ETV Bharat / sports

IND vs SA T20: ଷ୍ଟାଡିୟମରେ ଭିଆଇପିଙ୍କ ସୁରକ୍ଷା ଯାଞ୍ଚ କଲେ କଟକ ଜିଲ୍ଲାପାଳ

author img

By

Published : Jun 10, 2022, 5:53 PM IST

ବାରବାଟୀ ଟି20ରେ VIP ଓ VVIPଙ୍କ ସୁବିଧା ନେଇ ସ୍ଥିତି ଯାଞ୍ଚ କଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଅଧିକ ପଢନ୍ତୁ

IND vs SA T20: VIP-VVIP ଙ୍କ ସୁରକ୍ଷା ପାଇଁ ଷ୍ଟାଡିୟମରେ ଯାଞ୍ଚ କଲେ କଟକ ଜିଲ୍ଲାପାଳ

କଟକ: ବାରବାଟୀ (Barabati Stadium) ଟି୨୦ ମ୍ୟାଚ୍‌ ସମୟରେ ଭିଆଇପି ଦର୍ଶକଙ୍କ ସୁରକ୍ଷା ନେଇ ସ୍ଥିତି ଯାଞ୍ଚ କରିଛି ଜିଲ୍ଲା ପ୍ରଶାସନ । VIP ଓ VVIP କିପରି ଭଲଭାବରେ ଏବଂ ସୁରକ୍ଷିତ ଭାବେ ମ୍ୟାଚ୍‌ ଦେଖିପାରିବେ ସେନେଇ ଅନୁଧ୍ୟାନ କରିଛି କଟକ ଜିଲ୍ଲା ପ୍ରଶାସନ । କାରଣ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଟି୨୦ ମ୍ୟାଚ ଦେଖିବା ପାଇଁ ବାରବାଟୀ ଆସିବେ ବୋଲି ଜଣାପଡିଛି । ସେମାନଙ୍କ ସବୁ ବ୍ୟବସ୍ଥା ଯେପରି ସୁଚାର ରୂପେ ସମ୍ପାଦନ ହେବ ସେନେଇ କଟକ ଜିଲ୍ଲାପାଳ ଷ୍ଟାଡିୟମ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ।

ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କହିଛନ୍ତି ଯେ, "ପାର୍କିଂ ପାଇଁ ବାଲିଯାତ୍ରା ଉପର ଓ ତଳ ପଡିଆରେ ବ୍ୟାପକ ସ୍ଥାନ ରହଥିବାରୁ ଗାଡି ପାର୍କିଂରେ କୌଣସି ଅସୁବିଧା ହେବନାହିଁ । ଏହାଛଡ଼ା ମ୍ୟାଚକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଣ୍ଟି ବଜାଇ ଆରମ୍ଭ କରିବା ନେଇ ଯେଉଁ ସୂଚନା ରହିଛି, ତାହା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ତେବେ ମ୍ୟାଚ୍‌ ସମୟରେ ସବୁ ଦିଗ ପ୍ରତି ଜିଲ୍ଲା ପ୍ରଶାସନ ନଜର ରଖିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.