ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହର ଭାରତରେ ଆତଙ୍କ ଖେଳାଇ ଥିବାବେଳେ ଟିମ ଇଣ୍ଡିଆ ତଥା ଚେନ୍ନାଇ ସୁପର କିଙ୍ଗ୍ସ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସମସ୍ତଙ୍କୁ କେବଳ ଘରେ ରହିବାକୁ ଅପିଲ କରିନାହାନ୍ତି ବରଂ ସାହାଯ୍ୟ ଆବଶ୍ୟକ କରୁଥିବା ଲୋକଙ୍କୁ ସହାୟତାର ହାତ ବଢାନ୍ତୁ ବୋଲି କହିଛନ୍ତି । କାରଣ ମହାମାରୀ କୋରୋନା ବିରୋଧରେ ଏକତ୍ର ଲଢେଇ ହିଁ ବିଜୟ ଦେବ ।
-
We are one and we shall overcome as one!
— Chennai Super Kings - Mask P😷du Whistle P🥳du! (@ChennaiIPL) May 7, 2021 " class="align-text-top noRightClick twitterSection" data="
Kindly #StayHomeStaySafe .#MaskPodu #Yellove 🦁💛 @imjadeja pic.twitter.com/EHi1CYifbX
">We are one and we shall overcome as one!
— Chennai Super Kings - Mask P😷du Whistle P🥳du! (@ChennaiIPL) May 7, 2021
Kindly #StayHomeStaySafe .#MaskPodu #Yellove 🦁💛 @imjadeja pic.twitter.com/EHi1CYifbXWe are one and we shall overcome as one!
— Chennai Super Kings - Mask P😷du Whistle P🥳du! (@ChennaiIPL) May 7, 2021
Kindly #StayHomeStaySafe .#MaskPodu #Yellove 🦁💛 @imjadeja pic.twitter.com/EHi1CYifbX
ଚେନ୍ନାଇ ସୁପର କିଙ୍ଗ୍ସ ଟ୍ବିଟରରେ ସେୟାର କରିଥିବା ଏକ ଭିଡିଓରେ ଜାଡେଜା କହିଛନ୍ତି, "ଦୟାକରି ସମସ୍ତେ ଘରେ ରୁହନ୍ତୁ, ଓ ସୁରକ୍ଷିତ ରୁହନ୍ତୁ । ପରିବାର ସଦସ୍ୟଙ୍କୁ ମଧ୍ୟ ଏପରି କଠିନ ସମୟରେ ନିରାପଦ ରଖନ୍ତୁ । କୋଭିଡ-19 ବିରୋଧୀ ଲଢେଇରେ ସମସ୍ତେ ସାମିଲ ହେବା ଉଚିତ । ସେଥିପାଇଁ ସମସ୍ତେ ମାସ୍କ ପିନ୍ଧନ୍ତୁ ଓ ନିୟମିତ ହାତ ଧୁଅନ୍ତୁ ।"
ପୂର୍ବରୁ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ସମସ୍ତଙ୍କୁ ଟିକା ନେବାପାଇଁ ଅପିଲ କରିବା ସହ ଦୁଇଟି ଲେଖାଏଁ ମାସ୍କ ପିନ୍ଧିବାକୁ କହିଥିଲେ । N95 ମାସ୍କ ଯେଉଁମାନେ କିଣିବାକୁ ଅସମର୍ଥ ସେମାନଙ୍କୁ ମାସ୍କ ଯୋଗାଇବେ ବୋଲି ମଧ୍ୟ ଅଶ୍ବିନ ପ୍ରତିଶ୍ରୁତି ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