ETV Bharat / sports

ଏସିଆ କପ୍‌ରୁ ବାଂଲାଦେଶ ଆଉଟ୍‌ ପରେ ଟି୨୦ରୁ ମୁସଫିକରଙ୍କ ଅବସର

ବାଂଲାଦେଶ ୱିକେଟ କିପର ମୁସଫିକର ରହିମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରୁ ଅବସର ଘୋଷଣା । ନିକଟରେ ଏସିଆ କପ୍‌ 2022ର ସୁପର 4 ପର୍ଯ୍ୟାରୁ ବାଦ୍‌ ପଡିଥିଲା ବାଂଲାଦେଶ । ଅଧିକ ପଢନ୍ତୁ

author img

By

Published : Sep 4, 2022, 6:40 PM IST

ମୁସାଫିର ରହିମଙ୍କ T20Iରୁ ଅବସର ନେବା ନେଇ ଘୋଷଣା

ହାଇଦ୍ରାବାଦ: ଚଳିତ ଏସିଆ କପରେ ବାଂଲାଦେଶର ପ୍ରଦର୍ଶନ ବହୁତ ଖରାପ ରହିଥିଲା । ଟୁର୍ଣ୍ଣାମେଣ୍ଟରେ ବ୍ୟାଟିଂ ଓ ବୋଲିଂର ଫେଲ ମାରିଥିଲା ବାଂଲାଦେଶ । ଏସିଆ କପର ସୁପର 4 ରାଉଣ୍ଡରୁ ବାଦ ପଡିଛି ବାଂଲାଦେଶ । ତେବେ ଏସିଆ କପ ୨୦୨୨ର ଯାତ୍ରା ସମାପ୍ତ ପରେ ବାଂଲାଦେଶ ୱିକେଟ କିପର ( Bangladesh wicketkeeper ) ମୁସାଫିର ରହିମଙ୍କ ( Mushfiqur Rahim ) ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି ।

ଏହି ଡାହାଣହାତୀ ବ୍ୟାଟର ମୁସାଫିର ରହିମ ନିଜ ଟ୍ବିଟର ଆକାଉଣ୍ଟରେ ଅବସର ନେବାର ସୂଚନା ଘୋଷଣା କରି ଲେଖିଛନ୍ତି କି "ମୁଁ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାକୁ ଚାହୁଁଛି । ଏବଂ କ୍ରିକେଟର ଅନ୍ୟ ଦୁଇଟି ଫର୍ମାଟ ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛି । ସୁଯୋଗ ଆସିଲେ ଫ୍ରାଞ୍ଚାଇଜ ଲିଗ ମ୍ୟାଚ ଖେଳିବାକୁ ଉପଲବ୍ଧ ରହିବି । କ୍ରିକେଟର ଦୁଇଟି ଫର୍ମାଟରେ ଗର୍ବର ସହିତ ନିଜ ଦେଶ ପାଇଁ ଖେଳିବାକୁ ଉତ୍ସାହିତ ରହିଛି ।"

  • I would like to announce my retirement from T20 INTERNATIONALS and focus on Test and ODI formats of the game. I will be available to play franchise leagues when the opportunity arrives. Looking forward to proudly represent my nation in the two formats-MR15

    — Mushfiqur Rahim (@mushfiqur15) September 4, 2022 " class="align-text-top noRightClick twitterSection" data=" ">

UAEରେ ଖେଳାଯାଉଥିବା ଏସିଆ କପ୍‌ ୨୦୨୨ ( Asia Cup 2022 )ରେ ସୁପର 4 ରାଉଣ୍ଡରୁ ବାଦ ପଡିଛି ବାଂଲାଦେଶ । ପ୍ରଥମେ ଆଫଗାନିସ୍ଥାନ ପରେ ଶ୍ରୀଲଙ୍କା ବିପକ୍ଷରେ ଲିଗ ମ୍ୟାଚ୍‌ରେ ହାରିବା ପରେ ସୁପର 4 ରାଉଣ୍ଡରେ ପ୍ରବେଶ କରିବାରେ ବିଫଳ ହୋଇଥିଲା ବାଂଲାଦେଶ । ଏହାସହିତ ଏସିଆ କପ ୨୦୨୨ରେ ବାଂଲାଦେଶର ଯାତ୍ରା ଶେଷ ହୋଇଥିଲା। ଏସିଆ କପର ପଞ୍ଚଦଶ ସଂସ୍କରଣରେ ବାଂଲାଦେଶର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିଲା ।

ଏହି ଟୁର୍ଣ୍ଣାମେଣ୍ଟରେ ମୁସାଫିର ରହିମଙ୍କ ପ୍ରଦର୍ଶନ ମଧ୍ୟ ଖରାପ ରହିଥିଲା (Bangladesh's unflattering Performance in the Asia Cup T20 tournament ) । ସେ ଦୁଇଟି ମ୍ୟାଚରେ ୫ ରନ ସଂଗ୍ରହ କରିଛନ୍ତି । ଆଫଗାନିସ୍ତାନ ମ୍ୟାଚରେ ୧ ରନ ଖେଳି ପାଭଲିୟନ ଶୀଘ୍ର ପାଭଲିୟନ ଫେରିଥିବାବେଳେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ତାଙ୍କ ବ୍ୟାଟରୁ ୫ଟି ବଲରୁ ୪ ରନ୍‌ ବାହାରି ଥିଲା ।

ମୁସାଫିର ରହିମ ବାଂଲାଦେଶ ପାଇଁ ୧୦୨ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଖେଳି ୧୫୦୦ରନ ସଂଗ୍ରହ କରିଛନ୍ତି । ଟି-୨୦ ମ୍ୟାଚରେ ତାଙ୍କର ସର୍ବାଧିକ ୭୨ ରନ ରହିଛି । ଏହା ସହିତ ଟି-୨୦ ଫର୍ମାଟରେ ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.