ ।

early wickets, new zealand, manage, 238 run, target, pakistan, world cup
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର @cricketworldcup

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା କିୱି ଦଳକୁ ପାକିସ୍ତାନ ଦେଇଥିଲା ପ୍ରାରମ୍ଭିକ ଝଟକା । ଦୁଇ ଓପନର ମାର୍ଟିନ ଗୁପ୍ଟିଲ, କଲିନ ମୁର୍ନୋ 5 ଓ 12, ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ରସ ଟେଲର ଓ ପରେ ପରେ ଟମ ଲାଥମ ମଧ୍ୟ ନିଜ ୱିକେଟ ଦେଇ ବସିଥିଲେ । ଏହାପରେ ଅଧିନାୟକ କେନ ୱିଲିୟମସନ ଓ ଜେମ୍ସ ନିସାମ ନ୍ୟୁଜିଲାଣ୍ଡ ପାଳି ସମ୍ଭାଳିଥିଲେ କିନ୍ତୁ 41 ରନ କରି ୱିଲିୟମସନ ଶଦାବ ଖାନଙ୍କ ଶିକାର ହୋଇଥିଲେ । ପରେ ଜେମ୍ସ ନିସାମ ଓ କଲିନ ଡି ଗ୍ରାଣ୍ଡହୋମଙ୍କ 132 ରନର ଭାଗିଦାରି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ବିପର୍ଯ୍ୟୟରୁ ବଞ୍ଚାଇଥିଲା ।

238 ରନ ଲକ୍ଷ୍ୟକୁ ପିଛା କରି ପାକିସ୍ତାନର ବ୍ୟାଟିଂ ଜାରି । ତେବେ ଏହି ମ୍ୟାଚ ପାକିସ୍ତାନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । 6ଟି ମ୍ୟାଚ ଖେଳି ପାକିସ୍ତାନ ପାଖରେ ରହିଛି ମାତ୍ର 6 ପଏଣ୍ଟ । ସେମିଫାଇନାଲରେ ପହଁଞ୍ଚିବା ପାଇଁ ବାକି ଥିବା ତିନୋଟି ମ୍ୟାଚ ପାକସ୍ତାନକୁ ଜିତିବାକୁ ହେବ । ସେପଟେ ନ୍ୟୁଜିଲାଣ୍ଡ 6ଟି ମ୍ୟାଚରୁ 5ଟି ଜିତି ସାରିଛି ତେଣୁ ସେମିଫାଇନାଲରେ ତାର ସ୍ଥାନ ପକ୍କା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ଅନ୍ତର୍ଜାତୀୟ ନିଶା ବିରୋଧ ଦିବସ । -

Body:ନିଶା ବିଗାଡୁଛି ଯୁବ ପିଢ଼ି ଙ୍କୁ ।ନିଶା ପାଇଁ ପଥ ଭ୍ରଷ୍ଟ ହେଉଛନ୍ତି ଯୁବ ବର୍ଗ ଓ ଛାତ୍ର ସମାଜ । ବଢୁଛି ଅବୈଧ ସମ୍ପର୍କ। ଯାହା ବିରୁଦ୍ଧରେ ସଚେତନତା ସୃଷ୍ଟି ପାଇଁ ଅନୁଗୋଳ ଜିଲା ପ୍ରଶାସନ ଓ ଜିଲା ଅବକାରୀ ବିଭାଗ ପାଳନ କରିଛି ମାଦକ ଦ୍ରବ୍ୟର ଅପବ୍ୟବହାର ଓ ଅବୈଧ କାରବାର ବିରୋଧୀ ଅନ୍ତର୍ଜାତୀୟ ଦିବସ । ଏହି ଅବସର ସଚେତନତା ଶୋଭାଯାତ୍ରା ସହ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଙ୍କୁ ନେଇ ସଚେତନତା ସଭା ମଧ୍ୟ କରିଛି । ଜିଲାପରିସଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଅନ୍ତର୍ଜାତୀୟ ଦିବସ ରେ ଶିକ୍ଷା ଓ ସମାଜ ମଙ୍ଗଳ ବିଭାଗର ଧିକାରୀମାନେ ଯୋଗ ଦେଇ ନିଶା ପାଇଁ ପଥ ହୁଡୁଥିବା ଛାତ୍ର ଓ ଯୁବ ସମାଜ ସତ ମାର୍ଗଗରେ ଯିବାକୁ ପରାମର୍ଶ ଦେଇଥିଲେ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.