ETV Bharat / sports

ନଭେମ୍ବର 24ରୁ ବାରିଷ୍ଟର ରଞ୍ଜିତ ମହାନ୍ତି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବୋର୍ଡ ଅଫ୍‌ ରେଭେନ୍ୟୁ ବାର୍‌ ଆସୋସିଏସନ ପକ୍ଷରୁ ଆସନ୍ତା 24 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବାରିଷ୍ଟର ରଞ୍ଜିତ ମହାନ୍ତି ମେମୋରିଆଲ କ୍ରିକେଟ ପ୍ରତିଯୋଗିତା । ଅଧିକ ପଢନ୍ତୁ

ନଭେମ୍ବର 24ରୁ ବାରିଷ୍ଟର ରଞ୍ଜିତ ମହାନ୍ତି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ନଭେମ୍ବର 24ରୁ ବାରିଷ୍ଟର ରଞ୍ଜିତ ମହାନ୍ତି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ
author img

By

Published : Nov 21, 2021, 4:19 PM IST

Updated : Nov 21, 2021, 7:10 PM IST

କଟକ: ବୋର୍ଡ ଅଫ୍‌ ରେଭେନ୍ୟୁ ବାର୍‌ ଆସୋସିଏସନ ପକ୍ଷରୁ ଚଳିତବର୍ଷ ଆୟୋଜିତ ହେବ ବାରିଷ୍ଟର ରଞ୍ଜିତ ମହାନ୍ତି ମେମୋରିଆଲ କ୍ରିକେଟ ପ୍ରତିଯୋଗିତା। ଆସନ୍ତା 24 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମେଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ । ରାଜ୍ୟର 10ଟି ବାର୍‌ ଆସୋସିଏସନ ଏହି ପ୍ରତିଯୋଗିତାରେ ଭାଗ ନେବେ । କଟକ ସନ୍‌ ସାଇନ କ୍ଳବ ଗ୍ରାଉଣ୍ଡରେ ଖେଳାଯିବ ସମସ୍ତ ମ୍ୟାଚ୍‌ ।

ନଭେମ୍ବର 24ରୁ ବାରିଷ୍ଟର ରଞ୍ଜିତ ମହାନ୍ତି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ହାଇକୋର୍ଟ ମୁଖ୍ୟ ବିଚାରପତି ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବେ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଆସୋସିଏସନ ସଭାପତି । ତେବେ ଆଇନଜୀବୀଙ୍କ କର୍ମମୟ ଜୀବନ ମଧ୍ୟରେ କିଛି କ୍ଷଣ ବନ୍ଧୁ ମିଳନ ପାଇଁ ଏହି ପ୍ରତିଯୋଗିତା ମାଧ୍ୟମ ହେବାନେଇ ଲକ୍ଷ୍ୟ ରହିଛି ।

କ୍ରିକେଟ ମ୍ୟାଚ୍‌ର ସମସ୍ତ ନିୟମ ଅନୁସାରେ ଖେଳାଯିବ ସମସ୍ତ ମ୍ୟାଚ । 10ଟି ଟିମ ମଧ୍ୟରୁ କଟକରୁ 4ଟି ବାର୍‌ ସଂଘ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବାବେଳେ ଅନ୍ୟ ଜିଲାରୁ ଆଉ 6ଟି ବାର୍‌ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗତା ପାଇଁ ଆଜି(ରବିବାର) ଜର୍ସି ଉନ୍ମୋଚନ ମଧ୍ୟ କରିଛି ବୋର୍ଡ ଅଫ୍‌ ରେଭେନ୍ୟୁ ବାର୍‌ ଆସୋସିଏସନ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭିି ଭାରତ

Last Updated : Nov 21, 2021, 7:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.