ETV Bharat / sports

କ୍ରିକେଟ ମ୍ୟାଚ୍‌ ସମୟରେ ଷ୍ଟାଡିୟମକୁ ପଶିବନି କୋରୋନା ! - COVID ନିୟମର ଘୋଲା ଉଂଲଘନ

ସୱାଇ ମାନସିଂ ଷ୍ଟାଡିୟମ, ଜୟପୁରରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ COVID-19 ନିୟମାବଳୀର ଖୋଲା ଉଂଲଘନ । ଅଧିକ ପଢନ୍ତୁ

COVID RULES OPENLY VIOLATED ON RETURN OF INTERNATIONAL CRICKET TO INDIA
କ୍ରିକେଟ ମ୍ୟାଚ୍‌ ସମୟରେ ଷ୍ଟାଡିୟମକୁ ପସିବନି କରୋନା !
author img

By

Published : Nov 18, 2021, 5:11 PM IST

ଜୟପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ସୱାଇ ମାନସିଂ ଷ୍ଟାଡିୟମ ଜୟପୁରରେ ଖେଳାଯାଇଛି । କୋରୋନା ଭାଇରସର ଦ୍ବିତୀୟ ଲହର ପରେ ଏହା ଭାରତରେ ଖେଳାଯାଇଥିବା ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ । ତେବେ ଏହି ମ୍ୟାଚ୍‌ରେ COVID-19 ନିର୍ଦ୍ଦେଶାବଳୀର ଖୋଲା ଉଲଂଘନ ଦେଖିବାକୁ ମିଳିଥିଲା । ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକ ସଂଖ୍ୟାର ଏକ ବଡ ଅଂଶ ଓ ସ୍ଥାନୀୟ ପୋଲିସ କର୍ମୀଙ୍କୁ ବିନା ମାସ୍କରେ ଦେଖାଯାଇଥିଲା ।

COVID RULES OPENLY VIOLATED ON RETURN OF INTERNATIONAL CRICKET TO INDIA
ଦୀର୍ଘ ସମୟ ପରେ ଫ୍ୟାନ୍ସଙ୍କ ଉପସ୍ଥିତିରେ ଭାରତକୁ ଫେରିଲା ଅନ୍ତର୍ଜାତୀୟ କ୍ରିକେଟ

ସିରିଜ ପୂର୍ବରୁ ମ୍ୟାଚ ପାଇଁ ଷ୍ଟାଡିୟମରେ ଦର୍ଶକଙ୍କ ସଂଖ୍ୟାକୁ ସୀମିତ କରାଯାଇନାହିଁ । ମାତ୍ର ଦର୍ଶକଙ୍କୁ ଟିକାକରଣ ଓ RT-PCR ଟେଷ୍ଟର ନେଗେଟିଭ ରିପୋର୍ଟ ପ୍ରମାଣପତ୍ର ଦେଖାଇ ଷ୍ଟାଡିୟମ ଭିତରକୁ ପ୍ରବେଶ ଅନୁମତି ରହିଥିଲା ।

ରାଜସ୍ଥାନ କ୍ରିକେଟ ସଂଘ(RCA) ମ୍ୟାଚ୍‌ର ସମସ୍ତ ଟିକେଟ ବିକ୍ରି ନେଇ ଆଶା ରଖିଥିଲା ମାତ୍ର ମ୍ୟାଚ୍‌ ଆରମ୍ଭ ହେବାର ୩୦ ମିନିଟ ପୂର୍ବରୁ ୨୫ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଷ୍ଟାଡିୟମ ଅଧାରୁ ଅଧିକ ମଧ୍ୟ ଭରି ନଥିଲା । ସହରରେ ୮ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଖେଳାଯାଉଥିବାରୁ ଦର୍ଶକ ଉତ୍ସାହିତ ଥିଲେ ମାତ୍ର ଷ୍ଟାଡିୟମରେ ଥିବା ଅଧା ଦର୍ଶକ ମାସ୍କ ପିନ୍ଧିବା ଜରୁରୀ ଭାବିନଥିଲେ ।

ଷ୍ଟାଡିୟମ ସୁରକ୍ଷା ଦାୟିତ୍ବରେ ଥିବା ଅନେକ ପୋଲିସ କର୍ମୀଙ୍କୁ ମଧ୍ୟ ବିନା ମାସ୍କରେ ଦେଖାଯାଇଥିଲା ।

ମହାମାରୀ ମଧ୍ୟରେ ଏକା ପ୍ରଥମ ମୌକା ଥିଲା ଯେଉଁଠାରେ ଷ୍ଟାଡିୟମ ଭିତରେ ଦର୍ଶକଙ୍କ ସଂଖ୍ୟା ସ୍ଥିର କରାଯାଇନଥିଲା ।

ଚଳିତ ବର୍ଷ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରଜର ଆୟୋଜନ ଷ୍ଟାଡିୟମର ଦର୍ଶକ କ୍ଷମତାର ୫୦ ପ୍ରତିଶତ ଉପସ୍ଥିତି ନେଇ ଅନୁମତି ରହିଥିଲା । ତେବେ ଏହାପରେ COVID-19 ମାମଲା ବଢିବା ପରେ ଏକଦିବସୀୟ ସିରିଜର ଆୟୋଜନ ଖାଲି ଷ୍ଟାଡିୟମରେ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.