ETV Bharat / sports

ହାର୍ଦ୍ଦିକଙ୍କ ଘୋଷଣା, 200 ଅକ୍ସିଜେନ କନସେଣ୍ଟ୍ରେଟର ଦାନ କରିବେ ପାଣ୍ଡ୍ୟା ପରିବାର - ଚେନ୍ନାଇ ସୁପର କିଙ୍ଗ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ

ଦେଶର ଗ୍ରାମୀଣ ଅଞ୍ଚଳ ପାଇଁ 200 ଅକ୍ସିଜେନ କନସେଣ୍ଟ୍ରେଟର ଦାନ କରିବାକୁ ପରିବାର ନିଷ୍ପତ୍ତି ନେଇଥିବା ଘୋଷଣା କଲେ ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଅଧିକ ପଢନ୍ତୁ...

COVID-19: Hardik says family has decided to donate 200 oxygen concentrators to rural parts of India
ହାର୍ଦ୍ଦିକଙ୍କ ଘୋଷଣା, 200 ଅକ୍ସିଜେନ କନସେଣ୍ଟ୍ରେଟର ଦାନ କରିବେ ପାଣ୍ଡ୍ୟା ପରିବାର
author img

By

Published : May 1, 2021, 9:58 PM IST

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ ଘୋଷଣା । କୋରୋନା ବିରୋଧି ଲଢେଇରେ ପାଣ୍ଡ୍ୟା ପରିବାର ସାମିଲ ହେବ ବୋଲି ଶନିବାର କହିଛନ୍ତି ହାର୍ଦ୍ଦିକ । ଦେଶର ଗ୍ରାମୀଣ ଅଞ୍ଚଳ ପାଇଁ 200 ଅକ୍ସିଜେନ କନସେଣ୍ଟ୍ରେଟର ଦାନ କରିବାକୁ ପରିବାର ନିଷ୍ପତ୍ତି ନେଇଥିବା କହିଛନ୍ତି ହାର୍ଦ୍ଦିକ ।

ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ହାର୍ଦ୍ଦିକ ଆଇପିଏଲ ପ୍ରସାରଣକାରୀ ଚ୍ୟାନେଲ ଷ୍ଟାର ସ୍ପୋର୍ଟ୍ସରେ ଏହି ଘୋଷଣା କରିଛନ୍ତି । ହାର୍ଦ୍ଦିକ କହିଛନ୍ତି, "ଆମର ପ୍ରାର୍ଥନା ସବୁବେଳେ ରହିଛି । ଏହା କଷ୍ଟକର ସମୟ । ଏହି ପ୍ରୟାସ ମେଡିକାଲ ଭିତ୍ତିଭୂମିକୁ ବଳ ଦେବ ।"

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ଗତ 24 ଘଣ୍ଟାରେ 4,01,993 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.