ETV Bharat / sports

କେପ୍‌ ଟାଉନ୍‌ରେ କ୍ୟାପଟେନ କୋହଲିଙ୍କ ଉପରେ ନଜର, ଐତିହାସିକ ଟେଷ୍ଟ ସିରିଜ ବିଜୟ ଲକ୍ଷ୍ୟରେ ଭାରତ

author img

By

Published : Jan 10, 2022, 6:26 PM IST

ମଙ୍ଗଳବାର ଠାରୁ କେପ୍‌ ଟାଉନର ନ୍ୟୁଲାଣ୍ଡ୍ସରେ ଆରମ୍ଭ ହେବାକୁ ଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ ଉପରେ ସମସ୍ତଙ୍କ ନଜର ରହିଛି । ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ସହ କେପ୍‌ ଟାଉନରେ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଥର ଐତିହାସିକ ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

Cape of 'Good Hope': All eyes on batter Kohli helping 'skipper' to win historic Test series
କେପ୍‌ ଟାଉନ୍‌ରେ କ୍ୟାପଟେନ କୋହଲିଙ୍କ ଉପରେ ନଜର, ଐତିହାସିକ ଟେଷ୍ଟ ସିରିଜ ବିଜୟ ଲକ୍ଷ୍ୟରେ ଭାରତ

କେପ୍‌ ଟାଉନ: ମଙ୍ଗଳବାର ଠାରୁ କେପ୍‌ ଟାଉନର ନ୍ୟୁଲାଣ୍ଡ୍ସରେ ଆରମ୍ଭ ହେବାକୁ ଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ ଉପରେ ସମସ୍ତଙ୍କ ନଜର ରହିଛି । ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ସହ କେପ୍‌ ଟାଉନରେ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଥର ଐତିହାସିକ ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ମଧ୍ୟ କେପ୍‌ ଟାଉନରେ ନିଜର ପୁରୁଣା ବିଜୟ ରେକର୍ଡକୁ ବଜାୟ ରଖିବା ସହ ସିରିଜ ବିଜୟ ଲକ୍ଷ୍ୟରେ ରହିବ ।

ପିଠିରେ ଯନ୍ତ୍ରଣା ଅନୁଭବ କରିବା ପରେ କୋହଲି ଜୋହାନ୍ସବର୍ଗରେ ଖେଳାଯାଇଥିବା ସିରିଜର ଦ୍ବିତୀୟ ଟେଷ୍ଟ ଖେଳିବାରୁ ବଞ୍ଚିତ ହୋଇଥିଲେ । ତେବେ ନ୍ୟୁଲାଣ୍ଡ୍ସରେ ବିରାଟ ଅଭ୍ୟାସ ଆରମ୍ଭ କରିସାରିଥିବାରୁ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟରେ ଖେଳିବା ନେଇ ସଙ୍କେତ ମିଳିସାରିଛି । ସିରିଜ ୧-୧ରେ ବରାବର ରହିଛି । ଫଳରେ କେପ୍‌ ଟାଉନରେ ଖେଳାଯିବାକୁ ଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ରୋମାଞ୍ଚକର ହେବ । କେପ୍‌ ଟାଉନ ଟେଷ୍ଟ ବିରାଟଙ୍କ ୯୯ତମ ଟେଷ୍ଟ ଓ ଝିଅ ଭାମିକାଙ୍କ ପ୍ରଥମ ଜନ୍ମଦିନ ହେବ । ଫଳରେ ବିରାଟ ଏହାକୁ ସ୍ପେଶାଲ କରିବାକୁ ଚାହିଁବେ । ବିରାଟଙ୍କ ନେୃତ୍ବତ୍ବରେ ଭାରତୀୟ ଟିମ କ୍ରିକେଟର ଲମ୍ବା ଫର୍ମାଟରେ ବିଶେଷ ସଫଳତା ହାସଲ କରିଛି । ତେବେ ଦକ୍ଷିଣ ଆଫ୍ରିକା ମାଟିରେ କେବେ ଟେଷ୍ଟ ସିରିଜ ବିଜୟର ସ୍ବାଦ ଚାଖିନଥିବା ଭାରତ ଚଳିତ ଥର ଇତିହାସ ରଚିବା ନେଇ ବିଶ୍ବାସ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: ଆଶଙ୍କାରେ ବାରବାଟୀ ମ୍ୟାଚ୍‌, ବଦଳିପାରେ ଭାରତ-ୱେଷ୍ଟଇଣ୍ଡିଜ ସିରିଜର ଭେନ୍ୟୁ !

