ETV Bharat / sports

5ଟି ଘଟଣା, ଯାହା ବଦନାମ କରିଥିଲା ଭାରତୀୟ କ୍ରିକେଟକୁ

ଭାରତୀୟ କ୍ରିକେଟରେ ମଧ୍ୟ ଏମିତି 5ଟି ଘଟଣା ରହିଛି, ଯାହା ଭାରତୀୟ ଖେଳାଳିଙ୍କ ଏକତା ଉପରେ ଅଙ୍ଗୁଳି ଉଠାଇଛି । ତେବେ ନଜର ପକାନ୍ତୁ ଭାରତୀୟ କ୍ରିକେଟରେ ଘଟିଥିବା ଏହି ଘଟଣାବଳୀକୁ ନେଇ ଆମର ଏହି ଖାସ ରିପୋର୍ଟ ଉପରେ ।

author img

By

Published : Jul 31, 2019, 4:03 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: କ୍ରିକେଟକୁ ଜେଣ୍ଟିଲମ୍ୟାନଙ୍କ ଗେମ ବୋଲି କୁହାଯାଏ । ମାତ୍ର କ୍ରିକେଟରେ ଏମିତି କିଛି କଳଙ୍କ ରହିଛି, ଯେଉଁଥି ପାଇଁ ଏହି ଜେଣ୍ଟିଲମ୍ୟାନ ଗେମ୍‌ ମଧ୍ୟ ବଦନାମ ହୋଇଛି । ସ୍ପଷ୍ଟ ଫିକ୍ସିଂ, କ୍ରିକେଟ ରାଇଭାଲ୍ସ, ବଲ ଟାମ୍ପରିଂ, ଦୁର୍ବଳ ଅମ୍ପେୟାରିଂ ଭଳି ଅନେକ କିଛି ଏହାର ଉଦାହରଣ ।

ମାତ୍ର ଏସବୁ ବ୍ୟତିତ ଆଉ ଏକ କଳଙ୍କ ରହିଛି ଯାହା କେବଳ କ୍ରିକେଟ ନୂହେଁ ବରଂ ଗୋଟିଏ ଦେଶର କ୍ରୀଡା ଉପରେ ପ୍ରଶ୍ନବାଚୀ ଆଣିଥାଏ । ଆଉ ଏହା ହେଉଛି ଦଳର ଖେଳାଳିଙ୍କ ମଧ୍ୟରେ ମତଭେଦ । ତେବେ ଭାରତୀୟ କ୍ରିକେଟରେ ମଧ୍ୟ ଏମିତି 5ଟି ଘଟଣା ରହିଛି, ଯାହା ଭାରତୀୟ ଖେଳାଳିଙ୍କ ଏକତା ଉପରେ ଅଙ୍ଗୁଳି ଉଠାଇଛି । ତେବେ ନଜର ପକାନ୍ତୁ ଭାରତୀୟ କ୍ରିକେଟରେ ଘଟିଥିବା ଏହି ଘଟଣାବଳୀକୁ ନେଇ ଆମର ଏହି ଖାସ ରିପୋର୍ଟ ଉପରେ ।

ବିରାଟ-ରୋହିତ ରାଇଭାଲ୍ସ-

ସଦ୍ୟସମାପ୍ତ ବିଶ୍ବକପ ପରେ ଭାରତୀୟ ଦଳର ଏହି ଦୁଇ ଶକ୍ତିଙ୍କୁ ନେଇ ଚର୍ଚ୍ଚା ହେଉଥିବା ଏହା ତାଜା ଘଟଣା । ଯଦିଓ ସୋମବାର ପ୍ରେସ କନଫରେନ୍ସରେ ବିରାଟ ଏହି ଚର୍ଚ୍ଚାକୁ ଖଣ୍ଡନ କରିସାରିଛନ୍ତି । ମାତ୍ର ଏବେ କିଛି ପ୍ରଶ୍ନର ଉତ୍ତର ସ୍ପଷ୍ଟ ହୋଇପାରିନାହିଁ ।

dressing room spat
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଜୁଲାଇ 9 ବିଶ୍ବକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତୀୟ ଦଳର ପରାଜୟ ପରେ ଜାତୀୟ ଗଣମାଧ୍ୟମର ଟପ ନ୍ୟୁଜ ପାଲଟିଛି ବିରାଟ-ରୋହିତଙ୍କ ରାଇଭାଲ୍ସ । କିଛି ମିଡିଆ ରିପୋର୍ଟ ଅନୁସାରେ ଏବେ ଭାରତୀୟ ଦଳ ଦୁଇ ଗୋଷ୍ଠିରେ ବିଭକ୍ତ । ଗୋଟିଏ ବିରାଟ ଗୋଷ୍ଠି ଓ ଅନ୍ୟଟି ରୋହିତ ଗୋଷ୍ଠି । ଅନ୍ୟ କିଛିଙ୍କ କହିବା କଥା ହେଲା, ଏବେ ଭାରତୀୟ ଦଳ ମଧ୍ୟରେ ଆଇପିଏଲ ଯୁଦ୍ଧ ଚାଲିଛି । ରୟାଲ୍ସ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ।

