ମୁମ୍ବାଇ: ଏସିଆ କପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଆହତଜନିତ ସମସ୍ୟା ଯୋଗୁଁ ଦଳରୁ ଫାଷ୍ଟ ବୋଲର ଜଶପ୍ରୀତ ବୁମ୍ରା ଓ ହର୍ଷଲ ପଟେଲ ବାଦ୍ ପଡ଼ିଛନ୍ତି । ସେପଟେ ସୁସ୍ଥ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଭାରତୀୟ ଓପନର କେ.ଏଲ୍ ରାହୁଲ । ଏସିଆ କପ୍ ପାଇଁ ଆଜି ବସିସିଆଇ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ।
-
Notes -
— BCCI (@BCCI) August 8, 2022 " class="align-text-top noRightClick twitterSection" data="
Jasprit Bumrah and Harshal Patel were not available for selection owing to injuries. They are currently undergoing rehab at the NCA in Bengaluru.
Three players - Shreyas Iyer, Axar Patel and Deepak Chahar have been named as standbys.
">Notes -
— BCCI (@BCCI) August 8, 2022
Jasprit Bumrah and Harshal Patel were not available for selection owing to injuries. They are currently undergoing rehab at the NCA in Bengaluru.
Three players - Shreyas Iyer, Axar Patel and Deepak Chahar have been named as standbys.Notes -
— BCCI (@BCCI) August 8, 2022
Jasprit Bumrah and Harshal Patel were not available for selection owing to injuries. They are currently undergoing rehab at the NCA in Bengaluru.
Three players - Shreyas Iyer, Axar Patel and Deepak Chahar have been named as standbys.
ତା ସହିତ ଦଳରେ ୩ ଜଣଙ୍କୁ ଷ୍ଟାଣ୍ଡବାଇଭାବରେ ରଖାଯାଇଛି । ଫାଷ୍ଟ ବୋଲିଂ ଡିପାର୍ଟମେଣ୍ଟ ପାଇଁ ଦଳରେ ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ଆଭେଶ ଖାନ୍ ସାମିଲ ରହିଛନ୍ତି । ସେହିଭଳି ସ୍ପିନରଙ୍କ ମଧ୍ୟରେ ଦଳରେ ରବିଚନ୍ଦ୍ରନ ଅଶ୍ବିନ୍, ରବିନ୍ଦ୍ର ଜାଡେଜା, ୟୁଜିବେନ୍ଦ୍ର ଚହଲ, ରବି ବିଷ୍ଣୋଇ ରହିଛନ୍ତି । କ୍ୟାପ୍ଟେନ୍ ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ, ସୂର୍ଯ୍ୟ କୁମାର ଯାଦବ, ଦୀପକ ଚହର, ଋଷଭ ପନ୍ତ ଦଳରେ ବ୍ୟାଟିଂ ଦାୟିତ୍ବରେ ରହିବେ । ସେହିଭଲି ଷ୍ଟାଣ୍ଡବାଇରେ ଦଳରେ ଶ୍ରେୟସ ଆୟର, ଅକ୍ଷର ପଟେଲ, ଦୀପକ ଚହରଙ୍କୁ ସାମିଲ କରାଯାଇଛି ।
ଭାରତୀୟ ଦଳଚ:-
ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ (ୱିକେଟ ରକ୍ଷକ), ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ୍, ୟୁଜିବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂ, ଆଭେଶ ଖାନ୍ |