ETV Bharat / sports

ଆଜି ବାରବାଟୀରେ ଦୃଷ୍ଟିହୀନ ବିଶ୍ବକପ ମ୍ୟାଚ, ଭାରତ-ବାଂଲାଦେଶ ମୁକାବିଲା - ଦୃଷ୍ଟିହୀନ ଟି 20 ବିଶ୍ବକପ

ଐତିହାସିକ କଟକ ବାରବାଟୀ ଷ୍ଟାଡିୟମରେ ଆଜି (ମଙ୍ଗଳବାର) ତୃତୀୟ ଦୃଷ୍ଟିହୀନ T20 ବିଶ୍ୱକପର ଲିଗ ମ୍ୟାଚ ଖେଳାଯିବ ( blind t 20 world cup )। ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ । ଅଧିକ ପଢନ୍ତୁ

ଆଜି ବାରବାଟୀରେ ଦୃଷ୍ଟିହୀନ ବିଶ୍ବକପ ମ୍ୟାଚ
ଆଜି ବାରବାଟୀରେ ଦୃଷ୍ଟିହୀନ ବିଶ୍ବକପ ମ୍ୟାଚ
author img

By

Published : Dec 13, 2022, 7:29 AM IST

Updated : Dec 13, 2022, 11:39 AM IST

ଆଜି ବାରବାଟୀରେ ଦୃଷ୍ଟିହୀନ ବିଶ୍ବକପ ମ୍ୟାଚ

କଟକ: ଆଜି ଐତିହାସିକ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ତୃତୀୟ ଦୃଷ୍ଟିହୀନ T20 ବିଶ୍ବକପର ଲିଗ ମ୍ୟାଚ୍‌ ( blind t 20 world cup ) । ଏଥିରେ ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ଚାରି ଥରର ବିଶ୍ଵ ଚମ୍ପିୟନ ଭାରତୀୟ ଟିମ୍ ଚଳିତ ଥର ମଧ୍ୟ ଚାମ୍ପିୟନ ହେବା ନେଇ ଆଶା ରଖିଛି । ପ୍ରଥମ ଥର ପାଇଁ ବାରବାଟୀରେ ଖେଳାଯିବ ଏହି ଦୃଷ୍ଟିହୀନ ବିଶ୍ଵକପ ମ୍ୟାଚ। ଘରୋଇ ଗ୍ରାଉଣ୍ଡରେ ଲଗାତାର ତୃତୀୟ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ ।

ଭାରତୀୟ ଦୃଷ୍ଟିହୀନ ଦଳରେ ସାମିଲ ଅଛନ୍ତି ଏକମାତ୍ର ଓଡ଼ିଆ ଖେଳାଳି ନକୁଳ ଗଡନାୟକ। ଆଜି ମ୍ୟାଚରେ ଭାରତୀୟ ଦଳ ଭଲ ସ୍କୋର କରିବା ସହ ବିଜୟୀ ହେବା ନେଇ ଆଶା ରଖିଛି। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଓ ଓସିଏ ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେଇଛନ୍ତି । ଆଜି ସକାଳ ୧୦ଟାରେ ଉଭୟ ଟିମ ବାରବାଟିରେ ପହଞ୍ଚିବା ପରେ ମ୍ୟାଚ ଆରମ୍ଭ ହେବ । ପୂର୍ବରୁ ଚଳିତ ବିଶ୍ବକପର ପ୍ରଥମ ଦୁଇ ମ୍ୟାଚରେ ଯଥାକ୍ରମେ ନେପାଳ ଓ ଆଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ଭାରତ । ଏବେ 5 ପଏଣ୍ଟ ହାସଲ କରି ଭାରତ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଅନ୍ୟପଟେ ବାଂଲାଦେଶ 4ଟି ମ୍ୟାଚ ଖେଳି 3ଟିରେ ବିଜୟ ହାସଲ କରି 6 ପଏଣ୍ଟ ସହ ଟେବୁଲ ଟପରେ ରହିଛି । ବାଟବାଟୀରେ ଭାରତ ବିଜୟୀ ହୋଇ ଟେବୁଲ ଶୀର୍ଷକୁ ଭେରିବାକୁ ଚେଷ୍ଟା କରିବ।

ଏହା ବି ପଢନ୍ତୁ...ରୋନାଲ୍ଡଙ୍କୁ ବିରାଟଙ୍କ ପ୍ରଶଂସା, କହିଲେ ଆପଣଙ୍କ ଅବଦାନ ଅତୁଳନୀୟ

ପୂର୍ବରୁ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ଓଡିଶାରେ 2ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ଉଭୟ ମ୍ୟାଚରେ ବିଜୟ ହାସଲ କରିଛି । ଏଣୁ ବାଟବାଟୀରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ବିଜୟୀ ହେବାକୁ ଆଶାବାଦୀ ଅଛୁ । ଓଡିଆ କ୍ରିକେଟ ଆସୋସିଏନ ସବୁବେଳେ ସହଯୋଗ ହାତ ବଢାଇଛି । ବାରବାଟୀ ଷ୍ଟାଡିୟମ ଭାରତୀୟ ଦୃଷ୍ଟିହୀନ ଖେଳାଳିଙ୍କ ପାଇଁ ଏକ ଲକି ଭେନ୍ୟୁ ବୋଲି କହିଛନ୍ତି ଅଧିନାୟକ ଅଜୟ ରେଡ୍ଡୀ ।

ଇଟିଭି ଭାରତ, କଟକ

Last Updated : Dec 13, 2022, 11:39 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.