ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ଅଭିଯାନ ବିଜୟରୁ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପ୍ରଥମ ଟେଷ୍ଟ ମ୍ୟାଚ୍ରେ କଙ୍ଗାରୁ ଦଳକୁ ଗୋଟିଏ ଇନିଂସ ଓ ୧୩୨ ରନରେ ପରାସ୍ତ କରିଛି ଭାରତ । ତେବେ ଏହି ମ୍ୟାଚ୍ରେ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ମ୍ୟାଚ୍ରେ ସେ ନିଜ ଟେଷ୍ଟ କ୍ୟାରିଅର ୩୧ତମ ୫ ୱିକେଟ ସଫଳତା ହାସଲ କରିଥିଲେ ।
-
Ashwin 🤝 Fifers
— BCCI (@BCCI) February 11, 2023 " class="align-text-top noRightClick twitterSection" data="
How good has @ashwinravi99 been with the ball in the second innings 🔥🔥
Follow the match ▶️ https://t.co/SwTGoyHfZx#TeamIndia | #INDvAUS | @mastercardindia pic.twitter.com/e3pLGLPrKb
">Ashwin 🤝 Fifers
— BCCI (@BCCI) February 11, 2023
How good has @ashwinravi99 been with the ball in the second innings 🔥🔥
Follow the match ▶️ https://t.co/SwTGoyHfZx#TeamIndia | #INDvAUS | @mastercardindia pic.twitter.com/e3pLGLPrKbAshwin 🤝 Fifers
— BCCI (@BCCI) February 11, 2023
How good has @ashwinravi99 been with the ball in the second innings 🔥🔥
Follow the match ▶️ https://t.co/SwTGoyHfZx#TeamIndia | #INDvAUS | @mastercardindia pic.twitter.com/e3pLGLPrKb
ବର୍ଡର ଗାଭାସ୍କର ଟ୍ରଫି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଅଷ୍ଟ୍ରେଲିଆର ଦ୍ବିତୀୟ ପାଳିରେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କର ଏକ ଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେ ପାଳି ଆରମ୍ଭରୁ ହିଁ ଜଣେ ପରେ ଜଣେ କଙ୍ଗାରୁ ବ୍ୟାଟରଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ଏହି ପାଳିରେ ସେ ନିଜ ଟେଷ୍ଟ କ୍ୟାରିଅର ୩୧ତମ ୫ ୱିକେଟ ସଫଳତା ହାସଲ କରିଥିଲେ । ବିଶ୍ବ ଟେଷ୍ଟ କ୍ରିକେଟରେ ସପ୍ତମ ବୋଲର ଭାବେ ୩୧ତମ ୫ ୱିକେଟ ସଫଳତା ହାସଲ କରିଛନ୍ତି ଅଶ୍ବିନ । ନିଜ ଦେଶରେ ସବୁଠୁ ଅଧିକ ଥର ୫ ୱିକେଟ ସଫଳତା ହାସଲ କରିବାରେ ଅଶ୍ବିନୀ ପୂର୍ବତନ ଭାରତୀୟ କ୍ରିକେଟର ଅନୀଲ କୁମ୍ବଲେଙ୍କ ସମକକ୍ଷ ହଇଛନ୍ତି ।
ନାଗପୁରରେ ଫେବୃଆରୀ ୯ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିଲା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲା । ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୧୭୭ ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲା । ସେପଟେ ପ୍ରଥମ ଇନିଂସରେ ଭାରତ ୪୦୦ ରନ ସଂଗ୍ରହ କରିଥିଲା । ଫେବୃଆରୀ ୧୧ ତାରିଖରେ ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି ଖେଳିବା ପାଇଁ ମୌଦାନକୁ ଓହ୍ଲାଇଥିଲା । ଏହି ପାଳିରେ ଅଶ୍ବିନ ଟେଷ୍ଟ କ୍ରିକେଟରେ ୪୫୦ ୱିକେଟ ହାସଲ କରିବାରେ ସବୁଠାରୁ ଦ୍ରୁତ ଭାରତୀୟ ବୋଲର କିର୍ତ୍ତୀମାନ ହାସଲ କରିଥିଲେ । ପୂର୍ବତନ ଭାରତୀୟ ଅଧିନାୟକ ଅନୀଲ କୁମ୍ବଲେ ନିଜ ୧୮ ବର୍ଷ କ୍ରିକେଟ କ୍ୟାରିଅର ମଧ୍ୟରେ ୨୫ ଥର ୫ ୱିକେଟ ସଫଳତା ହାସଲ କରିଥିଲେ । କିନ୍ତୁ ଅଶ୍ବିନ କେବଳ ୧୧ ବର୍ଷ କ୍ୟାରିଅର ମଧ୍ୟରେ ଏହି ସଫଳତା ହାସଲ କରିଛନ୍ତି । ଇଂଲଣ୍ଡର କ୍ରିକେଟର ଜେମ୍ସ ଆଣ୍ଡରସନ ୩୨ ଥର ୫ ୱିକେଟ ସଫଳତା ହାସଲ କରିଛନ୍ତି । ଆଣ୍ଡରସନଙ୍କ ପରେ ଅଶ୍ବିନ ଦ୍ବିତୀୟରେ ରହିଛନ୍ତି । ଅନୀଲ କୁମ୍ବଲେ ୯୩ ଟେଷ୍ଟ ମ୍ୟାଚ୍ରେ ୪୫୦ ୱିକେଟ ହାସଲ କରିଥିଲେ । ଅଶ୍ବିନ ୮୯ତମ ଟେଷ୍ଟ୍ ମ୍ୟାଚ୍ରେ ୪୫୦ ୱିକେଟ ହାସଲ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