ETV Bharat / sports

BCCI Women Annual Contract: ଗ୍ରେଡ-ଏରେ ହର୍ମନପ୍ରୀତ, ସ୍ମୃତି ଓ ଦୀପ୍ତି

author img

By

Published : Apr 28, 2023, 10:45 AM IST

ମହିଳା ଦଳ ପାଇଁ ବିସିସିଆଇ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା ହୋଇଛି । ଏଥିରେ 17 ମହିଳା କ୍ରିକେଟର ସ୍ଥାନ ପାଇଛନ୍ତି । ଅଧିକ ପଢନ୍ତୁ

ବିସିସିଆଇ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି
BCCI Women Annual Contract

ନୂଆଦିଲ୍ଲୀ: ବିସିସିଆଇ ମହିଳା କ୍ରିକେଟ ଦଳ ପାଇଁ ବାର୍ଷିକ ଚୁକ୍ତି ଘୋଷଣା କରିଛି । 2022-23 ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବାର୍ଷିକ ଚୁକ୍ତି ତାଲିକା ଘୋଷଣା କରିଛି । ତାଲିକାରେ ମୋଟ 17 ଜଣ ମହିଳା କ୍ରିକେଟର ସ୍ଥାନ ପାଇଛନ୍ତି । ତାଲିକାକୁ 3 ଭାଗରେ ଭାଗ କରାଯାଇଛି । ଗ୍ରେଡ-ଏ'ରେ ଅଧିନାୟକ ହର୍ମନପ୍ରୀତ କୌର, ଉପଅଧିନାୟିକା ସ୍ମୃତି ମାନ୍ଧାନା ଓ ଦୀପ୍ତି ଶର୍ମା ରହିଛନ୍ତି । ସେମାନଙ୍କୁ 50 ଲକ୍ଷ ଟଙ୍କା ମିଳିବ । ଅଲରାଉଣ୍ଡର ଦୀପ୍ତି ଶର୍ମା ଗ୍ରେଡ-ଏ'କୁ ଉତୀର୍ଣ୍ଣ ହୋଇଛନ୍ତି । ଗ୍ରେଡ-ଏ'ରେ ମୋଟ 3 ଜଣ ଖେଳାଳି ରହିଛନ୍ତି ।

ସେହିପରି ଗ୍ରେଡ-ବି'ରେ 5 ଜଣ ସ୍ଥାନ ପାଇଛନ୍ତି । ସେମାନେ ହେଲେ ରେଣୁକା ଠାକୁର, ଜେମିମା ରୋଡ୍ରିଗ୍ସ, ଶେଫାଳି ବର୍ମା, ରିଚା ଘୋଷ, ରାଜେଶ୍ବରୀ ଗାଏକ୍ବାଡ । ସେମାନଙ୍କୁ ବାର୍ଷିକ 30 ଲକ୍ଷ ପାଉଣା ଆକାରରେ ପାଇବେ । ଗ୍ରେଡ-ସି'ରେ ମୋଟ 9 ଜଣ ଖେଳାଳି ରହିଛନ୍ତି । ସେମାନେ ହେଲେ ମେଘନା ସିଂ, ଦେବୀକା ବିଦ୍ୟା,ସାବିନେନି ମେଘନା, ଅଞ୍ଜଳି ଶାର୍ବଣୀ, ପୂଜା ବସ୍ତ୍ରାକାର, ସ୍ନେହ ରଣା, ରାଧା ଯାଦବ, ହର୍ଲିନ ଦେଓନ ଓ ୟସ୍ତିକା ଭାଟିଆ । ସେମାନଙ୍କୁ ବାର୍ଷିକ 10 ଟଙ୍କା ମିଳିବ । ଏଥର ବିସିସିଆର ଗ୍ରେଡ-ସିରେ 6 ଜଣଙ୍କ ପରିବର୍ତ୍ତେ 9 ଜଣଙ୍କୁ ସାମିଲ କରିଛି । 6 ମାସ ପୂର୍ବରୁ ବିସିସିଆଇ ପୁରୁଷଙ୍କ ଭଳି ମହିଳାଙ୍କୁ ସମାନ ମ୍ୟାଚ ଫି ପ୍ରଦାନ କରିବା ବୋଲି ଘୋଷଣା କରିଥିଲା ।

ନଜର ପକାନ୍ତୁ ଚୁକ୍ତି ତାଲିକା ଉପରେ...

ଗ୍ରେଡ-ଏ' (50ଲକ୍ଷ): ହର୍ମନପ୍ରୀତ କୌର, ସ୍ମୃତି ମାନ୍ଧାନା ଓ ଦୀପ୍ତି ଶର୍ମା

ଗ୍ରେଡ-ବି'(30ଲକ୍ଷ): ରେଣୁକା ଠାକୁର, ଜେମିମା ରୋଡ୍ରିଗ୍ସ, ଶେଫାଳି ବର୍ମା, ରିଚା ଘୋଷ, ରାଜେଶ୍ବରୀ ଗାଏକ୍ବାଡ ।

ଗ୍ରେଡ-ସି'(10ଲକ୍ଷ): ମେଘନା ସିଂ, ଦେବୀକା ବିଦ୍ୟା,ସାବିନେନି ମେଘନା, ଅଞ୍ଜଳି ଶାର୍ବଣୀ, ପୂଜା ବସ୍ତ୍ରାକାର, ସ୍ନେହ ରଣା, ରାଧା ଯାଦବ, ହର୍ଲିନ ଦେଓଲ ଓ ୟସ୍ତିକା ଭାଟିଆ ।

ଏହା ବି ପଢନ୍ତୁ...IPL 2023: ଘରୋଇ ମାଟିରେ ରାଜସ୍ଥାନ ରାଜୁତି, 32 ରନରେ ହାରିଲା ଚେନ୍ନାଇ

ଏହା ବି ପଢନ୍ତୁ...BCCI Annual Contract List: A+ରେ ରୋହିତ, ଜାଡେଜା, ବୁମରା, ବିରାଟ

ପ୍ରକାଶଥାଉ କି, ଗତ କିଛି ତଳେ ବିସିସିଆଇ ପୁରୁଷ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଥିଲା । A+ରେ ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା ଓ ବିରାଟ କୋହଲି ସ୍ଥାନ ପାଇଥିଲେ । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପ୍ରଥମ ଥର ପାଇଁ ଉତୀର୍ଣ୍ଣ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.