ETV Bharat / sports

BGT 4th Test Day-3: ଗିଲଙ୍କ ଶତକ ପରେ କୋହଲିଙ୍କ ଅର୍ଦ୍ଧଶତକ, ୧୯୧ରନ ପଛରେ ଭାରତ

author img

By

Published : Mar 11, 2023, 6:22 PM IST

ବର୍ଡର ଗାଭାସ୍କର ଟ୍ରଫି ଚତୁର୍ଥ ତଥା ଶେଷ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ହୋଇଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ ହରାଇ ୨୮୯ ରନ ସଂଗ୍ରହ କରିଛି । ଫଳରେ ଭ୍ରମଣକାରୀ ଦଳଠାରୁ ଏବେ ଆହୁରି ୧୯୧ ରନ ପଛରେ ରହିଛି ଟିମ ଇଣ୍ଡିଆ । ଅଧିକ ପଢ଼ନ୍ତୁ

BGT 4th Test, Day-3 Stumps
BGT 4th Test, Day-3 Stumps

ଅହମଦାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ବର୍ଡର ଗାଭାସ୍କର ଟ୍ରଫି ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ହୋଇଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ ହରାଇ ୨୮୯ ରନ ସଂଗ୍ରହ କରିଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ତୃତୀୟ ଦିନରେ ଯୁବ ତାରକା ବ୍ୟାଟର ଶୁଭମନ ଗିଲଙ୍କ ଦମଦାର ଶତକ ପରେ କିଙ୍ଗ କୋହଲିଙ୍କ ଜଲୱା ଦେଖିବାକୁ ମିଳିଥିଲା । ତେବେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ଭ୍ରମଣକାରୀ ଦଳଠାରୁ ୧୯୧ ରନ ପଛରେ ରହିଛି ।

ଘରୋଇ ଭାରତ ଓ ଭର୍ମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ କଙ୍ଗାରୁ ଅଧିନାୟକ ଷ୍ଟେଭ ସ୍ମିଥ । ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପ୍ରାରମ୍ଭିକ ବ୍ୟାଟର ଉସ୍‌ମାନ ଖାୱଜା (୧୮୦) ଓ କ୍ୟାମେରନ ଗ୍ରୀନ (୧୧୪)ଙ୍କ ବଳରେ ଭାରତ ଉପରେ ପ୍ରଥମ ପାଳିରୁ ହିଁ ଚାପ ସୃଷ୍ଟି କରିଥିଲା ଅଷ୍ଟ୍ରେଲିଆ । ତେବେ ଭାରତ ପକ୍ଷରୁ ପ୍ରଥମ ଦିନରେ ଦୁଇଟି ୱିକେଟ ପାଇଥିବା ପେସର ମହମ୍ମଦ ସାମି ଦ୍ବିତୀୟ ଦିନରେ ଗୋଟିଏ ମଧ୍ୟ ସଫଳତା ପାଇନଥିଲେ । ଅନ୍ୟ ଭାରତୀୟ ଦୃତ ବୋଲରମାନେ ଦଳକୁ ନିରାଶ କରିବା ମଧ୍ୟରେ ଏକାକି ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ୬ ୱିକେଟ ହାସଲ କରି ଅଷ୍ଟ୍ରେଲିଆକୁ ୪୮୦ରେ ଅଟକାଇଥିଲେ । ଏହାପରେ ଦ୍ବିତୀୟ ଦିନରେ ମୈଦାନକୁ ଓହ୍ଲାଇଥିଲା ରୋହିତ ବାହିନୀ । ଦ୍ବିତୀୟ ଦିନରେ ରୋହିତ ଓ ଗିଲ ଭାରତକୁ ୩୬ ରନରେ ପହଞ୍ଚାଇଥିଲେ ।

1️⃣2️⃣8️⃣ Runs
2️⃣3️⃣5️⃣ Balls
1️⃣2️⃣ Fours
1️⃣ Six@ShubmanGill scored a magnificent century and put #TeamIndia 🇮🇳 on 🔝 on Day 3 👏👏

Relive his special ton here 📽️👇 #INDvAUS https://t.co/dGhst8kkcX pic.twitter.com/yzx6rXQgfV

— BCCI (@BCCI) March 11, 2023 " class="align-text-top noRightClick twitterSection" data=" ">