ମୁଲତାନ ଟେଷ୍ଟରେ ସଚିନ-ରାହୁଲ କଣ୍ଟ୍ରୋଭର୍ସି-

ପାକିସ୍ତାନ ବିପକ୍ଷ ମୁଲତାନ ଟେଷ୍ଟରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ଭାରତୀୟ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ଯାହା ଭାରତୀୟ କ୍ରିକେଟକୁ ଦୋହଲାଇ ରଖି ଦେଇଥିଲା । ମ୍ୟାଚର 2ୟ ଦିନରେ 194ରନ କରି କ୍ରିଜରେ ଅପରାଜିତ ରହିଥିଲେ ସଚିନ । ଏକ ଛୋଟ ବିରତି ପରେ ହଠାତ୍‌ ଦ୍ରାବିଡ୍‌ ପାଳି ସମାପ୍ତ ଘୋଷଣା କରିଦେଲେ । ଏହା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଦଳର ଖେଳାଳି ଓ ସଚିନ । ମାତ୍ର 6ରନ ପାଇଁ ଆଉ ଏକ ଦ୍ବିଶତକ ଯୋଡିବାରୁ ଦୂରରେ ରହିଗଲେ ସଚିନ ।

dressing room spat
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ପାଳି ଘୋଷଣା ହେବା ପରେ କୌଣସି ପ୍ରଶ୍ନ ନକରି ପାଭିଲିୟନ ଫେରି ଆସିଥିଲେ ସଚିନ । ଆଉ ଏନେଇ କେବେ ବି କାହାକୁ ପ୍ରଶ୍ନ କରି ନାହାଁନ୍ତି କ୍ରିକେଟର କିମ୍ବଦନ୍ତୀ ବୋଲାଉଥିବା ଏହି ମହାନ କ୍ରିକେଟର । ମାତ୍ର ଏହି କଥା ସଚିନ ତାଙ୍କ ବାୟୋଗ୍ରାଫିରେ କହିଛନ୍ତି ।

ଶ୍ରୀସନ୍ଥଙ୍କ ଗାଲରେ ଭଜିଙ୍କ ଚାପୁଡା-

ଭାରତୀୟ କ୍ରିକେଟରେ ସର୍ବ ବୃହତ କଣ୍ଟ୍ରୋଭର୍ସି ହେଉଛି ଶ୍ରୀସନ୍ଥଙ୍କୁ ଭଜି ଚାପୁଡା ମାରିବା । ଇଣ୍ଡିଆନ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ଘଟିଥିଲା ଏହି ଘଟଣା । ମ୍ୟାଚ ପରେ ପୁରସ୍କାର ବିତରଣ ଉତ୍ସବରେ ହଠାତ୍‌ ଶ୍ରୀସନ୍ଥ କାନ୍ଦିବାକୁ ଲାଗିଲେ । ପରେ ଜଣାପଡିଲା ଯେ, ମ୍ୟାଚରେ ପରାଜୟ ପାଇଁ ଭଜି ତାଙ୍କୁ ଏକ ଶକ୍ତ ଚାପୁଡା ମାରିଥିଲେ ।

dressing room spat
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ପରେ ଏଥିପାଇଁ ଭଜିଙ୍କୁ ପୁରା ସିଜନରୁ ବାଦ ଦିଆଗଲା । ଏଥି ସହିତ ଉକ୍ତ ସିଜିନର ଦରମା ମଧ୍ୟ ଭଜିଙ୍କୁ ମିଳିନଥିଲା । ଆଉ ଆଗାମୀ 5ଟି ଦିନିକିଆରୁ ମଧ୍ୟ ଭଜିଙ୍କୁ ବ୍ୟାନ କରିଥିଲା ବିସିସିଆଇ ।

ଗାଙ୍ଗୁଲି-ଚାପେଲ କଣ୍ଟ୍ରୋଭର୍ସି-

dressing room spat
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଭାରତୀୟ କ୍ରିକେଟ ଇତିହାସରେ ଅନ୍ୟତମ କଣ୍ଟ୍ରୋଭର୍ସି ହେଉଛି ନାଟୱେ ଟ୍ରଫି ବିଜୟୀ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଭାରତୀୟ ପୂର୍ବତନ କୋଚ ଗ୍ରେଗ୍‌ ଚାପେଲଙ୍କ ଯୁଦ୍ଧ । ଜିମ୍ବାୱେ ଗସ୍ତ ପୂର୍ବରୁ ଗାଙ୍ଗୁଲିଙ୍କୁ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ ନବ ନିୟୋଜିତ ହୋଇଥିବା କୋଚ୍‌ ଗ୍ରେଗ୍‌ ଚାପେଲ । ତେବେ ଗାଙ୍ଗୁଲିଙ୍କ ଏହି ବୟାନ ପରେ କ୍ରୀଡା ଜଗତରେ ଯୁଦ୍ଧ ସୃଷ୍ଟି ହୋଥିଲା ।

