ETV Bharat / sports

Asia Cup 2023: ରବିବାର ଭାରତ-ପାକ ଫାଇଟ, 17 ବର୍ଷ ପରେ ଲାହୋରରେ ବିନ୍ନି-ରାଜୀବ

ଏସିଆ କପ୍‌ ପାଇଁ ପାକିସ୍ତାନ ଗସ୍ତ କରିଛନ୍ତି ବିସିସିଆ ସଭାପତି ରୋଜର ବିନ୍ନି ଓ ଉପସଭାପତି ରାଜୀବ ଶୁକ୍ଳା । ଆସନ୍ତା 10 ତାରିଖରେ ଭାରତ ଓ ପାକିସ୍ତାନ ମୁକାବିଲା ରହିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 5, 2023, 10:23 AM IST

Asia Cup
Asia Cup 2023

ନୂଆଦିଲ୍ଲୀ: ପାକିସ୍ତାନରେ ପହଞ୍ଚିଛନ୍ତି BCCI ସଭାପତି ଓ ଉପସଭାପତି । 17 ବର୍ଷରେ ପ୍ରଥମ ଥର ପାଇଁ BCCIର ଦୁଇ ବରିଷ୍ଠ ଅଧିକାରୀ ସଭାପତି ରୋଜର ବିନ୍ନି ଓ ଉପସଭାପତି ରାଜୀବ ଶୁକ୍ଳା ପାକିସ୍ତାନ ଗସ୍ତ କରିଛନ୍ତି । ଏସିଆ କପ୍‌ ଦେଖିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ(ପିବିସି) ନିମନ୍ତ୍ରଣ କ୍ରମେ ଅଟାରି-ୱାଘା ସୀମା ଦେଇ ଉଭୟ ଲାହୋରରେ ପହଞ୍ଚିଛନ୍ତି । ଆଜି ଲାହୋରରେ ଗ୍ରୁପ୍‌-ବିରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ଦେଖିବେ ଦୁଇ BCCI ବରିଷ୍ଠ ଅଧିକାରୀ ।

ଲାହୋରରେ ପହଞ୍ଚିବା ପରେ BCCI ସଭାପତି ରୋଜର ବିନ୍ନି ପୁରୁଣା ସ୍ମୃତିକୁ ମନେ ପକାଇବା ସହ 2005ମସିହାରେ ଏସୀୟ କ୍ରିକେଟ ପରିଷଦର ପ୍ରତିନିଧି ଭାବେ ପାକିସ୍ତାନ ଗସ୍ତ କରିଥିଲେ । ସେବେ ପାକିସ୍ତାନ ଦ୍ରୁତ ବୋଲରଙ୍କ ସହ କାମ କରିବା କଥା ପ୍ରକାଶ କରିଥିଲେ ବିନ୍ନି । ଅନ୍ୟପଟେ ଲାହୋରରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖି BCCI ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି, ଏହି ଗସ୍ତ ସମ୍ପୂର୍ଣ୍ଣ କ୍ରିକେଟ ଆଧାରିତ । ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ଜଡ଼ିତ ନାହିଁ । ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳା ଆରମ୍ଭ କରାଯିବା ସଂକ୍ରାନ୍ତରେ ପ୍ରଶ୍ନରେ ଉତ୍ତର ଦେଇ ରାଜୀବ କହିଛନ୍ତି, ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାରତ ସରକାରଙ୍କର । ସରକାର ଯାହା ପରାମର୍ଶ ଦେବେ ତାହାକୁ ଆମେ ଗ୍ରହଣ କରିବୁ ।

ଶେଷ ଥର ପାଇଁ ଭାରତୀୟ କ୍ରିକେଟ ଦଳ 2008ରେ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ଗସ୍ତ କରିଥିଲା । ଏହା ପୂର୍ବରୁ 2006ରେ ପାକିସ୍ତାନରେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳାଯାଇଥିଲା । କିନ୍ତୁ ଚଳିତ ଏସିଆ କପ୍‌ ପାଇଁ ପାକିସ୍ତାନକୁ ଭାରତୀୟ ଦଳ ଯିବ ନାହିଁ ବୋଲି BCCI କହିବାରୁ ହାଇବ୍ରିଡ ମଡେଲରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି । ଲହୋରରେ ପହଞ୍ଚିବା ପରେ ବିସିସିଆଇ ସଭାପତି ରୋଜର ବିନ୍ନି ଓ ଉପସଭାପତି ରାଜୀବ ଶୁକ୍ଳା ପାକିସ୍ତାନରେ ଥିବା ପଞ୍ଜାବ ଗଭର୍ଣ୍ଣରଙ୍କ ସହ ରାତ୍ରୀଭୋଜନ କରିଥିଲେ । ବିସିସିଆଇ ସହିତ ବାଂଲାଦେଶ, ଆଫଗାନିସ୍ତାନ ଓ ପାକିସ୍ତାନ ପ୍ରତିନିଧିମାନେ ଏହି ରାତ୍ରୀଭୋଜନରେ ଏକାଠୀ ହୋଇଥିଲେ ।

ଏହା ବି ପଢନ୍ତୁ...Asia Cup 2023: ଭାରତ-ପାକିସ୍ତାନ ମ୍ୟାଚରେ ରେକର୍ଡ, ଧୋନୀଙ୍କୁ ଟପିଲେ ଈଶାନ

ଏହା ବି ପଢନ୍ତୁ...Asia Cup 2023: ପାକିସ୍ତାନ ଯିବେ ରୋଜର ବିନ୍ନି ଓ ରାଜୀବ ଶୁକ୍ଳା

ପ୍ରକାଶ ଥାଉ କି, ଅଗଷ୍ଟ 30 ତାରିଖରୁ ପାକିସ୍ତାନ ଓ ଶ୍ରୀଲଙ୍କାରେ ହାଇବ୍ରିଡ ଫର୍ମାଟରେ ଏସିଆ କପ ଆରମ୍ଭ ହୋଇଛି । ଏଥିରେ ମୋଟ 6ଟି ଦଳ ସାମିଲ ହୋଇଛନ୍ତି । ଏଯାବତ 5ଟି ଲିଗ୍‌ ମ୍ୟାଚ ଖେଳାଯାଇଛି । ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସାରିଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବାକୁ ଦୁଇ ଦଳ ପଏଣ୍ଟ ବାଣ୍ଟିଥିଲେ । ଆଜି(ମଙ୍ଗଳବାର) ଗ୍ରୁପ ବିର ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଷଷ୍ଠ ଲିଗ୍‌ ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.