ଗୋହ୍ବାଟି: ଦିନିକିଆ ସିରିଜରେ ଦବଦବା ପରେ ସୋମବାର ଖେଳାଯାଇଥିବା ପ୍ରଥମ ଟି-20 ମ୍ୟାଚ ହାରିଛି ଭାରତ । ଭାରତୀୟ କାମଚଳା ଅଧିନାୟିକା ସ୍ମୃତି ମନ୍ଧାନାଙ୍କ ଦଳ ଭ୍ରମଣକାରୀ ଇଂଲଣ୍ଡଠାରୁ 41 ରନରେ ପରାଜୟ ହୋଇଛି ।
ତେବେ ପ୍ରଥମ ଟସ୍ ଜିତି ଭ୍ରମଣକରୀ ଦଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଘରୋଇ ଦଳ । ଓପନର ଟମି ବେଉମାଉଣ୍ଟଙ୍କ(୬୨) ଓ ଅଧିନାୟିକା ହେଥର ନାଇଟଙ୍କ (୪୦) ରନ୍ ବଳରେ ନିର୍ଦ୍ଧାରିତ ଓଭରରେ 4 ୱିକେଟ ହରାଇ ୧୬୦ ରନ୍ କରିଥିଲା ଭ୍ରମଣକାରୀ ଦଳ । ତେବେ ଜବାବରେ ଘରୋଇ ଦଳ 6 ୱିକେଟ ବିନିମୟରେ 119ରନ କରିବାକୁ ସକ୍ଷମ ହୋଇଥିଲା ।
ଘରୋଇ ଦଳ ପକ୍ଷରୁ ରାଧା ଯାଦବ ୨ଟି ୱିକେଟ ନେଇଥିବାବେଳେ ଦୀପ୍ତି ଶର୍ମା ଓ ଶିକ୍ଷା ପାଣ୍ଡେ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ସେହିପରି ବିଜୟୀ ଦଳ ପାଇଁ କାଥେରିନ ବ୍ରୁଣ୍ଟ ଓ ଲିନ୍ସେ ସ୍ମିଥ ୨ ୱିକେଟ ଲେଖାଏଁ ଅକ୍ତିଆର କରିଥିଲେ ।
ତେବେ ଏହି ପରାଜୟ ଭାରତୀୟ ମହିଳା ଦଳ ପାଇଁ ଲଗାତାର 5ମ ପରାଜୟ ହୋଇଛି । ମ୍ୟାଚର ପରର ସମ୍ବାଦିକ ସମ୍ମିଳନୀରେ ଅଧିନାୟିକା ସ୍ମୃତି ମନ୍ଧାନା କହିଛନ୍ତି, ଏହି ପରାଜୟରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଛି ।