ETV Bharat / sports

IndW vs BanW 3nd ODI: ଟସ ଜିତି ବ୍ୟାଟିଂ କରୁଛି ବାଂଲାଦେଶ, ସିରିଜ ହାତେଇବା ଲକ୍ଷ୍ୟରେ ଭାରତ

author img

By

Published : Jul 22, 2023, 11:42 AM IST

ଆଜି ମହିଳା ଭାରତୀୟ ଦଳ ଓ ବାଂଲାଦେଶ ମଧ୍ୟରେ ତୃତୟୀ ଦିନିକିଆ ମ୍ୟାଚ । ବ୍ୟାଟିଂ କରୁଛି ବାଂଲାଦେଶ । ଅଧିକ ପଢନ୍ତୁ

IndW vs BanW 3nd ODI
IndW vs BanW 3nd ODI

ହାଇଦ୍ରାବାଦ: ଭ୍ରମଣକାରୀ ଭାରତ ଓ ଘରୋଇ ବାଂଲାଦେଶ ମଧ୍ୟରେ ଆଜି ତୃତୀୟ ଦିନିକିଆ ମ୍ୟାଚ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଂଲାଦେଶ । ଫଳରେ ଫିଲ୍ଡିଂ କରିବ ଭାରତ । ସିରିଜ କବଜା କରିବା ଲକ୍ଷ୍ୟରେ ଦୁଇ ଦଳ । ପ୍ରଥମ ଦିନିକିଆ ମ୍ୟାଚରେ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଭାରତ ବିଜୟୀ ହୋଇ ସିରିଜ ବରାବର କରିଥିଲା । ତେଣୁ ଆଜିର ମ୍ୟାଚରେ କାହାର ପଲ୍ଲା ଭାରି ରହିବ ତାହା ଉପରେ ସମସ୍ତଙ୍କ ନଜର । ଖବର ଲେଖା ହେବା ସୁଦ୍ଧା 31 ଓଭର ଖେଳ ଶେଷ ହୋଇଛି । ମାତ୍ର ଗୋଟିଏ ଓ୍ବିକେଟ ହରାଇ 116 ରନ କରିଛି ବାଂଲାଦେଶ ।

ଭାରତୀୟ ଚୂଡାନ୍ତ ଏକାଦଶ: ହର୍ମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧନା, ଶେଫାଲି ବର୍ମା, ୟାସ୍ତିକା ଭାଟିଆ, ଜେମିମା ରୋଡ୍ରିଗ୍ସ, ଦେବିକା ବୈଦ୍ୟ, ଦିପ୍ତୀ ଶର୍ମା, ହର୍ରଲିନ ଦେଓଲ, ଅମନଜୌତ କୌର, ସ୍ନେହ ରଣା, ମେଘା ସିଂହ ।

ବାଂଲାଦେଶ ଚୂଡାନ୍ତ ଏକାଦଶ: ଶର୍ମିନ୍ ଅଖତେର, ସୋଭାନା ମୋଷ୍ଟରି, ଫରଗାନା ହୋକ୍ୟୁ, ଲତା ମଣ୍ଡଲ୍, ରିତୁ ମୋନି, ନିଗର ସୁଲତାନା, ରବେୟା ଖାନ୍, ନାହିଦା ଆଖତେର, ଫାହିମା ଖାତୁନ୍, ସୁଲତାନା ଖାତୁନ୍ ଏବଂ ମାରୁଫା ଅଖତେର।

ଏହା ମଧ୍ୟ ପଢନ୍ତୁ-IndW vs BanW 2nd ODI: ଜେମିମାଙ୍କ ଜବରଦସ୍ତ ବ୍ୟାଟିଂ, 108 ରନରେ ଜିତିଲା ଭାରତ

ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାରତ ବିଜୟୀ ହୋଇଥିବାରୁ ଆଜିର ମ୍ୟାଚରେ ବିଜୟୀ ହେବାକୁ ଦଳର ମନୋବଳ ଦୃଢ ରହିଛି । ଦ୍ବିତୀୟ ଦିନିକିଆରେ ଭାରତୀୟ ମହିଳା ଦଳ ଘରୋଇ ଦଳକୁ 108 ରନରେ ପରାସ୍ତ କରିଥିଲା । ଜେମିମା ରୋଡ୍ରିଗ୍ସ ସର୍ବାଧିକ 86 ରନ ହାସଲ କରିଥିଲେ । ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ 1-1ରେ ବରାବର ରହିଛି । ଦମଦାର ପାଳି ଖେଳିଥିବାରୁ ଜେମିମା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏହି ମ୍ୟାଚରେ ଅଧିନାୟକ ହର୍ମନପ୍ରୀତ କୌର 52 ରନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-INDvsWI 2nd Test: କୋହଲିଙ୍କ ବିସ୍ଫୋରକ ଶତକ, 438ରେ ଅଟକିଲା ଭାରତ

ସେହିପରି ପ୍ରଥମ ଦିନିକିଆ ମ୍ୟାଚରେ ବାଂଲାଦେଶ ବିଜୟୀ ହୋଇଥିଲା । ବର୍ଷା କାରଣରୁ ୫୦ ଓଭର ବଦଳରେ ୪୪ ଓଭର ମ୍ୟାଚ ଖେଳାଯାଇଥିଲା । ଶେଷରେ ଭାରତ 40 ରନରେ ପରାସ୍ତ ହୋଇଥିଲା । ଆଜି ଶେଷ ତୃତୀୟ ଅର୍ଥାତ ଶେଷ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରି 1-2ରେ ବିଜୟୀ ହେବା ଲକ୍ଷ୍ୟ ରଖିଛି ଭାରତୀୟ ମହିଳା ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.