ETV Bharat / sports

ଓଡିଆ ପୁଅ ଶିବ ସୁନ୍ଦର ହେଲେ ଟିମ୍ ଇଣ୍ଡିଆର ଚୟନକର୍ତ୍ତା, ପୁଣି ଫେରିଲେ ଚେତନ ଶର୍ମା - ଚେତନ ଶର୍ମା

୫ ଜଣଙ୍କୁ BCCI ଚୟନକର୍ତ୍ତା କମିଟି ଭାବରେ ନିଯୁକ୍ତ କରାଯାଇଛି । ଏଥିରେ ନିଯୁକ୍ତ ହୋଇଥିବା ପାଞ୍ଚ ଜଣ ସଦସ୍ୟ ହେଲେ ଚେତନ ଶର୍ମା, ଶିବ ସୁନ୍ଦର ଦାସ, ସୁବ୍ରତ ବାର୍ନାଜୀ, ସଲିଲ ଆଙ୍କୋଲା, ଶ୍ରୀଧର ଶରତ । ଅଧିକ ପଢନ୍ତୁ

ଅନ୍ତର୍ଜାତୀୟ କ୍ରିକେଟର ଶିବ ସୁନ୍ଦର ଦାସ
ଅନ୍ତର୍ଜାତୀୟ କ୍ରିକେଟର ଶିବ ସୁନ୍ଦର ଦାସ
author img

By

Published : Jan 7, 2023, 5:21 PM IST

Updated : Jan 7, 2023, 6:08 PM IST

ହାଇଦ୍ରାବାଦ: ଚେତନ ଶର୍ମାଙ୍କୁ ପୁଣି ଥରେ ବୋର୍ଡ ସିନିୟର ଚୟନକର୍ତ୍ତା କମିଟିର ଚେୟାରମ୍ୟାନ ଭାବରେ ନିଯୁକ୍ତ କରିଛି BCCI । ବୋର୍ଡର ୫ ଜଣିଆ ଚୟନକର୍ତ୍ତା କମିଟି ଗଠିତ ହୋଇଛି । ଏହି ୫ ଜଣିଆ ଚୟନ କମିଟିରେ ଓଡିଶାରୁ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ଶିବ ସୁନ୍ଦର ଦାସ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଏହି ପଦବୀ ପାଇଁ ୬୦୦ ଜଣ ଆବେଦନ କରିଥିଲେ ।

ସେଥିମଧ୍ୟରୁ ୫ ଜଣଙ୍କୁ BCCI ଚୟନକର୍ତ୍ତା କମିଟି ଭାବରେ ନିଯୁକ୍ତ କରାଯାଇଛି । ଏଥିରେ ନିଯୁକ୍ତ ହୋଇଥିବା ପାଞ୍ଚ ଜଣ ସଦସ୍ୟ ହେଲେ ଚେତନ ଶର୍ମା, ଶିବ ସୁନ୍ଦର ଦାସ, ସୁବ୍ରତ ବାର୍ନାଜୀ, ସଲିଲ ଆଙ୍କୋଲା, ଶ୍ରୀଧର ଶରତ । ଏନେଇ BCCI ସଚିବ ଜୟ ଆଜି ( ଶନିବାର ) ସୂଚନା ଦେଇଛନ୍ତି । ଟି-2୦ ବିଶ୍ବକପ ଅଭିଯାନରେ ବିଫଳ ହେବା ପରେ ବୋର୍ଡ ପୁରୁଣା ଚୟନ କର୍ତ୍ତା କମିଟିକୁ ବରଖାସ୍ତ କରିଥିଲା BCCI । ଏହା ପରେ ନଭେମ୍ବର ୧୮ ତାରିଖରେ ଏହି ପଦବୀର ଆବେଦନ ପାଇଁ ବିଜ୍ଞପ୍ତି ଜାରି କରିଥିଲା ବୋର୍ଡ । ଯାହାର ଫଳାଫଳ ଆଜି ପ୍ରକାଶ କରିଛି BCCI ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ( BCCI ) ଆଜି ଟିମ ଇଣ୍ଡିଆର ନୂଆ ସିଲେକ୍ସନ କମିଟି ଘୋଷଣା କରିଛି । ଏଥିରେ ପୁଣି ଥରେ ଚେୟାରମ୍ୟାନ ଭାବରେ ବାଜି ମାରିଛନ୍ତି ଚେତନ ଶର୍ମା । ୨୦୨୨ ଟି୨୦ ବିଶ୍ବକପ ଅଭିଯାନରେ ବିଫଳ ହେବା ପରେ BCCI ଆକ୍ସନ ମୋଡର ଆସିଥିଲା । ଯହା ଫଳରେ ଚୟନ କର୍ତ୍ତା କମିଟିକୁ ବରଖାସ୍ତ କରାଯାଇଥିଲା । ବରଖାସ୍ତ ହୋଇଥିବା ଚୟନ କମିଟିର ଚେୟାରମ୍ୟାନ ଚେତନ ଶର୍ମା ହିଁ ରହିଥିଲେ । ଏହା ପରେ ବୋର୍ଡ ଅଫିସିଆଲ ୱେବସାଇଟରେ ନଭେମ୍ବର ୧୮ ତାରିଖରେ ଏହି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା । ଭାରତୀୟ କ୍ରିକେଟ ଦଳର ଚୟନ କର୍ତ୍ତା କମିଟିର ସଦସ୍ୟ ନେଇ ୬୦୦ ଜଣ ଆବେଦନ କରିଥିଲେ । ସେଥିମଧ୍ୟରୁ ୧୧ ଜଣଙ୍କ ନାମକୁ ସର୍ଟଲିଷ୍ଟ କରିଯାଇଥିଲା । ପରେ ସେମାନଙ୍କର ସ୍ବତନ୍ତ୍ର ସାକ୍ଷାତ ପରେ ୫ ଜଣଙ୍କୁ ମନୋନୀତ କରିଛି CAC (Cricket Advisory Committee) । ଏହି ୫ ଜଣିଆ ଚୟନ କମିଟିର ଚେୟାରମ୍ୟାନ ରହିଛନ୍ତି ଚେତନ ଶର୍ମା ।

ଓଡିଆ ପୁଅ ଶିବ ସୁନ୍ଦର ଦାସଙ୍କ ଉପରେ BCCIର ଆସ୍ଥା ପ୍ରକଟ- ଏହି ୫ ଜଣିଆ ସିଲେକ୍ସନ କମିଟିର ସଦସ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି ଓଡିଆ ପୁଅ ଶିବ ସୁନ୍ଦର ଦାସ । ୬୦୦ ଆବେଦନକାରୀଙ୍କ ମଧ୍ୟରୁ BCCIର ଭରସାଯୋଗ୍ୟ ଚୟନକର୍ତ୍ତା ହୋଇପାରିଛନ୍ତି ଓଡିଆ ପୁଅ । ଶିବ ସୁନ୍ଦର ଦାସ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି । ଏହା ସହିତ ସେ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ ମଧ୍ୟ ରହିଥିଲେ ।

Last Updated : Jan 7, 2023, 6:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.