ମୁମ୍ବାଇ: ଖୁବଶୀଘ୍ର ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଦଳ ଘୋଷଣା କରିବ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) । ତେବେ ଏହାସହିତ ଟି୨୦ ବିଶ୍ବକପ୍ ପାଇଁ ମଧ୍ୟ ବୋର୍ଡ ଏକସଙ୍ଗେ ଦଳ ଘୋଷଣା କରିବା ନେଇ ଚର୍ଚ୍ଚା ହେଉଛି । ଅଗଷ୍ଟ ୮ ସୁଦ୍ଧା ଏସିଆ କପ୍ ପାଇଁ ଦଳ ଘୋଷଣା କରିବେ ଭାଗ ନେବାକୁ ଥିବା ସମସ୍ତ ଏସିଆନ୍ ଟିମ୍ । ଏହାକୁ ନେଇ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଭାବରେ କୌଣସି ଘୋଷଣା କରାଯାଇନାହିଁ ।
ନିକଟରେ ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଶିଖର ଧୱନଙ୍କ ନେତୃତ୍ବରେ ଜିମ୍ବାୱେରେ ଦିନିକିଆ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ବର୍ତ୍ତମାନ ରୋହିତ ଶର୍ମାଙ୍କ ନେତୃତ୍ବରେ ଦଳ ୱେଷ୍ଟଇଣ୍ଡିଜ୍ ଦଳ ସହ ଟି-୨୦ ସିରିଜ୍ ଖେଳୁଛି । ତେବେ ୱେଷ୍ଟଇଣ୍ଡିଜ୍ ଗସ୍ତ ଶେଷ ହେବାପରେ ICC ଟି୨୦ ବିଶ୍ବକପ୍ ଓ ଏସିଆ କପ୍ ପାଇଁ ଦଳ ଘୋଷଣା କରିପାରେ ବିସିସିଆଇ ।
ICC ଟି୨୦ ବିଶ୍ବକପ୍ ଓ ଏସିଆ କପ୍ ପାଇଁ ଘୋଷଣା ହେବାକୁ ଥିବା ଦଳରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି କୁହାଯାଉଛି । ବର୍ତ୍ତମାନ ରୋହିତ ଶର୍ମାଙ୍କ ନେତୃତ୍ବରେ ଇଣ୍ଡିଜ୍ରେ ଖେଳୁଥିବା ଦଳରେ କେବଳ ବିରାଟ କୋହଲି, କେ.ଏଲ୍ ରାହୁଲ ଓ ଜଶପ୍ରୀତ ବୁମରାଙ୍କୁ ସାମିଲ କରାଯାଇପାରେ । ରିପୋର୍ଟ ମୁତାବକ ସେହି ଦଳ ବିଶ୍ବକପ୍ ପରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ବିଶ୍ବକପ୍ ଖେଳିବ । ବର୍ତ୍ତମାନ ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ସହ ଟି୨୦ ସିରିଜ ଖେଳୁଛି । ପ୍ରଥମ ମ୍ୟାଚ୍ରେ ଦମଦାର ବିଜୟ ସହ ସିରିଜ୍ରେ ୧-୦ରେ ଆଗୁଆ ରହିଛି ଭାରତୀୟ ଦଳ ।