ETV Bharat / sports

ପାକ ଟିମର ଅଜବ ହରକତ, ବାଂଲାଦେଶରେ ଲାଗିଲା ଗୋ ବ୍ୟାକ୍‌ ପାକିସ୍ତାନ ନାରା - ବାଂଲାଦେଶରେ ଗୋ ବ୍ୟାକ୍‌ ପାକିସ୍ତାନ

ସଦ୍ୟ ସମାପ୍ତ ଟି-୨୦ ବିଶ୍ବକପ ପରେ ପାକିସ୍ତାନ ଟିମ ବାଂଲାଦେଶ ଗସ୍ତ କରିଛି । ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ୩ଟିକିଆ ଟି-୨୦ ସିରିଜ ଖେଳାଯିବା ନେଇ ସୂଚୀ ରହିଛି । ଅଧିକ ପଢନ୍ତୁ

Bangladesh cricket fans not impressed as Pakistan players carry national flag to training ground
ପାକ୍‌ ଟିମର ଅଜବ ହରକତ, ବାଂଲାଦେଶରେ ଲାଗିଲା 'ଗୋ ବ୍ୟାକ୍‌ ପାକିସ୍ତାନ' ନାରା
author img

By

Published : Nov 16, 2021, 7:15 PM IST

ଢାକା: ପାକିସ୍ତାନ କ୍ରିକେଟ ଟିମର ଅଜବ ହରକତକୁ ନେଇ ବାଂଲାଦେଶ କ୍ରିକେଟ ଫ୍ୟାନ୍ସ ନାଖୁସ । ସଦ୍ୟ ସମାପ୍ତ ଟି-୨୦ ବିଶ୍ବକପ ପରେ ପାକିସ୍ତାନ ଟିମ ବାଂଲାଦେଶ ଗସ୍ତ କରିଛି । ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ୩ଟିକିଆ ଟି-୨୦ ସିରିଜ ଖେଳାଯିବା ନେଇ ସୂଚୀ ରହିଛି ।

ଏହି ସିରିଜ ପୂର୍ବରୁ ପାକିସ୍ତାନ ଟିମ ଢାକାରେ ଅଭ୍ୟାସ ଆରମ୍ଭ କରିଛି । ତେବେ ପାକ୍‌ ଟିମର ମୁଖ୍ୟ କୋଚ୍‌ ସକଲେନ ମୁସ୍ତାକଙ୍କ ଏକ କାର୍ଯ୍ୟକୁ ନେଇ ଖପ୍ପା ବାଂଲାଦେଶ ଫ୍ୟାନ୍ସ । ଏପରିକି ପାକିସ୍ତାନ ଟିମ ଉଦ୍ଦେଶ୍ୟରେ 'ଗୋ ବ୍ୟାକ୍‌ ପାକିସ୍ତାନ' ନାରା ଲଗାଇଛନ୍ତି କ୍ରିକେଟ ଫ୍ୟାନ୍ସ ।

ପାକିସ୍ତାନ ଟିମ ଅଭ୍ୟାସ ସମୟରେ କୋଚ୍‌ ସକଲାନ ମୁସ୍ତାକ ପାକିସ୍ତାନର ଜାତୀୟ ପତାକାକୁ ପଡିଆରେ ଲଗାଇଥିଲେ । ସ୍କ୍ବାଡ୍‌ର ମନୋବଳ ବୃଦ୍ଧି ବାହାନାରେ ଏହି ନୂଆ ଟ୍ରେଣ୍ଡ୍‌ UAEରେ ଖେଳାଯାଇଥିବା ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଆରମ୍ଭ କରିଥିଲେ ପାକିସ୍ତାନ କୋଚ୍‌ । ଫଳରେ ବାଂଲାଦେଶ ସିରିଜ ପୂର୍ବରୁ ଏହି ଧାରାକୁ ଜାରି ରଖିଛନ୍ତି କୋଚ୍‌ ସକଲେନ ମୁସ୍ତାକ । PCB Mediaର ଅଫିସିଆଲ ଟ୍ବିଟରରେ ଏକ ଫଟୋ ସେୟାର କରାଯାଇଛି, ଯେଉଁଥିରେ ସ୍କ୍ବାଡ୍‌ ଅଭ୍ୟାସ ଆରମ୍ଭ ପୂର୍ବରୁ ପାକିସ୍ତାନୀ ପତାକା ଲଗାଇଯାଇଛି ।

ମାତ୍ର ବାଂଲାଦେଶ ଫ୍ୟାନ୍ସଙ୍କୁ ଏହା ପସନ୍ଦ ଆସିନାହିଁ । ଅନେକ ଫ୍ୟାନ୍ସ 'ଗୋ ବ୍ୟାକ୍‌ ପାକିସ୍ତାନ' ନାରା ଲଗାଇବା ସହ କୌଣସି ପ୍ରକାର ପାକିସ୍ତାନ ପତାକା ବାଂଲାଦେଶରେ ବ୍ୟାନ୍‌ କରିବାକୁ ଦାବି ହୋଇଛି ।

ଆଉ ଜଣେ ବାଂଲାଦେଶ ଫ୍ୟାନ୍ସ ପାକିସ୍ତାନ ଟିମର ଏହି ହରକତ ଉପରେ ପ୍ରଶ୍ନ ଉଠାଇଛନ୍ତି । "ଭିନ୍ନଭିନ୍ନ ଟିମ ଅନେକ ସମୟରେ ବାଂଲାଦେଶ ଗସ୍ତରେ ଆସୁଛନ୍ତି ଓ ମ୍ୟାଚ୍‌ ଖେଳୁଛନ୍ତି । କୌଣସି ଟିମ ନିଜ ଦେଶର ଜାତୀୟ ପତାକା ଗ୍ରାଉଣ୍ଡରେ ଲଗାନ୍ତି ନାହିଁ । ମାତ୍ର ପାକିସ୍ତାନ କ୍ଷେତ୍ରରେ ବ୍ୟତିକ୍ରମ କାହିଁକି ?? ଏହାର ଅର୍ଥ କଣ ? ଏହା କଣ ସୂଚାଉଛି ?" ବୋଲି ଫ୍ୟାନ୍ସ ଜଣଙ୍କ ପ୍ରଶ୍ନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.