ETV Bharat / sports

ଆବୁଧାବି ଟି 10: କ୍ରିସ ଗେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, 22 ବଲରେ 84‌

author img

By

Published : Feb 4, 2021, 7:19 PM IST

2 ବଲରୁ 84 ରନର ଅପରାଜିତ ଇଂନିସ ଖେଳି ଆବୁଧାବି ଟିମକୁ 9 ୱିକେଟରେ ବିଜୟୀ କରାଇଛନ୍ତି କ୍ରିସ ଗେଲ୍‌ । ଅଧିକ ପଢନ୍ତୁ...

Abu Dhabi T10: Gayle slams 84 of just 22 balls as Team Abu Dhabi registers emphatic win
ଆବୁଧାବି ଟି10: କ୍ରିସ ଗେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, 22 ବଲରେ 84‌

ଆବୁଧାବି: ଟି 10 ଟୁର୍ଣ୍ଣାମେଣ୍ଟରେ ନିଜର ଚିରାଚରିତ ବିସ୍ଫୋରକ ବ୍ୟାଟିଂ ଅବତାର ଦେଖାଇଛନ୍ତି କ୍ରିସ ଗେଲ୍‌ । 22 ବଲରୁ 84 ରନର ଅପରାଜିତ ଇଂନିସ ଖେଳି ଆବୁଧାବି ଟିମକୁ 9 ୱିକେଟରେ ବିଜୟୀ କରାଇଛନ୍ତି ଗେଲ୍‌ । ମାରାଥା ଆରବିଆନସ ବିପକ୍ଷ ମ୍ୟାଚରେ 9ଟି ଛକା ଓ 6ଟି ଚୌକା ସହାୟତାରେ ଏହି ମାରାଥନ ଇଂନିସ ଖେଳିଛନ୍ତି ୟୁନିଭର୍ସ ବସ୍‌ ।

ପ୍ରଥମେ ବ୍ୟାଟିଂ କରି ମାରାଥା ଆରବିଆନସ 4 ୱିକେଟ ହରାଇ 97 ରନ କରିଥିଲା । ତେବେ ଗେଲ୍‌ଙ୍କ ବିସ୍ଫୋରକ ଇଂନିସ ସହାୟତାରେ ମାତ୍ର 5.3 ଓଭରରେ 27 ବଲ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ଆବୁଧାବି ।

Abu Dhabi T10: Gayle slams 84 of just 22 balls as Team Abu Dhabi registers emphatic win
କ୍ରିସ ଗେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ

84 ରନ ମଧ୍ୟରୁ 78 ରନ କେବଳ ବାଉଣ୍ଡ୍ରୀ ମାଧ୍ୟମରେ ଆସିଥିଲା । ମାତ୍ର 12ଟି ବଲରୁ ଅର୍ଦ୍ଧଶତକ ହାସଲ କରିବାସହ ଟି10 କ୍ରିକେଟ ଇତିହାସର ମହମ୍ମଦ ସେହଜାଦଙ୍କ ରେକର୍ଡ ସହ ସମକକ୍ଷ ହୋଇଥିଲେ ଗେଲ୍‌ । ପୂର୍ବରୁ 2018 ସଂସ୍କରଣରେ ସେହଜାଦ ରାଜପୁତ ପକ୍ଷରୁ ଖେଳି ଏହି ରେକର୍ଡର ଅଧିକାରୀ ହୋଇଥିଲେ ।

ସଂକ୍ଷିପ୍ତ ସ୍କୋର: ମାରାଥା ଆରବିଆନସ 97/4(ଆଲିସାନ ସାଫରୁ 33, ମହମ୍ମଦ ହାଫିଜ 20, ଓବେଦ ମକୟ 2-20); ଟିମ ଆବୁଧାବି 100/1(କ୍ରିସ ଗେଲ୍‌ 84*, ମୋଶଦେକ ହୋସେନ 1-22) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.