ETV Bharat / sports

Asian Games 2023: କ୍ରିକେଟରେ ଆଜି ଫାଇନାଲ ମୁକାବିଲା, ମୁହାଁମୁହିଁ ହେବ ଭାରତ ଓ ଆଫଗାନିସ୍ତାନ - ଏସୀୟ କ୍ରୀଡାର କ୍ରିକେଟ

ଏସୀୟ କ୍ରୀଡାର କ୍ରିକେଟରେ ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ । ଅଧିକ ପଢନ୍ତୁ

Asian Games 2023
Asian Games 2023
author img

By ETV Bharat Odisha Team

Published : Oct 7, 2023, 7:34 AM IST

ହଙ୍ଗଝୌ: ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡାର ଆଜି 14ତମ ଦିନ । କ୍ରିକେଟରେ ଆଜି ଫାଇନାଲ ମୁକାବିଲା ରହିଛି । ସ୍ବର୍ଣ୍ଣ ପଦକ ପାଇଁ ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଲଢେଇ ହେବ । ଏସୀୟ କ୍ରୀଡାରେ ଭାରତ ଗୋଟିଏ ପରେ ଗୋଟିଏ ପଦକ ହାସଲ କରି ଚାଲିଥିବା ବେଳେ ଆଜି ମଧ୍ୟ କ୍ରିକେଟରେ ଭାରତର ବିଜୟ ହେବା ନେଇ ଆଶା ରହିଛି । ଋତୁରାଜ ଗାଏକ୍ବାଡ୍‌ଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ ।

ଶୁକ୍ରବାର ପ୍ରଥମ ଓ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳା ଯାଇଥିଲା । ପ୍ରଥମେ ବାଂଲାଦେଶ ଓ ଭାରତ ମଧ୍ୟରେ ଖେଳା ଯାଇଥିଲା । ଏଥିରେ ଭାରତୀୟ ଦଳ ଉଭୟ ବ୍ୟାଟିଂ ବୋଲିରେ ଦମଦାର ପ୍ରଦର୍ଶନ କରିଥିଲା । ପ୍ରଥମେ ବ୍ୟାଟି ପାଇଁ ପଡିଆକୁ ଓହ୍ଳାଇ 20 ଓଭରରେ 9 ଓ୍ବିକେଟ ହରାଇ ମାତ୍ର 96 ରନ କରିଥିଲା ବାଂଲାଦେଶ । ଜବାବରେ ଭାରତ ମାତ୍ର ଗୋଟିଏ ଓ୍ବିକେଟ ହରାଇ 9.2 ଓଭରରେ 97 ରନ ବାଂଲାଦେଶକୁ ପରାସ୍ତ କରି ସିଧା ଫାଇନାଲକୁ ପ୍ରବେଶ କରିଥିଲା । ତିଲକ ବର୍ମା 25 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ।

ସେହିପରି ଦ୍ବିତୀୟ ସେମିଫାଇନଲାରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି 18 ଓଭରରେ 115 ରନ କରି ଅଲଆଉଟ ହୋଇଥିଲା । ଏହାପରେ ଆଫଗାନିସ୍ତାନ ଦମଦାର ବ୍ୟାଟିଂ କରି 4 ଓ୍ବିକେଟରେ ପାକକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଆଜି ସ୍ବର୍ଣ୍ଣ ପଦକ ପାଇଁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ ।

ଏହା ମଧ୍ୟ ପଢନ୍ତୁ-Asian Games 2023: ଜାପାନକୁ ଓଡ଼ିଆ ପୁଅଙ୍କ ଗୋଲ୍‌, ହକିରେ ଭାରତକୁ ଐତିହାସିକ ସ୍ବର୍ଣ୍ଣ

ଅନ୍ୟପଟେ ଆଜି ଏସୀୟ କ୍ରୀଡାରେ ଭାରତର ମହିଳା ସ୍କେଟିଂ, ପୁରୁଷ ବ୍ୟାଟମିଣ୍ଟନ ଓ କବାଡିରେ ଉଭୟ ପୁରୁଷ ଏବଂ ମହିଳାର ଫାଇନାଲ ମୁକାବିଲା ହେବ । ପଦକ ପକ୍କା ହୋଇସାରିଥିଲେ ମଧ୍ୟ ସ୍ବର୍ଣ୍ଣ ପଦକ ପାଇଁ ଆଜି ଭାରତୀୟ ଖେଳାଳି ଲଢେଇ କରିବେ । ଏସୀୟ କ୍ରୀଡାରେ ଭାରତ 100ଟି ପଦକ ହାସଲ କରିବା ଏକ ପ୍ରକାର ଥୟ ହୋଇଛି । ଶୁକ୍ରବାର ଭାରତ ଏସୀୟ କ୍ରୀଡାରେ 9 ପଦକ ହାସଲ କରିଥିଲା । ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ 6ଟି ବ୍ରୋଞ୍ଚ ପଦକ ଏଥିରେ ସାମିଲ ରହିଛି । ଫଳରେ ଭାରତ ପଦକ ସଂଖ୍ୟା 95ରେ ପହଞ୍ଚିଛି ।

ଏସୀୟ କ୍ରୀଡାର 13ତମ ଦିନରେ ହକିରେ ଡିଫେଣ୍ଡିଂ ଚମ୍ପିଆନ୍‌ ଜାପାନକୁ ହରାଇ ସ୍ବର୍ଣ୍ଣ ହାସଲ କରିଥିଲା ଭାରତ । ଭାରତୀୟ ପୁରୁଷ ଟିମ୍‌ ଶୁକ୍ରବାର ଖେଳା ଯାଇଥିବା ହକି ଫାଇନାଲରେ ୨୦୧୮ର ଚମ୍ପିଆନ୍ ଜାପାନକୁ ୫-୧ ଗୋଲରେ ମାତ ଦେଇଥିଲା । ସବୁଠାରୁ ବଡ଼କଥା ହେଉଛି ଏହି ସ୍ବର୍ଣ୍ଣ ପଦକ ଲଢ଼େଇରେ ଭାରତ ପାଇଁ ଗୋଲ କରିଥିଲେ ଓଡ଼ିଆ ପୁଅ ଅମିତ ରୋହିଦାସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.