ETV Bharat / sports

ପୁନେ ଦିନିକିଆ: କେଏଲ-କ୍ରୁଣାଳଙ୍କ କମାଲ, ଭାରତ 317/5

author img

By

Published : Mar 23, 2021, 6:21 PM IST

ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 50 ଓଭରରେ 5 ୱିକେଟ ହରାଇ 317 ରନ କରିଛି । ଡେବ୍ୟୁ ମ୍ୟାଚରେ 31 ବଲ୍‌ରୁ 7 ଚୌକା ଓ 2 ଛକା ସହାୟତାରେ କ୍ରୁଣାଳ ପାଣ୍ଡ୍ୟା ଖେଳିଲେ 58 ରନ୍‌ର ଅପରାଜିତ ବିସ୍ଫୋରକ ଇଂନିସ । ଅଧିକ ପଢନ୍ତୁ...

1st ODI: India set 318 runs target for England
ପୁନେ ଦିନିକିଆ: କେଏଲ-କ୍ରୁଣାଳଙ୍କ କମାଲ, ଭାରତ 317/5

ପୁନେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏମସିଏ ଷ୍ଟାଡିୟମ ପୁନେରେ ଖେଳାଯାଉଛି ଦିନିକିଆ ସିରିଜର ପ୍ରଥମ ମ୍ୟାଚ । ଟସ ଜିତି ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 50 ଓଭରରେ 5 ୱିକେଟ ହରାଇ 317 ରନ କରିଛି। ଫଳରେ ଇଂଲଣ୍ଡ ସାମ୍ନାରେ 318 ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

1st ODI: India set 318 runs target for England
ବିରାଟ କୋହଲି-ଶିଖର ଧାୱନ

ଡେବ୍ୟୁ ମ୍ୟାଚରେ ପୁଣି ଦମଦାର ପ୍ରଦର୍ଶନ କଲେ ଆଉ ଜଣେ ଭାରତୀୟ ଖେଳାଳି । ଦିନିକିଆ ଡେବ୍ୟୁ କରିଥିବା କ୍ରୁଣାଳ ପାଣ୍ଡ୍ୟା 31 ବଲ୍‌ରୁ 7 ଚୌକା ଓ 2 ଛକା ସହାୟତାରେ 58 ରନ୍‌ର ଅପରାଜିତ ବିସ୍ଫୋରକ ଇଂନିସ ଖେଳିଛନ୍ତି । କେଏଲ ରାହୁଲ 43 ବଲରୁ 4 ଚୌକା ଓ 4 ଛକା ସହାୟତାରେ 62 ରନର ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିବା ସହ ଫର୍ମକୁ ଫେରିଛନ୍ତି ।

ପୂର୍ବରୁ ଓପନର ଶିଖର ଧାୱନ 98 ରନର ଇଂନିସ ଖେଳିବା ସହ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ମାତ୍ର ଦୁଇ ରନରେ ଶତକରୁ ବଞ୍ଚିତ ହୋଇଥିଲେ । କ୍ୟାପଟେନ ବିରାଟ କୋହଲି ମଧ୍ୟ 56 ରନର ଉପଯୋଗୀ ଇଂନିସ ଖେଳିଛନ୍ତି ।

ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ 3ଟି ଓ ମାର୍କ ଉଡ୍‌ 2ଟି ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.