ETV Bharat / sports

ମାନ୍ଧାନା-ପୁନମଙ୍କ ବିସ୍ଫୋରକ ଇଂନିସ, ଭାରତ 9 ୱିକେଟରେ ବିଜୟୀ - ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ

ଭେଟେରାନ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀଙ୍କ ଘାତକ ବୋଲିିଂ ପରେ, ସ୍ମୃତି ମାନ୍ଧାନା ଓ ପୁନମ ରାଉତଙ୍କ ଦମଦାର ଅପରାଜିତ ଇଂନିସ ବଳରେ ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକାକୁ 9 ୱିକେଟରେ ହରାଇଛି । ଅଧିକ ପଢନ୍ତୁ...

2nd ODI: India women race to 9-wkt win over SA
ମାନ୍ଧାନା-ପୁନମଙ୍କ ବିସ୍ଫୋରକ ଇଂନିସ, ଭାରତ 9 ୱିକେଟରେ ବିଜୟୀ
author img

By

Published : Mar 9, 2021, 3:59 PM IST

ଲକ୍ଷ୍ନୌ: ସ୍ମୃତି ମାନ୍ଧାନା ଓ ପୁନମ ରାଉତଙ୍କ ଦମଦାର ଅପରାଜିତ ଇଂନିସ ବଳରେ ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକାକୁ 9 ୱିକେଟରେ ହରାଇଛି । ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଭାରତର ଜବରଦସ୍ତ ପ୍ରଦର୍ଶନ ।

ପ୍ରଥମେ ବଲ୍‌ରେ ଭେଟେରାନ ଦ୍ରୁତ ବୋଲର ଝୁରଦଳ ଗୋସ୍ବାମୀ ଘାତକ ବୋଲିଂ ସହ 4 ଜଣ ଭ୍ରଣମକାରୀ ଦଳର ଖେଳାଳିଙ୍କୁ ପାଭିଲିୟନ ଫେରାଇଦେଇଥିଲେ । ଫଳରେ 41 ଓଭରରେ 157 ରନରେ ସମସ୍ତ ୱିକେଟ ହରାଇଥିଲା ଦକ୍ଷିଣ ଆଫ୍ରିକା ।

ପରେ 158 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଘରୋଇ ଦଳ । ଓପନର ସ୍ମୃତି ମାନ୍ଧାନା 64 ବଲରୁ ବିସ୍ଫୋରକ ବ୍ୟାଟିଂ ସହ ଅପରାଜିତ 80 ରନର ମ୍ୟାଚ ବିଜଯୀ ଇଂନିସ ଖେଳିଥିଲେ । ମାନ୍ଧାନାଙ୍କ ମାରାଥନ ଇଂନିସରେ 10ଟି ଚୌକା ଓ 3ଟି ଛକା ସାମିଲ ରହିଛି । ପୁନମ ରାଉତ ମଧ୍ୟ 62 ରନର ଅପରାଜିତ ଇଂନିସ ଖେଳିଥିଲେ । ପରେ ଭାରତ ମାତ୍ର 28.4 ଓଭରରେ 160/1 ସହ ବିଜୟ ଲକ୍ଷ୍ୟକୁ ପାର୍‌ କରିଥିଲା । ଏଥିସହ 5 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ 1-1ରେ ବରାବର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.