କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଭାରତୀୟ ସୀମିତ ଓଭର କ୍ୟାମ୍ପରେ ବଢୁଛି କୋଭିଡ ସଂକ୍ରମିତଙ୍କ ସଂଖ୍ୟା । କ୍ରୁଣାଳ ପାଣ୍ଡ୍ୟା COVID-19 ପଜିଟିଭି ଚିହ୍ନଟ ହେବାର ତିନିଦିନ ପରେ ସ୍ପିନର ୟୁଜଭେନ୍ଦ୍ର ଚହଲ ଓ କେ ଗୌତମ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଉଭୟ ଖେଳାଳି କୃଣାଳଙ୍କ ସଂସ୍ପର୍ଶରେ ଆସିଥିଲେ । ରିପୋର୍ଟ ପଜିଟିଭ ଜଣାପଡିବା ପରେ ଟିମ ହୋଟେଲ୍ରେ ସ୍କ୍ବାଡର ଅନ୍ୟ ସଦସ୍ୟଙ୍କ ଠାରୁ ତାଙ୍କୁ ଅଲଗା କରାଯାଇଛି ।
ପୂର୍ବରୁ ଅଲରାଉଣ୍ଡର କୃଣାଳ ପାଣ୍ଡ୍ୟା ମଙ୍ଗଳବାର COVID ପଜିଟିଭ ଚିହ୍ନଟ ହେଇଥିଲେ । ଟିମର ୮ଜଣ ଖେଳାଳି- ପୃଥ୍ବୀ ଶ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜଭେନ୍ଦ୍ର ଚହଲ, ଦୀପକ ଚହର, ମନୀଷ ପାଣ୍ଡେ, ଇଶାନ କିଶନ ଓ କେ ଗୌତମ, କୃଣାଳଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