ETV Bharat / sports

2ୟ ଆସେସ ଟେଷ୍ଟ: ଅଷ୍ଟ୍ରେଲିଆ ଦଳରେ ଷ୍ଟାର୍କ-ହେଜଲଉଡ, ଇଂଲଣ୍ଡ ଦଳରେ ଆର୍ଚର ସାମିଲ

author img

By

Published : Aug 14, 2019, 8:44 AM IST

2ୟ ଆସେସ ଟେଷ୍ଟ ପାଇଁ 12 ଜଣିଆ ଅଷ୍ଟ୍ରେଲିଆ ଦଳରେ ମିଚେଲ ଷ୍ଟାର୍କ ଓ ଜସ ହେଜଲଉଡ ସାମିଲ ହୋଇଛନ୍ତି । ପ୍ରଥମ ମ୍ୟାଚ ଖେଳିଥିବା ପାଟିନସନଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଅନ୍ୟପଟେ ପେସ ବୋଲର ଜୋଫ୍ରା ଆର୍ଚରଙ୍କୁ ଦଳରେ ସାମିଲ କରିଛି ଇଂଲଣ୍ଡ । ଆର୍ଚର କ୍ରିକେଟର ଲମ୍ବା ଫର୍ମାଟରେ ଆସେସ ଟେଷ୍ଟରେ ଡେବ୍ୟୁ କରିପାରନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ପ୍ରଥମ ଆସେସ ଟେଷ୍ଟରେ ଅଷ୍ଟ୍ରେଲିଆ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ବିଜୟୀ ହୋଇଥିଲା । ତେବେ ପେସ ବାହିନୀକୁ ଆହୁରି ଶକ୍ତିଶାଳୀ କରିବା ପାଇଁ 12 ଜଣିଆ ଦଳରେ ଷ୍ଟାର୍କ ଓ ହେଜଲଉଡଙ୍କୁ ସାମିଲ କରିଛି ଅଷ୍ଟ୍ରେଲିଆ। ପ୍ରଥମ ମ୍ୟାଚ ଖେଳିଥିବା ପାଟିନସନଙ୍କୁ ଦଳରେ ସ୍ଥାନ ମିଳିନାହିଁ ।

କଙ୍ଗାରୁ କୋଚ ଜଷ୍ଟିନ ଲାଙ୍ଗର ପ୍ରେସ କନଫରେନ୍ସରେ 6ଜଣ ପେସ ବୋଲରଙ୍କୁ ଚାହାଁନ୍ତି ବୋଲି କହିଛନ୍ତି । ସମସ୍ତଙ୍କୁ ପ୍ରଭାବି ପ୍ରଦର୍ଶନ କରିବାକୁ ସୁଯୋଗ ମିଳିବ । ପ୍ରଥମ ମ୍ୟାଚରେ ଷ୍ଟାର୍କ ଓ ହେଜଲଉଡଙ୍କୁ ସୁଯୋଗ ମିଳି ନଥିଲା । ଏମିତି ସାଧାରଣତଃ ବହୁତ କମ ଦେଖିବାକୁ ମିଳି ଥାଇପାରେ ।

2nd Ashes Test
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଅନ୍ୟପଟେ ଇଂଲଣ୍ଡ ଦଳ ପ୍ରଥମ ଟେଷ୍ଟରେ ପରାଜୟ ପରେ ସିରିଜକୁ ଫେରିବା ଲକ୍ଷ୍ୟରେ ରହିଛି । ଜୋଫ୍ରା ଆର୍ଚରଙ୍କୁ ଦଳରେ ସାମିଲ କରିଛି । 2ୟ ଟେଷ୍ଟରେ ସମ୍ଭବତଃ ଆର୍ଚର କ୍ରିକେଟର ଲମ୍ବା ଫର୍ମାଟରେ ଡେବ୍ୟୁ କରିପାରନ୍ତି।

2ୟ ଆସେସ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ: ଟିମ ପେଇନ(କ୍ୟାପଟେନ/ୱିକେଟ କିପର), ଡେଭିଡ ୱାର୍ଣ୍ଣର, କେମରାନ ବେନକ୍ରଫ୍ଟ, ଉସମାନ ଖାୱଜା, ଷ୍ଟିଭ ସ୍ମିଥ, ଟ୍ରାଭିସ ହେଡ, ମାଥ୍ୟୁ ୱେଡ, ପାଟ କମିନ୍ସ, ମିଚେଲ ଷ୍ଟାର୍କ, ପିଟର ସିଡଲ, ନାଥନ ଲାୟନ, ଜସ ହେଜଲଉଡ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.