ETV Bharat / sports

ମଧ୍ୟପ୍ରଦେଶ ମ୍ୟାଚ୍ ପରେ ରଣଜୀ ଟ୍ରଫି ଟ୍ରାକକୁ ଫେରିଛି ଓଡ଼ିଶା: ପବନ ଅଗ୍ରୱାଲ - ରଣଜୀ ଟ୍ରଫି

Ranji Trophy: ଆଗାମୀ ରଣଜୀ ମ୍ୟାଚରେ ଓଡିଶା ଭଲ ପ୍ରଦର୍ଶନ କରିବ । ମଧ୍ୟପ୍ରଦେଶ ବିପକ୍ଷରେ ଓଡିଶାର ପ୍ରଦର୍ଶନ ପରେ ଏମିତି କହିଲେ ପବନ ଅଗ୍ରୱାଲ। ଅଧିକ ପଢନ୍ତୁ

ranji trophy
ରଣଜୀ ଟ୍ରଫି
author img

By ETV Bharat Odisha Team

Published : Jan 16, 2024, 2:43 PM IST

Updated : Jan 16, 2024, 3:17 PM IST

ranji trophy

କଟକ: ଚଳିତ ରଣଜୀ ସିଜନରେ ଓଡିଶାର ପ୍ରଦର୍ଶନ ଦମଦାର ରହିଛି । ବରୋଦା ବିପକ୍ଷ ପ୍ରଥମ ମ୍ୟାଚ୍‌ ହାରିଥିଲେ ସୁଦ୍ଧା ମଧ୍ୟପ୍ରଦେଶ ବିପକ୍ଷରେ ଦମଦାର କମ୍‌ବ୍ୟାକ୍‌ କରିଛି ଟିମ୍‌ ଓଡ଼ିଶା । ମ୍ୟାଚକୁ ଅମୀମାଂସିତ ଭାବେ ଶେଷ କରିବା ପରେ ଚଳିତ ସିଜିନରେ ଓଡ଼ିଶା ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି । ଆଗାମୀ 4ଟି ମ୍ୟାଚରେ ଓଡ଼ିଶା ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ।

ଚଳିତବର୍ଷ ରଣଜୀ ସିଜିନରେ ଓଡ଼ିଶା ତାର ପ୍ରଥମ ମ୍ୟାଚରେ ବରୋଦାଠରୁ ହାରିବା ପରେ ଦଳକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏହାପରେ ଦଳ ତାର ଦ୍ୱିତୀୟ ମ୍ୟାଚରେ ମଧ୍ୟପ୍ରଦେଶକୁ ଭେଟିଥିଲା । ପ୍ରଥମ ଇନିଂସରେ ମଧ୍ୟପ୍ରଦେଶ 318 ରନ କରିଥିବା ବେଳେ ଓଡିଶା ପ୍ରଥମ ଇନିଂସରେ 498 ରନର ବିଶାଳ ସ୍କୋର କରିଥିଲା । ଦ୍ବିତୀୟ ଇନିଂସରେ ମଧ୍ୟପ୍ରଦେଶ 291ରେ ଅଲଆଉଟ ହୋଇଥିଲା । ଓଡ଼ିଶା ଦ୍ବିତୀୟ ପାଳିରେ ଅସମାପ୍ତ ଦ୍ବିତୀୟ ଇନିଂସରେ 38 ରନ କରିଥିବା ବେଳେ, ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଥିଲା । ଏହି ମ୍ୟାଚକୁ ଡ୍ର କରାଇବାରେ ସଫଳ ହେବା ପରେ ଆଗକୁ ଖେଳାଯିବାକୁ ଥିବା 4ଟି ମ୍ୟାଚ ହୋମ୍ ଟର୍ଫରେ ଖେଳିବ ଟିମ୍ ଓଡ଼ିଶା। ତେଣୁ ଘରୋଇ ମାଟିରେ ଓଡ଼ିଶା ନିଶ୍ଚୟ ଟ୍ରାକକୁ ଫେରିବ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ପବନ ଅଗ୍ରୱାଲ ।

