କୁଇନ୍ସଲ୍ୟାଣ୍ଡ(ଅଷ୍ଟ୍ରେଲିଆ): ଦିନିକିଆ ସିରିଜ ଓ ଟେଷ୍ଟ ମ୍ୟାଚ୍ ପରେ ଅଷ୍ଟ୍ରେଲିଆ ଓ ଭାରତୀୟ ମହିଳା ଟିମ ମଧ୍ୟରେ ଆରମ୍ଭ ହୋଇ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ । ତେବେ କୁଇନ୍ସଲ୍ୟାଣ୍ଡର କାରାରା ଓଭାଲ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଉଥିବା ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ଘୋଷଣା ହୋଇଛି ।
ଟସ୍ ଜିତି ଘରୋଇ ଟିମର କ୍ୟାପେଟନ୍ ମେଗ ଲାନିଙ୍ଗ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଓ ଭ୍ରମଣକାରୀ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଭାରତୀୟ ଇଂନିସର ୧୫.୨ ଓଭର ଖେଳାଯାଇଥିଲା । ମାତ୍ର ବର୍ଷା ଯୋଗୁଁ ଖେଳକୁ ପ୍ରଥମେ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା ।
ମ୍ୟାଚ୍ର ଫଳାଫଳ ନିର୍ଣ୍ଣୟ ପାଇଁ ଅଷ୍ଟ୍ରେଲିଆକୁ ଅତିକମରେ ୫ ଓଭର ବ୍ୟାଟିଂ କରିବାର ଆବଶ୍ୟକ ଥିଲା । ମାତ୍ର ଏହା ସମ୍ଭବ ନୁହେଁ ସ୍ପଷ୍ଟ ହେବାପରେ ମ୍ୟାଚ୍କୁ ବିନା ଫଳାଫଳରେ ବାତିଲ ଘୋଷଣା କରାଯାଇଥିଲା । ଫଳରେ ଉଭୟ ଟିମକୁ ୧ ପଏଣ୍ଟ ଲେଖାଏଁ ମିଳିଛି ।
-
It is unfortunate but the first #AUSvIND T20I has been abandoned due to rain. Both teams get a point each.
— BCCI Women (@BCCIWomen) October 7, 2021 " class="align-text-top noRightClick twitterSection" data="
📸: Getty Images https://t.co/p0iAryifK8 pic.twitter.com/yfKW14r8PI
">It is unfortunate but the first #AUSvIND T20I has been abandoned due to rain. Both teams get a point each.
— BCCI Women (@BCCIWomen) October 7, 2021
📸: Getty Images https://t.co/p0iAryifK8 pic.twitter.com/yfKW14r8PIIt is unfortunate but the first #AUSvIND T20I has been abandoned due to rain. Both teams get a point each.
— BCCI Women (@BCCIWomen) October 7, 2021
📸: Getty Images https://t.co/p0iAryifK8 pic.twitter.com/yfKW14r8PI
ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ମଲ୍ଟି-ଫର୍ମାଟ ସିରିଜରେ ୭-୫ରେ ଆଗୁଆ ରହିଛି । ଟି-୨୦ ସିରିଜର ଅବଶିଷ୍ଟ ୨ଟି ମ୍ୟାଚ୍ରେ ବିଜୟୀ ହେବାକୁ ଭାରତ ଲକ୍ଷ୍ୟ ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