ତେବେ କେପ୍‌ ଟାଉନ ଗ୍ରାଉଣ୍ଡରେ ଭାରତ କେବେବି ବିଜୟ ହାସଲ କରିପାରିନାହିଁ । ମାତ୍ର ବିରାଟ କୋହଲିଙ୍କ ଟିମ ଅତୀତରେ ଅନେକ ନୂଆ ରେକର୍ଡ ନିଜ ନାମରେ କରିସାରିଛି ଯାହା ଦୀର୍ଘ ଦିନ ଧରି ଟିମ ଇଣ୍ଡିଆ ପାଇଁ କଷ୍ଟସାଧ୍ୟ ଥିଲା । ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ବିଜୟ ଓ କେବେ ସେଞ୍ଚୁରିଅନରେ ପ୍ରଥମ ଟେଷ୍ଟ ବିଜୟ ମଧ୍ୟ ହାସଲ କରିଛି । ତେବେ ଜୋହାନ୍ସବର୍ଗରେ ଅପରାଜେୟ ରେକର୍ଡ ଭଙ୍ଗ ହୋଇଛି ।

ବିଜୟ ମନ୍ତ୍ର:

ଫଳରେ ତୃତୀୟ ଟେଷ୍ଟ ବିଜୟର ମନ୍ତ୍ର ହେବ ପ୍ରଥମ ଇଂନିସରେ ୩୦୦ରୁ ଅଧିକ ରନ୍‌ ସଂଗ୍ରହ ସହ ଘରୋଇ ଟିମ ଉପରେ ଚାପ ସୃଷ୍ଟି କରିବା । ଟିମକୁ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ଟିମର ଖେଳାଳିଙ୍କ ମନୋବଳ ବୃଦ୍ଧି କରିବ । ପଡିଆରେ ବିରାଟଙ୍କ ଆକ୍ରମଣାତ୍ମକ ଅଧିନାୟକତ୍ବ ଓ ବ୍ୟାଟିଂ ପ୍ରତିପକ୍ଷ ଟିମ ପାଇଁ ମଧ୍ୟ ଆହ୍ବାନପୂର୍ଣ୍ଣ ହେବ । ତେବେ କେପ୍‌ ଟାଉନ୍‌ର ଫାଷ୍ଟ ଓ ବାଉନ୍ସିଂ ପିଚ୍‌ରେ କାଗିସୋ ରବାଡା, ଡୁଆନେ ଓଲିଭର, ଲୁଙ୍ଗି ନିଙ୍ଗିଡି ଓ ମାର୍କୋ ଜାନସେନଙ୍କୁ ମୁକାବିଲା କରିବା ଭାରତୀୟ ବ୍ୟାଟରଙ୍କ ପାଇଁ ଅଗ୍ନିପରୀକ୍ଷା ହେବ । କାରଣ ଏହି ପିଚ୍‌ରେ ସର୍ବଦା ଦ୍ରୁତ ବୋଲରଙ୍କ ପ୍ରଭାବ ଯୋଗୁଁ ଷ୍ଟାର ବ୍ୟାଟରଙ୍କ ମଧ୍ୟରେ କଡା ପ୍ରତିନ୍ଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି । ୨୦୧୦-୧୧ ସିରିଜରେ ସଚିନ ତେନ୍ଦୁଲକର ଓ ଡେଲ୍‌ ଷ୍ଟେନ୍‌ଙ୍କ ମଧ୍ୟରେ ଖେଳାଯାଇଥିବା ସବୁଠୁ କଡା ସଂଘର୍ଷପୂର୍ଣ୍ଣ ତୀବ୍ର ପ୍ରତିନ୍ଦ୍ବନ୍ଦ୍ବିତାର ପ୍ରାୟ ଏକଘଣ୍ଟା ବିଶ୍ବ ଟେଷ୍ଟ କ୍ରିକେଟ ସାକ୍ଷୀ ପାଲଟିଥିଲା ।

ଏହାମଧ୍ୟ ପଢନ୍ତୁ: IND vs SA, 3rd Test: କେପ୍‌ ଟାଉନରେ ବିରାଟ ବାହିନୀର ବିଜୟ ପ୍ରସ୍ତୁତି

ଭାଗିଦାରୀ:

ଦୁଇ ଭାରତୀୟ ଓପନର କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ଉପରେ ପୁଣି ଲମ୍ବା ଇଂନିସ ଖେଳିବାର ଆହ୍ବାନ ରହିବ । ମଧ୍ୟକ୍ରମରେ ଅଭିଜ୍ଞ ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କୁ ମଧ୍ୟ ରନ୍‌ ସଂଗ୍ରହ କରିବାକୁ ହେବ । ମହମ୍ମଦ ସିରାଜ ମାଂସପେଶୀ ଜନିତ ଆହତ ହୋଇଥିବାରୁ ଭାରତୀୟ ବୋଲିଂ ବିଭାଗରେ ପରିବର୍ତ୍ତନ ସହ ଇଶାନ୍ତ ଶର୍ମା କିମ୍ବା ଉମେଶ ଯାଦବ ଚୂଡାନ୍ତ ଏକାଦଶକୁ ଫେରିପାରନ୍ତି । ଜଶପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କୁ ମଧ୍ୟ ଅଧିକ ପ୍ରଭାବୀ ସାବ୍ୟସ୍ତ ହେବାକୁ ପଡିବ । ଡିନ୍‌ ଏଲଗାର, ରସି ଭନ ଡର୍‌ ଡସନ ଓ ତେମ୍ବା ବାଭୁମାଙ୍କ ଉପରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିର୍ଭର କରିବ ।

ସ୍କ୍ବାଡ୍‌:

ଭାରତ: ବିରାଟ କୋହଲି(କ୍ୟାପଟେନ), କେଏଲ ରାହୁଲ(ଭାଇସ କ୍ୟାପଟେନ), ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ଶ୍ରେୟସ ଆୟର, ଋଷଭ ପନ୍ତ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ଶାର୍ଦ୍ଦୁଳ ଠାକୁର, ଜଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, ଅଜିଙ୍କ୍ୟ ରାହାଣେ, ରିଦ୍ଧିମାନ ଶାହା(ୱିକେଟ କିପର), ଜୟନ୍ତ ଯାଦବ, ପ୍ରିୟଙ୍କ ପଞ୍ଚଲ, ଉମେଶ ଯାଦବ, ହନୁମା ବିହାରୀ, ଇଶାନ୍ତ ଶର୍ମା ।

ଦକ୍ଷିଣ ଆଫ୍ରିକା: ଡିନ ଏଲଗାର(କ୍ୟାପଟେନ), ତେମ୍ବାୱ ବାଭୁମା(ଭାଇସ- କ୍ୟାପଟେନ), କାଗିସୋ ରବାଡା, ସାରେଲ ଏରୱି, ବିୟୁରନ ହେଣ୍ଡ୍ରିକ୍ସ, ଜର୍ଜ ଲିଣ୍ଡେ, କେଶବ ମହାରାଜ, ଲୁଙ୍ଗି ନିଙ୍ଗିଡି, ଆଡନ ମାର୍କ୍ରମ, ୱିଆନ ମୁଲଦର, କିଗାନ ପିଟରସନ, ରସି ଭାନ ଡର ଡସନ, କେଏଲ ଭେରିନେ, ମାର୍କୋ ଜାନସେନ, ଗ୍ଳେଣ୍ଟନ ଷ୍ଟରମନ, ପ୍ରେନେଲାନ ସୁବ୍ରୟେନ, ସିସାନ୍ଦା ମଗାଲ, ରିଆନ ରିକେଲଟନ, ଡୁଆନେ ଓଲିଭର ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.