ETV Bharat / sports

Asia Cup 2023: କଲମ୍ବୋରେ ଏକାଧିକ ରେକର୍ଡ ନିଜ ନାମଁରେ କରିଛି ଭାରତ, ଜାଣନ୍ତୁ କଣ - ଭାରତର ଏସିଆ କପ ରେକର୍ଡ

ଏସିଆ କପ ସୁପର 4 ରାଉଣ୍ଡରେ କଲମ୍ବୋରେ ଏକାଧିକ ରେକର୍ଡ ନିଜ ନାମରେ କରିଛି ଭାରତ । ଜାଣନ୍ତୁ କଣ ସେହି ରେକର୍ଡ । ଅଧିକ ପଢନ୍ତୁ

Asia cup
asia cup 2023
author img

By ETV Bharat Odisha Team

Published : Sep 12, 2023, 1:30 PM IST

କଲମ୍ବୋ : ଏସିଆ କପ ସୁପର 4 ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ଭାରତ ବିରାଟ ବିଜୟ ହାସଲ କରିଛି । ଦୁଇ ଦିନ ବର୍ଷାର ଲୁଚକାଳି ଓ ଫ୍ୟାନ୍ସଙ୍କ ଉତ୍କଣ୍ଠା ଭିତରେ ଠିକ ସମୟରେ ଫର୍ମକୁ ଫେରି ଜବରଦସ୍ତ ବିଜୟ ହାସଲ କରିଛି ନେଇ ମ୍ୟାନ୍‌ ଇନ୍‌ ବ୍ଲ୍ୟୁ । ଏହା କେବଳ ଭାରତୀୟ କ୍ରିକେଟ ଟିମ୍‌ର ବିଜୟ ନୁହେଁ ସମଗ୍ର ଭାରତବାସୀଙ୍କ ବିଜୟ । ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଭାରତର ବାଜିମାତ ସହ ଏସିଆ କପ୍‌ ମ୍ୟାଚ୍‌ରେ କଲମ୍ବୋରେ ଏକାଧିକ ରେକର୍ଡ ନିଜ ନାମରେ କରିଛି ଭାରତ । କଲମ୍ବୋର ପ୍ରେମଦାସ ଷ୍ଟାଡିମୟରେ ବହୁ ରେକର୍ଡ ଭାରତ ଓ ଭାରତୀୟ ଖେଳାଳି ନିଜ ନାଁରେ କରିଛନ୍ତି । ଜାଣନ୍ତୁ କଣ ସେହି ରେକର୍ଡ ।

ଏହା ବି ପଢନ୍ତୁ...Asia Cup 2023 Ind vs Pak: କଲମ୍ବୋରେ କୋହଲିଙ୍କ ରନ୍‌ ବର୍ଷା, ସଚିନ୍‌-ପଣ୍ଟିଂଙ୍କୁ ପଛରେ ପକାଇଲେ

ପାକିସ୍ତାନ ବିପକ୍ଷରେ ସର୍ବାଧିକ, ଏସିଆ କପରେ ରେକର୍ଡ ଭାଗୀଦାରି: ଏସିଆ କପ୍‌ ସୁପର 4 ରାଉଣ୍ଡ୍‌ରେ ପାକିସ୍ତାନ ବିପକ୍ଷରେ ଭାରତ ଦୁଇଟି ରେକର୍ଡ ଭଙ୍ଗ କରିଛି । ବିରାଟ କୋହଲି ଓ କେଏଲ ରାହୁଲଙ୍କ ତୃତୀୟ ୱିକେଟ୍‌ରୁ 194 ବଲ୍‌ ଖେଳି 233ରନ ଗଠନ କରିଥିଲେ । ଦିନିକିଆ କ୍ରିକେଟ୍‌ରେ ଏହା ଉଭୟ ଏସିଆ କପ୍‌ ଓ ପାକିସ୍ତାନ ବିପକ୍ଷରେ ସର୍ବାଧିକ ଭାଗିଦାରୀ । ଏହା ପୂର୍ବରୁ ଏସିଆ କପ୍‌ର ଦିନିକିଆ ଫର୍ମାଟରେ ସର୍ବାଧିକ ଭାଗିଦାରୀ ପାକିସ୍ତାନର ମହମ୍ମଦ ହାଫିଜ ଓ ନାସିର ଜାମଶେଦଙ୍କ ନାମରେ ଥିଲା । 2012 ଏସିଆ କପ୍‌ରେ ଭାରତ ବିପକ୍ଷରେ 224ରନ କରି ରେକର୍ଡ କରିଥିଲେ । ସେହିପରି ପାକିସ୍ତାନ ବିପକ୍ଷ ସମସ୍ତ ଦିନିକିଆ ମ୍ୟାଚରେ ଭାରତର ନବଜୋତ ସିଂ ସିଦ୍ଧୁ ଓ ସଚିନ ତେନ୍ଦୁଲକର 1996ରେ ସାରାଜାହରେ ଅନୁଷ୍ଠିତ ମ୍ୟାଚରେ 21ରନ ଭାଗୀଦାରୀ କରି ରେକର୍ଡ କରିଥିଲେ ।

