ETV Bharat / sports

COVID-19: ରଣଜୀ ଟ୍ରଫି ସମେତ ୩ ଘରୋଇ ଟୁର୍ନାମେଣ୍ଟ ସ୍ଥଗିତ

author img

By

Published : Jan 4, 2022, 10:43 PM IST

ଦେଶରେ ଦୈନିକ ବର୍ଦ୍ଧିତ COVID-୧୯ ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ରଣଜୀ ଟ୍ରଫି ୨୦୨୧-୨୨ ସି କେ ନାଇଡୁ ଟ୍ରଫି, ସିନିୟର ମହିଳା ଟି-୨୦ ଲିଗ୍‌ ସ୍ଥଗିତ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) । ଅଧିକ ପଢନ୍ତୁ

COVID-19: BCCI postpones Ranji Trophy, CK Nayudu Trophy, Women's T20 League
COVID-19: ରଣଜୀ ଟ୍ରଫି ସମେତ ୩ ଘରୋଇ ଟୁର୍ନାମେଣ୍ଟ ସ୍ଥଗିତ

ମୁମ୍ବାଇ: ପୁଣି କ୍ରିକେଟ ପାଇଁ କାଳ ହେଲା କୋରୋନା । ଦେଶରେ ଦୈନିକ ବର୍ଦ୍ଧିତ COVID-୧୯ ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ରଣଜୀ ଟ୍ରଫି ୨୦୨୧-୨୨ ସଂସ୍କରଣର ଟୁର୍ନାମେଣ୍ଟକୁ ସ୍ଥଗିତ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ।

ଏଥିସିହତ ଚଳିତ ବର୍ଷର ସି କେ ନାଇଡୁ ଟ୍ରଫି, ସିନିୟର ମହିଳା ଟି-୨୦ ଲିଗ୍‌ ମଧ୍ୟ ସ୍ଥଗିତ ହୋଇଛି ।

ଚଳିତ ମାସରେ ରଣଜୀ ଟ୍ରଫି ଓ ସିକେ ନାଇଡୁ ଟ୍ରଫି ଟୁର୍ନାମେଣ୍ଟ ଆରମ୍ଭ ନେଇ ସୂଚୀ ରହିଥିଲା । ଅନ୍ୟପଟେ ସିନିୟମ ମହିଳା ଟି-୨୦ ଲିଗ୍‌ ଫେବ୍ରୁଆରୀରେ ଖେଳାଯିବାନେଇ ସୂଚୀ ରହିଥିଲା ।

ଏହାମଧ୍ୟ ପଢନ୍ତୁ: SA vs Ind: ଦୃଢ ସ୍ଥିତିରେ ଭାରତ, ୫୮ ରନ୍‌ରେ ଆଗୁଆ

"ଖେଳାଳି, ସପୋର୍ଟ ଷ୍ଟାଫ, ମ୍ୟାଚ୍‌ ଅଧିକାରୀ ଓ ଅନ୍ୟ ଅଂଶଗ୍ରହଣକାରୀଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟ ପ୍ରତିଥିବା ବିପଦକୁ ଅଣଦେଖା କରିବାକୁ ବୋର୍ଡ ଚାହେଁନାହେଁ । ଏଥିପାଇଁ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ୩ଟି ଟୁର୍ନାମେଣ୍ଟକୁ ସ୍ଥଗିତ କରାଯାଉଛି ।" BCCI ପକ୍ଷରୁ ଏକ ବିବୃତିରେ ଏହା କୁହାଯାଇଛି ।

୨୦୨୧-୨୨ ଘରୋଇ ସିଜିନରେ ମୋଟ ୧୧ଟି ଟୁର୍ନାମେଣ୍ଟରେ ପ୍ରାୟ ୭୦୦ରୁ ଅଧିକ ମ୍ୟାଚ୍‌ ଆୟୋଜନ କରିବାକୁ ସୂଚୀ ରହିଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.