ETV Bharat / sports

ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ବିରୋଧରେ ପତ୍ନୀ ଆଣିଲେ ମାରପିଟ୍‌ ଅଭିଯୋଗ - ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ବିନୋଦ କାମ୍ବଲି

କ୍ରିକେଟର ବିନୋଦ କାମ୍ବଲିଙ୍କ ନାମରେ ଥାନାରେ ଅଭିଯୋଗ କଲେ ପତ୍ନୀ । ମଦ ପିଇ ପତ୍ନୀଙ୍କୁ ମାଡ ମାରିବା ସହ ଗାଳିଗୁଲଜ କରିଥିବା ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Feb 5, 2023, 10:56 AM IST

ମୁମ୍ବାଇ: ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ନାମରେ ଥାନାରେ ମାମଲା । ମଦ ପିଇ ପତ୍ନୀ ଆଣ୍ଡ୍ରେୟାଙ୍କୁ ମାଡ ମାରିବା ସହ ଅଶାଳୀନ ଭାଷାରେ ଗାଳି ଗୁଲଜ କରୁଛନ୍ତି ବିନୋଦ କାମ୍ବଲି । ବାନ୍ଦ୍ରା ପୋଲିସ ଷ୍ଟେସନରେ ଏପରି ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ଆଣ୍ଡ୍ରେୟା । ପୋଲିସ ଏନେଇ ଏକ ମାମଲା ରୁଜୁ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିନୋଦ କାମ୍ବଲିଙ୍କୁ ଗିରଫ କରାଯାଇନଥିବା ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

  • Maharashtra | FIR registered against former cricketer Vinod Kambli at Bandra Police Station in Mumbai on the complaint of his wife Andrea. Her complaint stated that he verbally abused and thrashed her under the influence of alcohol. No arrest made yet: Mumbai Police

    (File photo) pic.twitter.com/TxKLpst2RP

    — ANI (@ANI) February 5, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ-Asia Cup 2023: ବାହାରିନରେ ବୈଠକରେ ସ୍ପଷ୍ଟ କଲେ ଜୟ ଶାହ, ପାକିସ୍ତାନ ଯିବନି ଟିମ ଇଣ୍ଡିଆ

ପତ୍ନୀ ଆଣ୍ଡ୍ରେୟାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ, ''ମୋ ସ୍ବାମୀ ବିନୋଦ କାମ୍ବଲି ମଦ୍ୟପାନ କରି ମୋତେ ମାଡ ମାରିବା ସହ ଗାଳି ଗୁଲଜ କରୁଛନ୍ତି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । '' ଆଜି ସକାଳ ସମୟରେ ଆଣ୍ଡ୍ରେୟା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିବା ବେଳେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇଯିବ ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ,'' ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ପତ୍ନୀ ଆଣ୍ଡ୍ରେୟା ତାଙ୍କ ବିରୋଧରେ ଥାନାରେ ଏକ ମାମଲା ଦାୟର କରିଛନ୍ତି । ସେ ତାଙ୍କ ପତ୍ନୀଙ୍କୁ ମଦ ପିଇ ମାଡ ମାରିଥିବା ଏତଲାରେ ଉଲ୍ଲେଖ ରହିଛି । ବର୍ତ୍ତମାନ ସୁଦ୍ଧା ବିନୋଦ କାମ୍ବଲିଙ୍କୁ ଗିରଫ କରାଯାଇନାହିଁ। ''

ତେବେ ପୂର୍ବତନ କ୍ରିକେଟରଙ୍କ ନାମରେ ଏହା ପ୍ରଥମ ମାମଲା ନୁହଁ । ଗତ 2022 ଫେବୃଆରୀ ମାସରେ କାମ୍ବଲିଙ୍କ ନାମରେ ଥାନାରେ ମାମଲା ହୋଇଥିଲା । ବିନୋଦ ରହୁଥିବା ସୋସାଇଟିରେ ଏକ ଅଘଟଣକୁ ନେଇ କିଛି ବ୍ୟକ୍ତିଙ୍କୁ ସେ ଗାଳିଗୁଲଜ ସହ ଦୁର୍ବ୍ୟହାର କରିଥିବା ଅଭିଯୋଗ ପରେ ତାଙ୍କ ନାମରେ ବାନ୍ଦ୍ରା ଥାନାରେ ମାମଲା ଦାଏର ହୋଇଥିଲା । ଏପରି ଅଭିଯୋଗ ପର ପୋଲିସ କାମ୍ବଲିଙ୍କୁ ଗିରଫ କରିଥିଲା । କିନ୍ତୁ ମାତ୍ର କିଛି ଘଣ୍ଟା ପରେ ତାଙ୍କୁ ଜାମିନ ମିଳିଥିଲା ।

ବିନୋଦ ରହୁଥିବା ସୋସାଇଟିର ଗେଟରେ ତାଙ୍କ କାର ଧକ୍କା ହେବା ପରେ କିଛି ବ୍ୟକ୍ତିଙ୍କ ସହ ତାଙ୍କର ବିବାଦ ଦେଖିବାକୁ ମିଳିଥିଲା । ପରେ ସେ ଉତକ୍ଷିପ୍ତ ହୋଇ ଗାଲିଗୁଲଜ କରିବା ସହ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଥାନାରେ ପହଞ୍ଚିଥିଲା । ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର କିଛି ସମୟ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.