ETV Bharat / sports

U-19 ବିଶ୍ବକପ: ନୂଆ ବିଶ୍ବ ଚମ୍ପିଆନ ବାଂଲାଦେଶ

author img

By

Published : Feb 9, 2020, 9:47 PM IST

Updated : Feb 10, 2020, 7:13 PM IST

19-world-cup
19-world-cup

21:44 February 09

ଲଢିଲା କିନ୍ତୁ ହାରିଲା ଭାରତ

ପୋଟଚେଷ୍ଟ୍ରମ: ରୋମାଞ୍ଚ ଭରା 19 ବର୍ଷରୁ କମ ବିଶ୍ବକପ ଫାଇନାଲ ମ୍ୟାଚ । 3 ୱିକେଟରେ ମ୍ୟାଚ ବିଜୟ ହେଲା ବାଂଲାଦେଶ । ପ୍ରଥମଥର ପାଇଁ ଫାଇନାଲ ଖେଳିଥିବା ଯୁବ ବାଂଲାଦେଶ ବନିଲା ନୂଆ ଚମ୍ପିଆନ । ଡିଫେଣ୍ଡିଂ ଚମ୍ପିଆନ ଭାରତକୁ ହେବାକୁ ପଡିଲା ନିରାଶ । ସେଥିରେ ପୁଣି ବର୍ଷ। ସସପେନ୍ସ । 

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା ବାଂଲାଦେଶ ଟିମ । ବ୍ୟାଟିଂ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଯୁବ ଟିମ ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ ଦେଖାଇ 177ରନରେ ସମସ୍ତ ୱିକେଟ ହରାଇଥିଲା । ତେବେ 178 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶୀ ଟିମ  41 ଓଭରରେ 7 ୱିକେଟ୍ ହରାଇ 163 ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା । ଏହା ପରେ ଡିଏଲ୍ଏସ୍‌ ନିୟମ ଅନୁଯାୟୀ, ବାଂଲାଦେଶ ଆଗରେ 46 ଓଭରରେ 170 ରନର ନୂଆ ଟାର୍ଗେଟ୍ ରଖାଯାଇଥିଲା । ଯାହାକୁ ବାଂଲାଦେଶ 42.1 ଓଭରରେ 7 ୱିକେଟ୍ ହରାଇ ହାସଲ କରି ନେଇଛି । ଏଥି ସହ 19 ବର୍ଷରୁ କମ କ୍ରିକେଟ ଜଗତରେ ନୂଆ ବିଶ୍ବ ଚମ୍ପିଆନ ବନିଯାଇଛି । 

ତେବେ ଭାରତର ଦୁର୍ବଳ ବିଜୟ ଲକ୍ଷ୍ୟକୁ ବାଂଲାଦେଶ ପିଛା କରି ଭଲ ଆରମ୍ଭ କରିଥିଲା । 36ରନ କରଥିବା ବେଳେ ଦଳର ଓପନର ହୋସେନ ଇମୋନ ରିଟାର୍ଡ ହର୍ଟ ହୋଇ ପାଭେଲିଅନ ଫେରିଥିଲେ । ପରେ ପରେ ବାଂଲାଦେଶର ବ୍ୟାଟିଂ ଲାଇନ ଅର୍ଡରକୁ ଆକ୍ରମଣ କରିଥିଲେ ଭାରତୀୟ ଯୁବ ବୋଲର । ଯେଉଁଠି ବାଂଲା ଦଳ 85 ରନରେ 5 ୱିକେଟ ହରାଇ ବିପଦରେ ପଡିଥିଲା । ଦଳର ପାଳିକୁ ଧିମା ଗତିରେ ଆଗକୁ ନେଉଥିଲେ ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ଆକବର ଅଲ୍ଲୀ । ପରେ ରିଟାର୍ଡ ହର୍ଟ ହୋଇଥିବା ଓପନର ହୋସେନ ଇମୋନ ପଡିଆକୁ ଆସି ଅଲ୍ଲୀଙ୍କ ସହ ଦଳୟୀ ସ୍କୋରକୁ ଆଗକୁ ବଢାଇଥିଲେ । ତେବେ ଦଳକୁ ବିଜୟ ପାଇଁ 15ରନ ଆବଶ୍ୟକ ହେଉଥିବା ବେଳେ ବର୍ଷା ଆରମ୍ଭ ହେଲା । ଫଳରେ ବାଂଲାଦେଶ ପାଇଁ ନୂଆ ବିଜୟ ଲକ୍ଷ୍ୟ ଆସିଲା । ଯାହାକୁ ବାଂଲାଦେଶ 42.1 ଓଭରରେ 7 ୱିକେଟ୍ ହରାଇ ହାସଲ କରି ନେଇ ବିଶ୍ବ ଚମ୍ପିଆନ ହୋଇଛି । ଭାରତ ପକ୍ଷରୁ ବିଶ୍ନୋଇ ସର୍ବାଧିକ 4ଟି, ସୁଶାନ୍ତ 2ଟି ଓ ଯଶସ୍ୱୀ ଗୋଟିଏ ୱିକେଟ୍ ନେଇଛନ୍ତି । 

ସେହପରି ପ୍ରଥମେ ବ୍ୟାଟିଂ କରିଥିବା ଯୁବ ଭାରତୀୟ ଦଳକୁ ପ୍ରଥମରୁ ଝଟକା ଲାଗିଥିଲା । ମାତ୍ର 2 ରନ କରି ଦିବ୍ୟାଶଂ ସକ୍ସେନା ପାଭିଲିଅନ ଫେରିଥିଲେ । ଦଳ ପକ୍ଷରୁ ଓପନର ଯଶ୍ବସୀ ଜସ୍‌ୱାଲ ସର୍ବାଧିକ 88ରନ କରିଛନ୍ତି । ତାଙ୍କ ବ୍ୟତିତ୍‌ ତିଲକ ବର୍ମା 38 ଓ ଧୃବ ଜୁଏଲ 22ରନ କରିଛନ୍ତି । ତେବେ ଏହି 3 ବ୍ୟାଟ୍ସମ୍ୟାନଙ୍କୁ ଠାଡି ଦେଲେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି । ବାଂଲାଦେଶ ପକ୍ଷରୁ ଅଭିଷେକ ଦାସ 3ଟି, ଶୋରିଫୁଲ୍ ଇସଲାମ୍ ଓ ତାଞ୍ଜିମ୍ ହାସନ୍ ସାକିବ୍ 2ଟି ଲେଖାଏଁ ୱିକେଟ ହାସଲ କରିଥିଲେ ।

Intro:Body:

BREAKING

Conclusion:
Last Updated : Feb 10, 2020, 7:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.