ETV Bharat / sports

ସୋମବାର ଷ୍ଟୋକ୍ସଙ୍କ ଆଙ୍ଗୁଠି ସର୍ଜରୀ, 3 ମାସ ଖେଳିପାରିବେନି କ୍ରିକେଟ - Ben Stokes to undergo finger surgery

ଶନିବାର ସର୍ଜରୀ ପାଇଁ ସ୍ବଦେଶ ଫେରିଯିବେ ଇଂଲିସ ଅଲରାଉଣ୍ଡର ବେନ ଷ୍ଟୋକ୍ସ । ବାମ ହାତର ଏକ ଆଙ୍ଗୁଠି ଭାଙ୍ଗିଯାଇଥିବା ଏକ୍ସ-ରେ ଓ ସିଟି ସ୍କାନ ରିପୋର୍ଟରୁ ଜଣାପଡିଛି । ଅଧିକ ପଢନ୍ତୁ...

Ben Stokes to undergo finger surgery in Leeds on Monday, sidelined for 12 weeks
ସୋମବାର ଷ୍ଟୋକ୍ସଙ୍କ ଆଙ୍ଗୁଠି ସର୍ଜରୀ, 3 ମାସ ଖେଳିପାରିବେନି କ୍ରିକେଟ
author img

By

Published : Apr 16, 2021, 6:04 PM IST

ହାଇଦ୍ରାବାଦ: ଆହତ କାରଣରୁ ଆଇପିଏଲ 2021ରୁ ବାଦ ପଡିଥିବା ରାଜସ୍ଥାନ ରୟାଲ୍ସ ଅଲରାଉଣ୍ଡର ବେନ ଷ୍ଟୋକ୍ସ 3 ମାସରୁ ଅଧିକ ସମୟ କ୍ରିକେଟ ଖେଳିପାରିବେ ନାହିଁ । ଏନେଇ ଶୁକ୍ରବାର ସ୍ପଷ୍ଟ କରିଛି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି) ।

ଗୁରୁବାର ଷ୍ଟୋକ୍ସଙ୍କର ଏକ୍ସ-ରେ ଓ ସିଟି ସ୍କାନ ରିପୋର୍ଟରୁ ଜଣାପଡିଛି ଯେ, ତାଙ୍କର ବାମ ହାତର ଏକ ଆଙ୍ଗୁଠି ଭାଙ୍ଗିଯାଇଛି । ଫଳରେ ଶନିବାର ସର୍ଜରୀ ପାଇଁ ସ୍ବଦେଶ ଫେରିଯିବେ ଇଂଲିସ ଅଲରାଉଣ୍ଡର ।

ଷ୍ଟୋକ୍ସ 12 ସପ୍ତାହରୁ ଅଧିକ ସମୟ କ୍ରିକେଟରୁ ବାହାରେ ରହିବା ନେଇ ଘୋଷଣା କରିଛି ଇସିବି ।

ଷ୍ଟୋକ୍ସ ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ ଟିମ ରାଜସ୍ଥାନ ରୟାଲ୍ସ ସହ ଭାରତରେ ରହିଛନ୍ତି । ଶନିବାର ଲଣ୍ଡନ ଫେରିଯିବେ ଓ ସୋମବାର ଲିଡ୍‌ସରେ ତାଙ୍କର ସର୍ଜରୀ ହେବାନେଇ ସ୍ଥିର ହୋଇଛି ।

ଗତ ସୋମବାର ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ କ୍ରିସ ଗେଲ୍‌ଙ୍କ ଏକ କ୍ୟାଚ ଧରିବାକୁ ପ୍ରୟାସ କରି ଫିଲ୍ଡିଂ ବେଳେ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.