ଏହାପରେ ଆଜି ତୃତୀୟ ଦିବସ ଆରମ୍ଭରୁ କଙ୍ଗାରୁ ବୋଲରଙ୍କ ଉପରେ ଚାପ ପକାଇଥିଲେ ଶୁଭମନ ଗିଲ । ରୋହିତ ଶର୍ମା ୫୮ ବଲରୁ ୩୫ ରନ ସଂଗ୍ରହ କରିଥିବା ବେଳେ ମାଥ୍ୟୁ କୁହନେମାନଙ୍କ ଶିକାର ହୋଇଥିଲେ । ଏହାପରେ ଗିଲଙ୍କ ସହ ପିଚ୍‌ରେ ରହିଥିଲେ ଅନୁଭବୀ ବ୍ୟାଟର ପୂଜାରା । ତେବେ ଭାରତ ୧୮୭ ରନରେ ପହଞ୍ଚିଥିବା ବେଳେ ଟଡ୍‌ ମର୍ଫିଙ୍କ ବଲରେ ଆଉଟ ହୋଇଥିଲେ ପୂଜାରା । ସେ କେବଳ ୩ ଚୌକା ବଳରେ ୪୨ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲେ । ଏହାପରେ ବିରାଟ କୋହଲିଙ୍କ ସହ ଜମିଥିଲା ଶୁଭମନ ଗିଲଙ୍କ ଜୋଡ଼ି । ୨୩୫ ବଲରୁ ୧୨ ଚୌକୋ ଓ ଗୋଟିଏ ଛକା ବଳରେ ଧୂଆଁଧାର ୧୨୮ ରନର ପାଳି ଖେଳି ନାଥନ ଲାୟନଙ୍କ ବଲରେ ଆଉଟ ହୋଇଥିଲେ ଶୁଭମନ ଗିଲ । ଏହାପରେ ରବିନ୍ଦ୍ର ଜାଡେଜାଙ୍କ ସହ କିଙ୍ଗ କୋହଲି ନିଜର ଜଲୱା ଦେଖାଇଥିଲେ । କୋହଲି ୧୨୮ ବଲରୁ ୫ ଚୌକା ବଳରେ ୫୯ ରନ ସଂଗ୍ରହ କରି ଅପରାଜିତ ରହିଛନ୍ତି । ଅନ୍ୟପଟେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୫୪ ବଲରୁ ୧୬ ରନ ସଂଗ୍ରହ କରଛନ୍ତି । ଅଷ୍ଟ୍ରେଲିୟା ବୋଲରଙ୍କ ମଧ୍ୟରୁ ନାଥନ ଲାୟନ, ମାଥ୍ୟୁ କୁହନେମାନ ଓ ଟଡ୍‌ ମର୍ଫି ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ ହରାଇ ୨୮୯ ରନରେ ପହଞ୍ଚିଛି । ଫଳରେ ଭ୍ରମଣକାରୀ ଦଳଠାରୁ ଏବେ ଆହୁରି ୧୯୧ ରନ ପଛରେ ରହିଛି ଟିମ ଇଣ୍ଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଅହମଦାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ବର୍ଡର ଗାଭାସ୍କର ଟ୍ରଫି ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ହୋଇଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ ହରାଇ ୨୮୯ ରନ ସଂଗ୍ରହ କରିଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ତୃତୀୟ ଦିନରେ ଯୁବ ତାରକା ବ୍ୟାଟର ଶୁଭମନ ଗିଲଙ୍କ ଦମଦାର ଶତକ ପରେ କିଙ୍ଗ କୋହଲିଙ୍କ ଜଲୱା ଦେଖିବାକୁ ମିଳିଥିଲା । ତେବେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ଭ୍ରମଣକାରୀ ଦଳଠାରୁ ୧୯୧ ରନ ପଛରେ ରହିଛି ।

