ETV Bharat / sports

Women's T20 World Cup: ବେଥ ମୁନେଙ୍କ ଅପରାଜିତ ଅର୍ଦ୍ଧଶତକ, ଦକ୍ଷିଣ ଆଫ୍ରିକା ଆଗରେ ୧୫୭ ରନ ଟାର୍ଗେଟ

author img

By

Published : Feb 26, 2023, 9:09 PM IST

ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଛି ଆଇସିସି ମହିଳା ଟି-୨୦ ବିଶ୍ବକପ ଫାଇନାଲ ଫାଇଟ । ଅଷ୍ଟ୍ରେଲିଆ ଓପନର ବେଥ ମୁନେଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ଆଗରେ ରହିଛି ୧୫୭ ରନ ଟାର୍ଗେଟ । ଅଧିକ ପଢନ୍ତୁ

Women's T20 World Cup
Women's T20 World Cup

କେପଟାଉନ: ଦକ୍ଷିଣ ଆଫ୍ରିକାର ନ୍ୟୁଲାଣ୍ଡସ କ୍ରିକେଟ ଗ୍ରାଉଣ୍ଡରେ ଜାରି ରହିଛି ଆଇସିସି ମହିଳା ଟି-୨୦ ବିଶ୍ବକପ ଫାଇନାଲ ମ୍ୟାଚ । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଫାଇନାଲ ଫାଇଟରେ ଧୂଆଁଦାର ବ୍ୟାଟିଂ କରିଛି କଙ୍ଗାରୁ ଟିମ । ୨୦ ଓଭରରେ ଦକ୍ଷିଣ ଆଫ୍ରିକା ଆଗରେ ୧୫୭ ରନ ଟାର୍ଗେଟ ରଖିଛି ଦଳ । ଅଷ୍ଟ୍ରେଲିଆ କ୍ରିକେଟର ବେଥ ମୁନେ ୫୩ ବଲରେ ୭୪ କରି ସର୍ବାଧିକ ରନ ହାସଲ କରିଛନ୍ତି ।

ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ ଟିମ । ବେଥ ମୁନେ ସର୍ବାଧିକ ୭୪ ରନ ହାସଲ କରିଛନ୍ତି । ସେ ଗୋଟିଏ ଛକା ସହ ୯ଟି ଚୌକା ମାରିଛନ୍ତି । ସେହପରି ଅଶଲେଘ ଗାର୍ଡନର ୨୧ ବଲରେ ୨ଟି ଲେଖାଏଁ ଚୌକା ଛକା ମାରି ୨୯ଟି ରନ ହାସଲ କରିଛନ୍ତି । ୱିକେଟ କିପର ୨୦ ବଲରେ ୩ଟି ଚୌକା ମାରି ୧୮ ରନ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ମହିଳା ଦଳର କ୍ୟାପଟେନ ମେଗ ଲାନିଙ୍ଗ ୧୧ ବଲ୍‌ରେ ୧୦ ରନ କରିଛନ୍ତି । ଏହି ମ୍ୟାଚରେ ଓପନର ବେଥ ମୁନେଙ୍କ ଚମତ୍କାର ବ୍ୟାଟିଂ ଦେଖିବାକୁ ମିଳିଛି । ସେ ଦଳ ପାଇଁ ସର୍ବାଧିକ ରନ ହାସଲ କରିବା ସହିତ ଅପରାଜିତ ରହିଥିଲେ ।

ଏହା ବି ପଢନ୍ତୁ- Women's T20 World Cup: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଫାଇନାଲ ଫାଇଟ

ସମସ୍ତ ଓଭର ଖେଳି ଅଷ୍ଟ୍ରେଲିଆ ୬ ୱିକେଟ ହରାଇ ୧୫୬ ରନ କରିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଟିମର ବୋଲର ଶବନିମ ଇସମାଏଲ ୪ ଓଭର ବୋଲିଂ କରିଥିବା ବେଳେ ୨୬ ରନ୍‌ ଦେଇ ୨ଟି ୱିକେଟ ହାସଲ କରିଥିଲେ । ଟିମର ଅନ୍ୟତମ ବୋଲର ମାରିଜେନ କପ ମଧ୍ୟ ୪ ଓଭର ବୋଲିଂ କରି ୩୫ ରନ୍‌ ଦେବା ସହ ୨ଟି ୱିକେଟ ନେଇଥିଲେ । ମହିଳା ଟି-୨୦ ବିଶ୍ବକପର ଅଷ୍ଟମ ସଂସ୍କରଣର ଏହି ମ୍ୟାଚ ଉପରେ ସାରା ବିଶ୍ବର ନଜର ରହିଛି । ଚମ୍ପିଆନ ଟିମ ଅଷ୍ଟ୍ରେଲିଆ ୫ଟି ଟାଇଟଲ ହାସଲ କରିସାରିଥିବା ବେଳେ ୬ଷ୍ଠ ଟାଇଟଲ ହାସଲ କରିବା ଲାଗି ଜୋରଦାର ଲଢେଇ କରୁଛି ।

ଭାରତୀୟ ମହିଳା ଟିମ ସେମି ଫାଇନାଲରୁ ହିଁ ବିଶ୍ବକପ ମ୍ୟାଚରୁ ବିଦାୟ ନେଇଛି । ଭାରତକୁ ହରାଇ ପ୍ରଥମ ସେମି ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରବେଶ କରିଥିବା ବେଳେ ଦ୍ବିତୀୟ ସେମି ଫାଇନାଲରେ ଇଂଲଣ୍ଡକୁ ହରାଇଥିଲା । ଅଷ୍ଟ୍ରେଲିଆ ୨୦୧୦, ୨୦୧୨, ୨୦୧୪ ବିଶ୍ବକପ ମ୍ୟାଚରେ କ୍ରମାଗତ ଭାବେ ଚମ୍ପିଆନ ହୋଇଥିବା ବେଳେ ୨୦୧୮ ଓ ୨୦୨୦ରେ ପୁଣି ବିଜୟ ହୋଇଥିଲା । ଦକ୍ଷିଣ ଆଫ୍ରିକା ଓ ଅଷ୍ଟେଲିଆ ମଧ୍ୟରେ ପୂର୍ବରୁ ୬ଟି ଟି-୨୦ ମ୍ୟାଚ ଖେଳାଯାଇଥିବା ବେଳେ ଅଷ୍ଟ୍ରେଲିଆ ଅଧିକ ବିଜୟ ହାସଲ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.