ETV Bharat / sports

ତୃତୀୟ ମହିଳା ଟି-୨୦: ମାନ୍ଧାନାଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ବେ ହାରିଲା ଭାରତ - Australia Women

ତୃତୀୟ ମହିଳା ଟି-୨୦ ମ୍ୟାଚ୍‌ରେ ଭାରତକୁ ୧୪ ରନରେ ହରାଇଛି ଓ ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ...

Aus W v Ind W, 3rd T20I:  Australia Women beat india by 14 runs
ତୃତୀୟ ମହିଳା ଟି-୨୦: ଅଷ୍ଟ୍ରେଲିଆଠୁ ୧୪ ରନ୍‌ରେ ହାରିଲା ଭାରତ
author img

By

Published : Oct 10, 2021, 5:36 PM IST

କାରାରା ଓଭାଲ(କୁଇନ୍ସଲ୍ୟାଣ୍ଡ୍‌): ଏଠାରେ ଖେଳାଯାଉଥିବା ତୃତୀୟ ମହିଳା ଟି-୨୦ ମ୍ୟାଚ୍‌ରେ ଭାରତକୁ ୧୪ ରନରେ ହରାଇଛି ଓ ଅଷ୍ଟ୍ରେଲିଆ । ଫଳରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୨-୦ରେ ଜିତିବା ସହ ମଲ୍ଟି ଫର୍ମାଟ ସିରିଜ ନିଜ ନାମରେ କରିଛି ଘରୋଇ ଟିମ । ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବିନା ଫଳାଫଳରେ ବାତିଲ ହୋଇଥିଲା ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୪୯ ରନ୍‌ ସଂଗ୍ରହ କରିଥିଲା । ଫଳରେ ୧୫୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଭାରତ । ମାତ୍ର ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୩୫ ରନ୍‌ ସହ ବିଜୟ ଠାରୁ ୧୫ ରନ୍‌ ଦୂରରେ ରହିଯାଇଥିଲା ।

ଓପନର ସ୍ମୃତି ମାନ୍ଧାନା ୪୯ ବଲ୍‌ରୁ ୮ ଚୌକା ସହ ୫୨ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟାଟରଙ୍କ ସାଥ୍‌ ମିଳିନଥିଲା । ଜେମିମ୍ମା ରୋଡ୍ରିଗ୍ୟୁସ ୨୩ ଓ କ୍ୟାପଟେନ୍‌ ହରମନପ୍ରୀତ ୧୩ ରନ୍‌ରେ ଆଉଟ୍‌ ହୋଇଥିଲେ । ଶେଷ ଭାଗରେ ରିଚା ଘୋଷ ୧୧ ବଲ୍‌ରୁ ୨ ଚୌକା ଓ ୨ ଛକା ସହାୟତାରେ ଅପରାଜିତ ୨୩ ରନ୍‌ ସହ ଭରପୁର ପ୍ରୟାସ କରିଥିଲେ ମଧ୍ୟ ବିଜୟ ଦେଇପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.