ମାଉଣ୍ଟ ମାଉଁଗାନୁଇ: ଏଠାରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ-ବାଂଲାଦେଶ ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି । ଦ୍ବିତୀୟ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ବାଂଲାଦେଶ ୨ ୱିକେଟ ହରାଇ ୧୭୫ ରନ୍ ସଂଗ୍ରହ କରିଛି ।
ମହମୁଦୁଲ ହସନ ୭୦ ଓ କ୍ୟାପଟେନ ମୋମିନୁଲ ହକ୍ ୮ ରନ୍ କରି ଅପରାଜିତ ଅଛନ୍ତି । ନାଜମୁଲ ହୋସେନ ୬୪ ରନ୍ର ଅର୍ଦ୍ଧଶତକୀୟ ଇଂନିସ ଓ ସଦମନ ଇସଲାମ ୨୨ ରନ୍ କରି ଆଉଟ୍ ହୋଇଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ ମେଲ ୱାଗନର ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି ।
ଏହାମଧ୍ୟ ପଢନ୍ତୁ: SA v IND: ଟିମ ଇଣ୍ଡିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକା ODI ସ୍କ୍ବାଡ୍ ଘୋଷଣା
ପୂର୍ବରୁ ଟସ୍ ଜିତି ବାଂଲାଦେଶ ବୋଲିଂ ନିଷ୍ପତ୍ତି ନେବାପରେ ନ୍ୟୁଜିଲାଣ୍ଡ ପ୍ରଥମ ଇଂନିସରେ ୩୨୮ ରନ୍ ସଂଗ୍ରହ କରିଛି । ଡେଭନ କନୱେ ୧୨୨ ରନ୍ର ଶତକୀୟ ଇଂନିସ ଖେଳିଛନ୍ତି । ୱିଲ ୟଙ୍କ୍ ୫୨ ଓ ହେନଲି ନିକୋଲାସ ୭୫ ରନ୍ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