ETV Bharat / sports

ପାକିସ୍ତାନ ଆତିଥ୍ୟତାକୁ ଭୂରି ଭୂରି ପ୍ରଶଂସା କଲେ BCCI ସଭାପତି ରୋଜର ବିନ୍ନି - BCCI president roger binny

ଭାରତ ଫେରିଛନ୍ତି BCCI ସଭାପତି ଏବଂ ଉପ ସଭାପତି । ପାକିସ୍ତାନ କ୍ରିକେଟ ବୋର୍ଡର ଆତିଥ୍ୟ ଚର୍ଚ୍ଚାକୁ ନେଇ ଭୂରି ଭୂରି ପ୍ରଶଂସା କରିଛନ୍ତି ବିସିସିଆଇର ସଭାପତି ରୋଜର ବିନ୍ନି ଓ ଉପସଭାପତି ରାଜୀବ ଶୁକ୍ଳା । ଅଧିକ ପଢନ୍ତୁ

ପାକିସ୍ତାନରେ ଆତିଥ୍ୟକୁ ପ୍ରଶଂସା  କରିଛନ୍ତି , BCCI ସଭାପତି ରୋଜର ବିନ୍ନି

author img

By ETV Bharat Odisha Team

Published : Sep 8, 2023, 7:25 AM IST

ନୂଆଦିଲ୍ଲୀ: ଭାରତ ଫେରିଛନ୍ତି BCCI ସଭାପତି ଏବଂ ଉପ ସଭାପତି । ପାକିସ୍ତାନ କ୍ରିକେଟ ବୋର୍ଡର ଆତିଥ୍ୟ ଚର୍ଚ୍ଚାକୁ ନେଇ ଭୂରି ଭୂରି ପ୍ରଶଂସା କରିଛନ୍ତି ବିସିସିଆଇର ସଭାପତି ରୋଜର ବିନ୍ନି ଓ ଉପସଭାପତି ରାଜୀବ ଶୁକ୍ଳା । ୧୭ ବର୍ଷରେ ପ୍ରଥମ ଥର ପାଇଁ BCCIର ଦୁଇ ବରିଷ୍ଠ ଅଧିକାରୀ ପାକିସ୍ତାନ ଗସ୍ତ କରିଥିଲେ । ଏସିଆ କପ୍‌ ଦେଖିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ ନିମନ୍ତ୍ରଣ କ୍ରମେ ଅଟାରି-ୱାଘା ସୀମା ଦେଇ ଉଭୟ ଲାହୋରରେ ପହଁଚିଥିଲେ । ଲାହୋରରେ ଖେଲାଯାଇଥିବା ଗ୍ରୁପ୍‌-ବିରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମ୍ୟାଚ୍‌ ଦେଖି ସ୍ବଦେଶ ଫେରିଛନ୍ତି BCCI ୨ ବରିଷ୍ଠ ଅଧିକାରୀ ।

ମଙ୍ଗଳବାର ଦିନ ଅଟାରି-ୱାଘା ସୀମା ଦେଇ ଉଭୟ ଭାରତ ଫେରିଛନ୍ତି । BCCI ସଭାପତି ରୋଜର ବିନ୍ନି ଓ ଉପସଭାପତି ରାଜୀବ ଶୁକ୍ଳା ପାକିସ୍ତାନ କ୍ରିକେଟ ବୋର୍ଡର ଆତିଥ୍ୟକୁ ନେଇ ଭୂରି ଭୂରି ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ରୋଜର ବିନ୍ନି କହିଛନ୍ତି " ପାକିସ୍ତାନରେ ବହୁତ ଭଲ ବୈଠକ ହୋଇଥିଲା । ଆମେ ବହୁତ ଭଲ ଆତିଥ୍ୟ ପାଇଲୁ । ସେମାନେ ଆମର ବହୁତ ଭଲରେ ଯତ୍ନ ନେଇଥିଲେ । ଏହି ଗସ୍ତର ମୁଖ୍ୟ କାର୍ଯ୍ୟକ୍ରମ ଥିଲା ଏସିଆ କପ୍‌ ଖେଳ ଦେଖିବାସ ଏବଂ ସେମାନଙ୍କ ସହ ବସି ଆଲୋଚନା କରିବା । ଯାତ୍ରା ବହୁତ ଆନନ୍ଦଦାୟକ ଥିଲା, ସେମାନେ ଆମ ସହ ବହୁତ ଉତ୍ତମ ବ୍ୟବହାର କରିଥିଲେ ।"

ଏହା ମଧ୍ୟ ପଢନ୍ତୁ.. Asia Cup 2023 Pak vs Ban: ସୁପର-୪ରେ ପାକିସ୍ତାନର ଧୂଆଁଧାର ଆରମ୍ଭ, ବାଂଲାଦେଶକୁ ୪ ୱିକେଟ୍‌ରେ ହରାଇଲା

ଶେଷ ଥର ପାଇଁ ଭାରତୀୟ କ୍ରିକେଟ ଦଳ ୨୦୦୮ରେ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ଗସ୍ତ କରିଥିଲା । ଏହା ପୂର୍ବରୁ 2006ରେ ପାକିସ୍ତାନରେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳାଯାଇଥିଲା । କିନ୍ତୁ ଚଳିତ ଏସିଆ କପ୍‌ ପାଇଁ ପାକିସ୍ତାନକୁ ଭାରତୀୟ ଦଳ ଯିବ ନାହିଁ ବୋଲି BCCI କହିବାରୁ ହାଇବ୍ରିଡ ମଡେଲରେ ଏହି ପ୍ରତିଯୋଗିତା ଆୟୋଜିତ କରାଯାଇଛି । ଲାହୋରରେ ପହଞ୍ଚିବା ପରେ ବିସିସିଆଇ ସଭାପତି ରୋଜର ବିନ୍ନି ଓ ଉପସଭାପତି ରାଜୀବ ଶୁକ୍ଳା ପାକିସ୍ତାନରେ ଥିବା ପଞ୍ଜାବ ଗଭର୍ଣ୍ଣରଙ୍କ ସହ ରାତ୍ରୀଭୋଜନ କରିଥିଲେ । ବିସିସିଆଇ ସହିତ ବାଂଲାଦେଶ, ଆଫଗାନିସ୍ତାନ ଓ ପାକିସ୍ତାନ ପ୍ରତିନିଧିମାନେ ଏହି ରାତ୍ରୀଭୋଜନରେ ଏକାଠୀ କରିଥିଲେ । ପ୍ରକାଶ ଥାଉ କି, ଅଗଷ୍ଟ 30 ତାରିଖରୁ ପାକିସ୍ତାନ ଓ ଶ୍ରୀଲଙ୍କାରେ ହାଇବ୍ରିଡ ଫର୍ମାଟରେ ଏସିଆ କପ ଆରମ୍ଭ କରାଯାଇଛି । ଏଥିରେ ମୋଟ ୬ଟି ଦଳ ଭାଗ ନେଇଛନ୍ତି । ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.