ETV Bharat / sports

ଭାରତ-ଇଣ୍ଡିଜ ଟି-୨୦ ସିରିଜ ଭେନ୍ୟୁ ସୂଚୀରୁ ବାରବାଟୀ ବାଦ୍‌

author img

By

Published : Jan 22, 2022, 9:24 PM IST

Updated : Jan 22, 2022, 10:27 PM IST

ବଦଳିଲା ଭାରତ-ୱେଷ୍ଟଇଣ୍ଡିଜ ସୀମିତ ଓଭର ସିରିଜର ଭେନ୍ୟୁ(revised venues) । ଭେନ୍ୟୁ ସୂଚୀରୁ ବାଦ୍‌ ପଡିଲା କଟକର ବାରବାଟୀ ଷ୍ଟାଡିୟମ । ଅଧିକ ପଢନ୍ତୁ

BCCI announces revised venues for home series against West Indies
ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ ଭେନ୍ୟୁରୁ ବାରବାଟୀ ବାଦ୍‌

କଟକ: ବାରବାଟୀ ଷ୍ଟାଡିୟମରେ ଖେଳାଯିବନି ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍‌ । ବଦଳିଲା ଭାରତ-ୱେଷ୍ଟଇଣ୍ଡିଜ ସୀମିତ ଓଭର ସିରିଜର ଭେନ୍ୟୁ । ଭେନ୍ୟୁ ସୂଚୀରୁ ବାଦ୍‌ ପଡିଲା କଟକର ବାରବାଟୀ ଷ୍ଟାଡିୟମ । ପୂର୍ବସୂଚୀରେ କଟକରେ ଫେବୃଆରୀ ୧୫ରେ ଖେଳାଯାଇଥାନ୍ତା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ।

ଏହାମଧ୍ୟ ପଢନ୍ତୁ: COVID Surge: ମହାମାରୀ କାଳରେ କ୍ରିକେଟ ଆହ୍ବାନ, ଆଶଙ୍କାରେ ଭାରତ-ଇଣ୍ଡିଜ ବାରବାଟୀ T-20

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଶନିବାର ପରିବର୍ତ୍ତିତ ସୂଚୀ ଘୋଷଣା କରିଛି । ନୂଆ ସୂଚୀ ଅନୁଯାୟୀ, ODI ସିରିଜର ତିନୋଟିଯାକ ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଓ ଟି-୨୦ ସିରିଜର ସମସ୍ତ ତିନୋଟି ମ୍ୟାଚ୍‌ ଇଡେନ ଗାର୍ଡେନ କୋଲକାତାରେ ଖେଳାଯିବ ।

ଏକ ବିଜ୍ଞପ୍ତିରେ BCCI ପକ୍ଷରୁ ଏହା ଘୋଷଣା କରାଯାଇଛି ଯେ, "ପୂର୍ବରୁ ୬ଟି ଭେନ୍ୟୁରେ ମ୍ୟାଚ୍‌ ଖେଳାଯିବା ନେଇସୂଚୀ ରହିଥିଲା । ମାତ୍ର ଜୈବସୁରକ୍ଷା ବଳୟ ପ୍ରତି ବିପଦ ଥିବାରୁ ଟିମ ସଦସ୍ୟ, ମ୍ୟାଚ୍‌ ଅଧିକାରୀ, ବ୍ରଡକାଷ୍ଟରର୍ସ ଓ ଅନ୍ୟ ଅଧିକାରୀଙ୍କ ଯାତ୍ରାକୁ କମ କରିବାକୁ ସିରିଜ ମାତ୍ର ଦୁଇଟି ଭେନ୍ୟୁରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି ।"

ପରିବର୍ତ୍ତିତ ସୂଚୀ:

ପ୍ରଥମ ODI: ଫେବୃଆରୀ ୬, ଅହମ୍ମଦାବାଦ

ଦ୍ବିତୀୟ ODI: ଫେବୃଆରୀ ୯, ଅହମ୍ମଦାବାଦ

ତୃତୀୟ ODI ଫେବୃଆରୀ ୧୧, ଅହମ୍ମଦାବାଦ

ପ୍ରଥମ ଟି-୨୦: ଫେବୃଆରୀ ୧୬, କୋଲକାତା

ଦ୍ବିତୀୟ ଟି-୨୦: ଫେବୃଆରୀ ୧୮, କୋଲକାତା

ତୃତୀୟ ଟି-୨୦: ଫେବୃଆରୀ ୨୦, କୋଲକାତା

IANS

Last Updated : Jan 22, 2022, 10:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.