ETV Bharat / sports

BCCI Annual Contract List: A+ରେ ରୋହିତ, ଜାଡେଜା, ବୁମରା, ବିରାଟ

author img

By

Published : Mar 27, 2023, 12:14 PM IST

2022-23 ପାଇଁ ବିସିସିଆଇ ବାର୍ଷିକ ଚୁକ୍ତି ତାଲିକା ପ୍ରକାଶ ପାଇଛି । ମୋଟ 26 ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଅଧିକ ପଢନ୍ତୁ

BCCI Annual Contract player
ବିସିସିଆଇ ବାର୍ଷିକ ଚୁକ୍ତି ତାଲିକା

ନୂଆଦିଲ୍ଲୀ: 2022-23 ପାଇଁ ବିସିସିଆଇ ପକ୍ଷରୁ ବାର୍ଷିକ ଚୁକ୍ତି ଖେଳାଳି ତାଲିକା ପ୍ରକାଶ ପାଇଛି । 4ଟି ଗ୍ରେଡରେ ପ୍ରକାଶିତ ତାଲିକାରେ 26 ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଗ୍ରେଡ ଏ+ରେ ରାହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜା ସ୍ଥାନ ପାଇଛନ୍ତି । ସେମାନଙ୍କୁ 7 କୋଟି ଟଙ୍କା ମିଳିବ । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପ୍ରଥମ ଥର ପାଇଁ ଉତୀର୍ଣ୍ଣ ହୋଇଛନ୍ତି । ଇଶାନ୍ତ ଶର୍ମା ଓ ଆଜିଙ୍କ୍ୟ ରାହାଣେ, ଦୀପକ ଚହର ଓ ଭୁବନେଶ୍ବର କୁମାରଙ୍କୁ ଚୁକ୍ତି ତାଲିକାରୁ ବାଦ ଦିଆଯାଇଛି ।

ଗ୍ରେଡ ଏ ତାଲିକାରେ ମୋଟ 5 ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନଙ୍କୁ 5 କୋଟି ଟଙ୍କା ମିଳିବ । ଗ୍ରେଡ ଏରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ର ଅଶ୍ବିନୀ, ମହମ୍ମଦ ସାମି, ଋଷବ ପନ୍ତ ଓ ଅକ୍ଷର ପଟେଲ ରହିଛନ୍ତି । ଗ୍ରେଡ ବିରେ ଚେତେଶ୍ବର ପୂଜାରା, କେଏଲ ରାହୁଲ, ଶ୍ରେୟାସ ଆୟର, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ ଓ ଶୁଭମନ ଗିଲ ରହିଛନ୍ତି । ତାଙ୍କୁ 3 କୋଟି ଟଙ୍କା ମିଳିବ । ସେହିପରି ଗ୍ରେଡ ସିରେ ଉମେଶ ଯାଦବ, ଶିଖର ଧାୱନ, ସାର୍ଦୁଳ ଠାକୁର, ଇଷାନ କିଶାନ, ଦୀପକ ହୁଡା, ଯୁଝବେନ୍ଦ୍ର ଚହଳ, କୁଳଦୀପ ଯାଦବ, ୱାଶିଂଟନ ସୁନ୍ଦର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ ଓ କେଏସ ଭାରତ ସ୍ଥାନ ପାଇଛନ୍ତି । ସେମାନଙ୍କୁ 1 କୋଟି ଟଙ୍କା ମିଳିବ । ଅକ୍ଟୋବର 2022ରୁ ସେପ୍ଟମ୍ବର 2023 ସମୟସୀମା ଯାଏଁ ଏହି ବାର୍ଷିକ ଚୁକ୍ତି ତାଲିକା ପ୍ରକାଶ ପାଇଛି ।

ଏହା ବି ପଢନ୍ତୁ...WPL 2023 Final: ଇତିହାସ ରଚିଲା ମୁମ୍ବାଇ ଇଣ୍ଡିଆନ୍ସ, ୭ ୱିକେଟରେ ଜିତି ହାତେଇଲା ପ୍ରଥମ ଟାଇଟଲ

ଏହା ବି ପଢନ୍ତୁ...Swiss Open 2023: ସାତ୍ତ୍ବିକ-ଚିରାଗ ଡବଲ୍ସ ଚାମ୍ପିଅନ

ରାହୁଲ ଏ ଗ୍ରେଡରୁ ବି ଗ୍ରେଡକୁ ଖସିଛନ୍ତି । ଅକ୍ଷର ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଉନ୍ନତୀ ହୋଇଛନ୍ତି । ସେ ଗ୍ରେଡ ବି ଓ ସିରୁ ଏକୁ ଉତୀର୍ଣ୍ଣ ହୋଇଛନ୍ତି । ସାର୍ଦୁଲ ବିରୁ ସି ଗ୍ରେଡକୁ ଖସିଛନ୍ତି । ଶୁଭମନ ଗିଲ ଓ ସୂର୍ଯ୍ୟକୁମାର ସି ଗ୍ରେଡରୁ ବି ଗ୍ରେଡକୁ ଉତୀର୍ଣ୍ଣ ହୋଇଛନ୍ତି । ଦୀପକ ହୁଡା ୱାଶିଂଟନ ସୁନ୍ଦର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ ଓ କେଏସ ଭାରତ ନୂଆ କରି ଏହି ଚୁକ୍ତିରେ ସାମିଲ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.