ETV Bharat / sports

ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଇସ୍ତଫା, ବିବାଦୀୟ ବୟାନ ପାଇଁ ଥିଲେ ଚର୍ଚ୍ଚାରେ - ଚେତନ ଶର୍ମା

ବିିସିସିଆଇ ବିରୋଧରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିବା ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ

Chetan Sharma resigns from his post
ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଇସ୍ତଫା
author img

By

Published : Feb 17, 2023, 11:15 AM IST

Updated : Feb 17, 2023, 11:32 AM IST

ନୂଆଦିଲ୍ଲୀ: ଚେତନ ଶର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମା ଆଜି ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ବିସିସିଆଇ ସମ୍ପାଦକ ଜୟ ଶାହଙ୍କୁ ପଠାଇଛନ୍ତି । କିଛି ଦିନ ତଳେ ସେ ବିସିସିଆଇ ବିରୋଧରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିଲେ । ମୁଖ୍ୟ ଚୟନକର୍ତ୍ତା ଭାବେ ଚେତନ ଶର୍ମା ଗତ 40 ଦିନ ତଳେ ଯୋଗ ଦେଇଥିଲେ ।

ଏହା ବି ପଢନ୍ତୁ...ଷ୍ଟିଙ୍ଗ୍‌ ଅପରେସନରେ ଚେତନ ଶର୍ମାଙ୍କ ବିବାଦୀୟ ବୟାନ, BCCI ଉପରେ ଉଠୁଛି ପ୍ରଶ୍ନ

ମୁଖ୍ୟ ଚୟନକର୍ତ୍ତା ଚେତନ୍ ଶର୍ମା ବିସିସିଆଇକୁ ନେଇ ବିସ୍ଫୋରକ ବୟାନ ଦେଇଥିଲେ ଯାହାକୁ ନେଇ କ୍ରିକେଟ ଜଗତରେ ହଇଚଇ ସୃଷ୍ଟି ହୋଇଥିଲା । ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ ଅପରେସନ୍‌ରେ କ୍ରିକେଟ୍ ବୋର୍ଡକୁ ନେଇ କିଛି ବିସ୍ଫୋରକ ବୟାନ ଦେଇଥିଲେ ଚେତନ । ଫଳରେ ଭାରତୀୟ କ୍ରିକେଟରଙ୍କ ସହ କ୍ରିକେଟ ବୋର୍ଡ ବିବାଦ ଭିତରକୁ ଆସିଥିଲା । ନାମୀଦାମୀ ଷ୍ଟାର ଖେଳାଳିମାନେ ଫିଟ ରହିବାକୁ ଇଞ୍ଜେକ୍ସନ୍ ନେବା ସହ ଏବେ ମଧ୍ୟ ବିରାଟ କୋହଲି ସବୁ ନିଷ୍ପତ୍ତି ନେଉଥିବା ଚେତନ ଶର୍ମା ତାଙ୍କ ବୟାନରେ କହିଥିଲେ । କେବଳ ଏତିକି ନୁହେଁ ଗୋଟିଏ ପରେ ଗୋଟିଏ ବିସ୍ଫୋରକ ବୟାନ ଦେଇ ବୋର୍ଡ ଅଫ୍ କର୍ଣ୍ଟ୍ରୋଲ ଫର୍ କ୍ରିକେଟ ଇନ ଇଣ୍ଡିଆକୁ ବିବାଦରେ ପକାଇ ଦେଇଥିଲେ ।

ଭାରତୀୟ କ୍ରିକେଟ ଖେଳାଳିମାନେ ଆହତ ଥିବା ସତ୍ତ୍ବେ ଟିମ ଚୟନ ସମୟରେ ଫିଟ୍ ଥିବା ଦର୍ଶାଇବା ପାଇଁ ଇଞ୍ଜେକ୍ସନ ନେଇଥାନ୍ତି । ଷ୍ଟାର୍ ଖେଳାଳିମାନେ ମଧ୍ୟ ଏପରି କରିବାକୁ ପଛାନ୍ତିନି । ସମସ୍ତଙ୍କର ବ୍ୟକ୍ତିଗତ ଡାକ୍ତର ଅଛନ୍ତି ଆହତ ଥିବା ସମୟରେ ସେମାନଙ୍କ ଡାକ୍ତର ଇଞ୍ଜେକ୍ସନ ଦେଇଥାନ୍ତି ବୋଲି ଚେତନ ଶର୍ମା କହିଥିଲେ । ଖେଳାଳି ଚୟନ ପୂର୍ବରୁ 80ରୁ 85 ପ୍ରତିଶତ ଖେଳାଳି ଶାରୀରିକ ଭାବେ ଅନଫିଟ୍ ଥିଲେ ମଧ୍ୟ ସେହି ଖେଳାଳିମାନଙ୍କୁ ଚୂଡାନ୍ତ ଦଳରେ ସାମିଲ କରିବାକୁ ଅନୁରୋଧ ଆସିଥାଏ । ଷ୍ଟାର ଖେଳାଳିମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ ବି ନ୍ୟାସନାଲ କ୍ରିକେଟ ଏକାଡେମୀ ସେମାନଙ୍କୁ ଚୟନ କରିଥାଏ ବୋଲି ବୟାନ ଦେଇଥିଲେ ଚେତନ ଶର୍ମା ।

ବିରାଟ କୋହଲି ଅଧିନାୟକ ପଦ ଛାଡିବା ରୋହିତ ଶର୍ମା ଅଧିନାୟକ ହେବା ଏବଂ ବିରାଟ-ରୋହିତଙ୍କ ସମ୍ପର୍କ ଭିତରେ ଥିବା ଫାଟ ସମ୍ପର୍କରେ ମଧ୍ୟ ବୟାନ ଦେଇଥିଲେ ଚେତନ ଶର୍ମା । କୋହଲି ବିରାଟଙ୍କ ମଧ୍ୟରେ ସମ୍ପର୍କ ଭଲ ଅଛି ମାତ୍ର ଦୁହେଁ ଦୁହିଁଙ୍କୁ ଈର୍ଷା କରନ୍ତି ବୋଲି କହିଥିଲେ ଚେତନ ଶର୍ମା । କୋହଲି ଅଧିନାୟକ ପଦ ଛାଡନ୍ତୁ ବୋଲି ସୌରଭ ଗାଙ୍ଗୁଲି ଚାହୁଁନଥିଲେ । ମାତ୍ର ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବାରୁ ତାଙ୍କୁ ଦିନିକିଆ ଦଳର ନେତୃତ୍ବ ପଦରୁ ହଟାଯିବା ପଛରେ ଗାଙ୍ଗୁଲିଙ୍କ ହାତ ଥିବା କୋହଲି ଭାବୁଥିବା କହିଥିଲେ ଚେତନ । ମୁଖ୍ୟ ଚୟନକର୍ତ୍ତା ଭାବେ ଜାନୁଆରୀ 7 ତାରିଖରେ ଯୋଗ ଦେଇଥିଲେ ଚେତନ ଶର୍ମା । ଯୋଗ ଦେବାର ମାତ୍ର 40 ଦିନ ମଧ୍ୟରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି ।

Last Updated : Feb 17, 2023, 11:32 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.