ଘରୋଇ ଭାରତ ଓ ଭର୍ମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ କଙ୍ଗାରୁ ଅଧିନାୟକ ଷ୍ଟେଭ ସ୍ମିଥ । ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପ୍ରାରମ୍ଭିକ ବ୍ୟାଟର ଉସ୍‌ମାନ ଖାୱଜା (୧୮୦) ଓ କ୍ୟାମେରନ ଗ୍ରୀନ (୧୧୪)ଙ୍କ ବଳରେ ଭାରତ ଉପରେ ପ୍ରଥମ ପାଳିରୁ ହିଁ ଚାପ ସୃଷ୍ଟି କରିଥିଲା ଅଷ୍ଟ୍ରେଲିଆ । ତେବେ ଭାରତ ପକ୍ଷରୁ ପ୍ରଥମ ଦିନରେ ଦୁଇଟି ୱିକେଟ ପାଇଥିବା ପେସର ମହମ୍ମଦ ସାମି ଦ୍ବିତୀୟ ଦିନରେ ଗୋଟିଏ ମଧ୍ୟ ସଫଳତା ପାଇନଥିଲେ । ଅନ୍ୟ ଭାରତୀୟ ଦୃତ ବୋଲରମାନେ ଦଳକୁ ନିରାଶ କରିବା ମଧ୍ୟରେ ଏକାକି ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ୬ ୱିକେଟ ହାସଲ କରି ଅଷ୍ଟ୍ରେଲିଆକୁ ୪୮୦ରେ ଅଟକାଇଥିଲେ । ଏହାପରେ ଦ୍ବିତୀୟ ଦିନରେ ମୈଦାନକୁ ଓହ୍ଲାଇଥିଲା ରୋହିତ ବାହିନୀ । ଦ୍ବିତୀୟ ଦିନରେ ରୋହିତ ଓ ଗିଲ ଭାରତକୁ ୩୬ ରନରେ ପହଞ୍ଚାଇଥିଲେ ।

ଏହାପରେ ଆଜି ତୃତୀୟ ଦିବସ ଆରମ୍ଭରୁ କଙ୍ଗାରୁ ବୋଲରଙ୍କ ଉପରେ ଚାପ ପକାଇଥିଲେ ଶୁଭମନ ଗିଲ । ରୋହିତ ଶର୍ମା ୫୮ ବଲରୁ ୩୫ ରନ ସଂଗ୍ରହ କରିଥିବା ବେଳେ ମାଥ୍ୟୁ କୁହନେମାନଙ୍କ ଶିକାର ହୋଇଥିଲେ । ଏହାପରେ ଗିଲଙ୍କ ସହ ପିଚ୍‌ରେ ରହିଥିଲେ ଅନୁଭବୀ ବ୍ୟାଟର ପୂଜାରା । ତେବେ ଭାରତ ୧୮୭ ରନରେ ପହଞ୍ଚିଥିବା ବେଳେ ଟଡ୍‌ ମର୍ଫିଙ୍କ ବଲରେ ଆଉଟ ହୋଇଥିଲେ ପୂଜାରା । ସେ କେବଳ ୩ ଚୌକା ବଳରେ ୪୨ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲେ । ଏହାପରେ ବିରାଟ କୋହଲିଙ୍କ ସହ ଜମିଥିଲା ଶୁଭମନ ଗିଲଙ୍କ ଜୋଡ଼ି । ୨୩୫ ବଲରୁ ୧୨ ଚୌକୋ ଓ ଗୋଟିଏ ଛକା ବଳରେ ଧୂଆଁଧାର ୧୨୮ ରନର ପାଳି ଖେଳି ନାଥନ ଲାୟନଙ୍କ ବଲରେ ଆଉଟ ହୋଇଥିଲେ ଶୁଭମନ ଗିଲ । ଏହାପରେ ରବିନ୍ଦ୍ର ଜାଡେଜାଙ୍କ ସହ କିଙ୍ଗ କୋହଲି ନିଜର ଜଲୱା ଦେଖାଇଥିଲେ । କୋହଲି ୧୨୮ ବଲରୁ ୫ ଚୌକା ବଳରେ ୫୯ ରନ ସଂଗ୍ରହ କରି ଅପରାଜିତ ରହିଛନ୍ତି । ଅନ୍ୟପଟେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୫୪ ବଲରୁ ୧୬ ରନ ସଂଗ୍ରହ କରଛନ୍ତି । ଅଷ୍ଟ୍ରେଲିୟା ବୋଲରଙ୍କ ମଧ୍ୟରୁ ନାଥନ ଲାୟନ, ମାଥ୍ୟୁ କୁହନେମାନ ଓ ଟଡ୍‌ ମର୍ଫି ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ ହରାଇ ୨୮୯ ରନରେ ପହଞ୍ଚିଛି । ଫଳରେ ଭ୍ରମଣକାରୀ ଦଳଠାରୁ ଏବେ ଆହୁରି ୧୯୧ ରନ ପଛରେ ରହିଛି ଟିମ ଇଣ୍ଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.