କପିଲ-ଗାଭାସ୍କର କଣ୍ଟ୍ରୋଭର୍ସି-

dressing room spat
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଭାରତୀୟ କ୍ରିକେଟ ଇତିହାସରେ ଅନ୍ୟତମ କଣ୍ଟ୍ରୋଭର୍ସି ହେଉଛି କପିଲ ଦେବ ଓ ସୁନୀଲ ଗାଭାସ୍କରଙ୍କ ମଧ୍ୟରେ ହୋଇଥିବା ମତଭେଦ । ଘଟଣାଟି ଘଟିଥିଲା 1984-85 ମସିହା ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ । 2ୟ ଟେଷ୍ଟ ମ୍ୟାଚରେ କପିଲଙ୍କ ଦୁର୍ବଳ ସର୍ଟ ପାଇଁ ସହଜ ମ୍ୟାଚ ଡ୍ର ହୋଇଥିଲା । ଫଳରେ ଆଗାମୀ ମ୍ୟାଚ ପାଇଁ ଦଳୀୟ ଏକାଦଶରେ କପିଲଙ୍କୁ ସ୍ଥାନ ଦେଇନଥିଲେ ଗାଭାସ୍କର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସ୍ଲଗ: ପାଞ୍ଚୋଟି ପ୍ରଶ୍ନ ନେତାଙ୍କୁ – ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ  ବିଜେପି ଦଳର ପ୍ରାର୍ଥୀ  ଦେବରାଜ ମହାନ୍ତି..
ରିପୋର୍ଟର: ସମୀରଆଚାର୍ଯ୍ୟ,
ଫମାର୍ଟ  :ୱାନ୍ ଟୁ ୱାନ୍ ,
ସ୍ଥାନ      :   ବ୍ରହ୍ମପୁର ,
ତାରିଖ    : ୧୫-୦୪-୧୮.(ଭିଜୁଆଲ ମୋଜୋ ରେ ଯାଇଛି) 
(ଆଙ୍କର)-ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ଏଠାରେ ଚଳିତଥର   ବିଜେପି ଦଳର ପ୍ରାର୍ଥୀ ହୋଇଛନ୍ତି   ସ୍ଥାନୀୟ ବିଧାୟକ ଦେବରାଜ ମହାନ୍ତି ।ବିଜେଡି ଦଳରେ ଦୀର୍ଘ ବର୍ଷ ଧରି ରହି ଆସିଥିବା ଦେବରାଜ ମହାନ୍ତି ଚଳିଳବର୍ଷ ନିର୍ବାଚନ ପୁର୍ବରୁ ଦଳୀୟ ଟିକେଟ ନମିଳିବାରୁ ଶେଷରେ ବିଜେପି ରେ ସାମିଲ ହୋଇ ପଦ୍ମ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ବିଜେଡି ରୁ ଆସିକା ର ସା°ସଦ ତଥା ଗତ କିଛି ଦିନ ତଳେ ପରଲୋକ ହୋଇଥିବା ଲଡୁ କିଶୋର ସ୍ବାଇଁ ଙ୍କ ପତ୍ନୀ ମଞ୍ଜୁଳା ସ୍ବାଇଁ ଙ୍କୁ ପ୍ରାର୍ଥୀ କରିଥିବା ବେଳେ କ°ଗ୍ରେସ ଦଳରୁ ପ୍ରାର୍ଥୀ ହୋଇଛନ୍ତି ମନୋଜ କୁମାର ଜେନା ।ଏଠାରେ ଦଳୀୟ ଓ  ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଯାଗ ମୋଟ ୬ ଜଣ ପ୍ରତିଦ୍ବନ୍ଦିତା କରୁଥିବା ବେଳେ
ବିଜେପି ଦଳର ପ୍ରାର୍ଥୀ ଦେବରାଜ ମହାନ୍ତି    ବିଜୟୀ ହେଲେ   ନିର୍ବାଚନୀ ମଣ୍ଡଳୀରେ ବିକାଶ ପାଇଁ କଣ ରହିବ ମୁଖ୍ୟ ଅଗ୍ରାଧିକାର , ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ କଣ ରହିଛି ତାଙ୍କ ଯୋଜନା ,ବର୍ଷ ବର୍ଷ ଧରି ହୋଇପାରୁନଥିବା କାର୍ଯ୍ୟକୁ କିଭଳି କରିବେ  ଏଭଳି  ବିଷୟକୁ ନେଇ  ଇଟିଭି ଭାରତର ପାଞ୍ଚୋଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ସବୁ ଉତ୍ତର ରଖିଥିଲେ  ସ୍ଥାନୀୟ ବିଧାୟକ ଦେବରାଜ ମହାନ୍ତି ।
ୱାନ୍ ଟୁ ୱାନ୍
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.