ETV Bharat / sports

ଭାରତ ବନାମ ଇଂଲଣ୍ଡ ନିର୍ଣ୍ଣାୟକ ଦିନିକିଆ

ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଖେଳାଯିବ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ । ଅଧିକ ପଢନ୍ତୁ...

author img

By

Published : Mar 27, 2021, 10:34 PM IST

A Preview: What India need to clinch ODI series
ଭାରତ ବନାମ ଇଂଲଣ୍ଡ ନିର୍ଣ୍ଣାୟକ ଦିନିକିଆ

ପୁନେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ ।

ପ୍ରଥମ ମ୍ୟାଚକୁ 66 ରନ୍‌ରେ ଜିତିବା ପରେ ଇଂଲଣ୍ଡ ଦ୍ବିତୀୟ ମ୍ୟାଚକୁ 6 ୱିକେଟରେ ଜିତିବା ସହ ସିରିଜ ବରାବର କରିଛି । 337 ରନର ବିଜୟ ଲକ୍ଷ୍ୟକୁ ଭ୍ରମଣକାରୀ ଦଳ ମାତ୍ର 44 ଓଭରରେ ହାସଲ କରିନେଇଥିଲା ।

ଭାରତୀୟ ବୋଲର ପ୍ରଥମ ମ୍ୟାଚରେ ଇଂଲଣ୍ଡର ମଧ୍ୟକ୍ରମ ବ୍ୟାଟିଂକୁ ଧୁଳିଶାତ କରିଥିଲେ ମାତ୍ର ଦ୍ବିତୀୟ ମୁକାବିଲାରେ ସଫଳ ହୋଇନଥିଲେ । ସ୍ପିନର କୁଲଦୀପ ଯାଦବ ଓ କ୍ରୁଣାଳ ଯାଦବ ଭାରତର 4ର୍ଥ ଓ 5ମ ବୋଲର ରହିଥିଲେ ମାତ୍ର ମିଳିତ ଭାବେ 16 ଓଭରରେ 156 ରନ ବ୍ୟୟ କରିଥିଲେ । ଏହି ତୁଳନାରେ ଇଂଲଣ୍ଡର ଆଦିଲ ରସିଦ ଓ ମୋଇଲ ଅଲୀଙ୍କ ପ୍ରଦରଶନ ଭଲ ରହିଥିଲା ।

ତୃତୀୟ ମ୍ୟାଚରେ ଭାରତ ଚାଇନାମ୍ୟାନ କୁଲଦୀପ ଯାଦବଙ୍କ ସ୍ଥାନରେ ଲେଗସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରିପାରେ । ଟି20 ସିରିଜର କିଚି ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହେବାପରେ, ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଚହଲଙ୍କୁ ସୁଯୋଗ ମିଳିନାହିଁ । ଭାରତୀୟ ଦ୍ରୁତ ବୋଲିଂ ବିଭାଗ ପ୍ରଭାବୀ ସାବ୍ୟସ୍ତ ହୋଇଛି ।

ଅନ୍ୟପଟେ ଦୁଇ ଇଂଲଣ୍ଡ ଓପନର ଜନ୍ନି ବେୟାରଷ୍ଟୋ ଓ ଜେସନ ରୟ ଉଭୟ ଦିନିକିଆରେ ଶତକୀୟ ଭାଗିଦାରୀ କରିଛନ୍ତି । ଫଳରେ ଭାରତକୁ ପ୍ରାରମ୍ଭିକ ସଫଳତା ହାସଲ କରିବାକୁ ହେବ ।

ବେନ ଷ୍ଟୋକ୍ସ ଶୁକ୍ରବାର 52 ବଲ୍‌ରୁ 99 ରନର ଅବିଶ୍ବସନୀୟ ଇଂନିସ ଖେଳିବା ସହ ଭାରତ ହାତରୁ ମ୍ୟାଚ ଛଡାଇ ନେଇଥିଲେ ।

ସେହିପରି ଭାରତୀୟ ମଧ୍ୟକ୍ରମ ମଧ୍ୟ କେଏଲ ରାହୁଲ ଓ ଋଷଭ ପନ୍ତଙ୍କୁ ନେଇ ବେଶ ଶକ୍ତିଶାଳୀ ରହିଛି । ପନ୍ତ ଦ୍ବିତୀୟ ଦିନିକିଆରେ 40 ବଲ୍‌ରୁ 77 ରନର ଇଂନିସ ଖେଳିଥିଲେ ।

ନିର୍ଣ୍ଣାୟକ ମ୍ୟାଚ ହୋଇଥିବାରୁ ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷ ଦୁଇଟି ସ୍ଥାନରେ ଥିବା ଦୁଇ ଟିମ ମଧ୍ୟରେ ପୁଣି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିପାରେ । ଏହି ମ୍ୟାଚ ବିଜୟ ସହ ଭାରତ ଟେଷ୍ଟ ଓ ଟି20 ସିରିଜର ପରେ ଦିନିକିଆ ସିରିଜ ବିଜୟ ଲକ୍ଷ୍ୟରେ ରହିବ ।

ଭାରତ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା(ଭାଇସ-କ୍ୟାପଟେନ), ଶିଖର ଧାୱନ, ଶୁଭମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ(ୱିକେଟ କିପର), କେଏଲ ରାହୁଲ(ୱିକେଟ କିପର), ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, କ୍ରୁଣାଳ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ଟି.ନଟରାଜନ, ଭୁବନେଶ୍ବର କୁମାର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରୀଷ୍ଣା, ଶାର୍ଦ୍ଦୁଳ ଠାକୁର ।

ଇଂଲଣ୍ଡ: ଜସ୍‌ ବଟଲର(କ୍ୟାପଟେନ), ମୋଇନ ଅଲୀ, ଜୋନାଥନ ବେୟାରଷ୍ଟୋ, ସାମ ବିଲିଙ୍ଗସ, ସାମ କରନ, ଟମ କରନ, ଲିଆମ ଲିଭଂଷ୍ଟୋନ, ମାଟ ପାର୍କିନସନ, ଆଦିଲ ରସିଦ, ଜେସନ ରୟ, ବେନ ଷ୍ଟୋକ୍ସ, ରିସ ଟପଲେ, ମାର୍କ ଉଡ, ଡେୱିଡ ମଲାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.