ଲଣ୍ଡନ: ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା ଭାରତୀୟ ଆଥେଲଟଙ୍କୁ ଶୁଭକାମନା ଜଣାଇବା ସହ ତାଙ୍କୁ ଉତ୍ସାହିତ କରିଛନ୍ତି ଭାରତୀୟ ଟେଷ୍ଟ କ୍ରିକେଟର ଚେତେଶ୍ବର ପୂଜାରା । ଏହାକୁ ନେଇ ଏକ ଭିଡିଓ ଜାରି କରିଛନ୍ତି । ବିସିସିଆଇ ଚେତେଶ୍ବର ପୂଜାରାଙ୍କ ଏହି ଭିଡିଓକୁ ସେୟାର କରିଛି । "ଚିୟର ଫର୍ ଇଣ୍ଡିଆ" (#Cheer4India) ଅଭିଯାନରେ ସାମିଲ ହୋଇଛନ୍ତି ଚେତେଶ୍ବର ପୂଜାରା ।
-
.@cheteshwar1 shows his support for our athletes at @Tokyo2020. 👍 👍
— BCCI (@BCCI) July 23, 2021 " class="align-text-top noRightClick twitterSection" data="
Let us all come together & #Cheer4India 🇮🇳 👏 👏@IndiaSports | @Media_SAI | @WeAreTeamIndia pic.twitter.com/CrhibSToHu
">.@cheteshwar1 shows his support for our athletes at @Tokyo2020. 👍 👍
— BCCI (@BCCI) July 23, 2021
Let us all come together & #Cheer4India 🇮🇳 👏 👏@IndiaSports | @Media_SAI | @WeAreTeamIndia pic.twitter.com/CrhibSToHu.@cheteshwar1 shows his support for our athletes at @Tokyo2020. 👍 👍
— BCCI (@BCCI) July 23, 2021
Let us all come together & #Cheer4India 🇮🇳 👏 👏@IndiaSports | @Media_SAI | @WeAreTeamIndia pic.twitter.com/CrhibSToHu
ଭିଡିଓ ସେୟାର କରି ଚେତେଶ୍ବର ପୂଜାରା କହିଛନ୍ତି ଯ, "ଭାରତୀୟ ଆଥେଲେଟମାନେ ପଦକ ଜିତିବାକୁ ଟୋକିଓ ଅଲମ୍ପିକ୍ସରେ ଜୋରଦାର ପ୍ରୟାସ କରୁଛନ୍ତି । ଏଥିପାଇଁ ସେମାନେ ଅନେକ ବଳିଦାନ ଦେଇଛନ୍ତି । ଚିୟର ଫର ଇଣ୍ଡିଆରେ ସାମିଲ ହୁଅନ୍ତୁ ଓ ତାଙ୍କୁ ଉତ୍ସାହିତ କରନ୍ତୁ ।"
ଟୋକିଓ ଅଲମ୍ପିକ୍ସରେ ଭାରତର ୧୨୮ ଜଣ କ୍ରୀଡ଼ାବିତ ସାମିଲ ହୋଇଛନ୍ତି । ପ୍ରାୟ ୧୮ଟି ଇଭେଣ୍ଟରେ ଭାଗ ନେବେ ଭାରତୀୟ ଆଥଲେଟ । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ ଚିୟର ଫର୍ ଇଣ୍ଡିଆ । ଏଥିରେ ବହୁ ଜଣାଶୁଣା ବ୍ୟକ୍ତିତ୍ବ ସାମିଲ ହୋଇ ଭାରତୀୟ ଆଥଲେଟଙ୍କୁ ଉତ୍ସାହିତ କରିବା ସହ ଏହି ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ କହୁଛନ୍ତି । ଏହି ପରିପ୍ରେକ୍ଷୀରେ ଏଥିରେ ଆଜି ସାମିଲ ହୋଇଛନ୍ତି ଟେଷ୍ଟ କ୍ରିକେଟର ଚେତେଶ୍ବର ପୂଜାରା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