ଏହା ମଧ୍ୟ ପଢନ୍ତୁ-ରଣଜୀ ଟ୍ରଫି: ଓଡ଼ିଶା- ମଧ୍ୟପ୍ରଦେଶ ମ୍ୟାଚ୍‌ ଡ୍ର', ଶୁଭ୍ରାଂଶୁ ପ୍ଲେୟର ଅପ୍‌ ଦି ମ୍ୟାଚ୍‌

ପବନ ଅଗ୍ରୱାଲ କହିଛନ୍ତି, ''ବରୋଦା ବିପକ୍ଷ ପ୍ରଥମ ମ୍ୟାଚ୍‌ ହାରିଥିଲେ ସୁଦ୍ଧା ମଧ୍ୟପ୍ରଦେଶ ବିପକ୍ଷ ଦ୍ବିତୀୟ ମ୍ୟାଚକୁ ଡ୍ର ରଖି ଓଡିଶା ଦଳ କମ୍ ବ୍ୟାକ୍ କରିଛି । 2022ରେ ମଧ୍ୟପ୍ରଦେଶ ଅଲଇଣ୍ଡିଆ ରଣଜୀ ଟ୍ରଫି ଚମ୍ପିଆନ ହୋଇଥିଲା । କିନ୍ତୁ ଯେଉଁ ଭଳି ଭାବେ ଓଡିଶା ଟିମ ଚଳିତ ସିଜିନରେ ଏହି ଦଳ ବିରୋଧରେ ଭଲ ଖେଳିଛି, ଏମିତି ଲାଗୁଛି ଓଡିଶା ଦଳ ଟ୍ରାକକୁ ଫେରିଛି । କ୍ରମାଗତ ଭାବରେ ଡ୍ରିମ୍ସ ଓ ବାରବାଟୀରେ ମ୍ୟାଚ ପାଇଁ ଭେନ୍ୟୁ ରହିଥିଲା ବେଳେ ଏହି 4 ଟି ମ୍ୟାଚ ଓଡ଼ିଶା ଜିତିବା ପାଇଁ ଚେଷ୍ଟା କରିବ । ଯଦି ଭେନ୍ୟୁରେ ପରିବର୍ତ୍ତନ ଆସୁଛି ତାହା ହେଲେ ମଧ୍ୟ ଓଡ଼ିଶାର ଦୃଢ଼ ମନୋବଳ ବିପକ୍ଷ ଦଳକୁ ଧୂଳି ଚଟେଇବାରେ ସହାୟକ ହେବ । ଯଦି ବ୍ୟାଟିଂରେ ଦେଖିବା ତେବେ ଶୁଭ୍ରାଂଶୁ ସେନାପତି ଗତ ମ୍ୟାଚରେ 277 ରନ କରି ଶକ୍ତିଶାଳୀ ମଧ୍ୟପ୍ରଦେଶକୁ ବ୍ୟାକ ଫୁଟକୁ ରଖିବାରେ ସହାୟକ ହୋଇଥିଲେ। ସେହିପରି ବୋଲିଂ ବିଭାଗରେ ସୁନୀଲ ରାଉଳ, ଗୋବିନ୍ଦ ପୋଦାର ଓ ସୁର୍ଯ୍ୟକାନ୍ତ ପ୍ରଧାନଙ୍କ ଚିତାକର୍ଷକ ବୋଲିଂ ମଧ୍ୟ ଦଳକୁ ବେଶ୍ ମଜଭୁତ ସ୍ଥିତିରେ ପହଞ୍ଚାଇଛି। ତେବେ ଦଳର ଆଗମୀ 4 ମ୍ୟାଚ ଘରୋଇ ମାଟିରେ ଖେଳାଯିବାକୁ ଥିବାବେଳେ ଓଡିଶା ତାହାର ଲାଭ ନିଶ୍ଚୟ ଉଠାଇବ । ''

ଇଟିଭି ଭାରତ, କଟକ

Last Updated : Jan 16, 2024, 3:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.