ସର୍ବାଧିକ ଦଳଗତ ସ୍କୋର୍‌ ସହ ସମକ୍ଷକ: ମ୍ୟାଚରେ ଭାରତ 2ଟି ୱିକେଟ୍‌ ହରାଇ 356ରନର ବିଶାଳ ସ୍କୋର କରିଥିଲା । ଯାହା ପାକିସ୍ତାନ ବିପକ୍ଷରେ ସର୍ବାଧିକ ସ୍କୋର୍‌ କରିବାର ରେକର୍ଡ ସହ ସମକକ୍ଷ ହୋଇଛି । 18 ବର୍ଷ ପୂର୍ବେ 2005ରେ ଭାରତ 9 ୱିକେଟ ହରାଇ 356 ରନ୍‌ କରିଥିଲା । ଏହି ମ୍ୟାଚରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ 148 ରନ କରିଥିଲା । ଭାରତ ଏହି ମ୍ୟାଚ୍‌କୁ 58 ରନ୍‌ରେ ଜିତିଥିଲା ।

ଏହା ବି ପଢନ୍ତୁ...Asia Cup 2023 Ind vs Pak: ଟିମ୍‌ ଇଣ୍ଡିଆ ବ୍ୟାଟିଂ-ବୋଲିଂରେ ଚିତ୍‌ପଟାଙ୍ଗ ପାକିସ୍ତାନ, ୨୨୮ ରନରେ ଭାରତର ବିରାଟ ବିଜୟ

ପ୍ରକାଶ ଥାଉ କି ଏସିଆ କପ୍‌ ସୁପର 4 ରାଉଣ୍ଡରେ ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର ଏକ ମ୍ୟାଚ୍‌ ଖେଳାଯାଇଥିବା । ବର୍ଷା ହେବା କାରଣରୁ ମ୍ୟାଚ୍‌ ରିଜର୍ଭ ଡେ' ଅର୍ଥାତ ଗତକାଲି(ସୋମବାର) ଖେଳାଯାଇଥିଲା । ପ୍ରଥମ ଦିନ ଭାରତ 2ଟି ୱିକେଟ ହରାଇ 147 ରନ କରିଥିଲା । ଅଧିକନାୟକ ରୋହିତ ଶର୍ମା 56 ଓ ଶୁଭମନ ଗିଲ 58 ରନ କରି ଆଉଟ ହୋଇଥିଲା । ଏହାପରେ ସୋମବାର 24.1 ଓଭରରୁ ଅବଶିଷ୍ଟ ମ୍ୟାଚ ଆରମ୍ଭ ହୋଇଥିଲା । ଆଉ କ୍ରିଜରେ ଥିଲେ କିଙ୍ଗ୍‌ କୋହଲି ଓ କେଏଲ୍‌ ରାହୁଲ୍‌ । ଜବରଦସ୍ତ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ ଦୁଇ ବିସ୍ଫୋରକ ବ୍ୟାଟର । ଚୌକା ଛକା ବର୍ଷା କରି ଉଭୟ ଆଗ ପଛ ହୋଇ ଶତକ ହାସଲ କରିଥିଲେ ।

ଏହା ବି ପଢନ୍ତୁ...ହାରିଲା ପାକ୍ ଜିତିଲା ଭାରତ, ବିଜୟ ଉତ୍ସବ ମନାଇଲେ ଫ୍ୟାନ୍ସ

ଏହି ଯୋଡ଼ିକୁ ଭାଙ୍ଗିବା ପାକିସ୍ତାନ ବୋଲରଙ୍କ ପାଇଁ କାଠିକର ପାଠ ହୋଇଥିଲା । ନିର୍ଦ୍ଧାରିତ ଓଭରରେ ଭାରତ 2ଟି ୱିକେଟ୍‌ ହରାଇ 356ରନ କରିଥିଲା । କୋହିଲ ଓ ରାହୁଲ ଯଥାକ୍ରମେ ଅପରାଜିତ 122 ଓ 111 ରନ୍‌ କରିଥିଲେ । ପାକିସ୍ତାନ ଟାର୍ଗେଟ୍‌ ହାସଲ କରିବାରେ ବିଫଳ ହୋଇଥିଲା । ଦଳ 128ରନରେ ଆଲଆଉଟ୍‌ ହୋଇଥିଲା । ଘାତକ ବୋଲିଂ କରିଥିବା କୂଳଦୀପ ଯାଦବ 5ଟି ୱିକେଟ୍‌ ହାସଲ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.