କଲମ୍ବୋ: ସୁପର ସନଣ୍ଡେରେ ସୁପର ମୁକାବିଲା । କ୍ରିକେଟ ପ୍ରେମୀ ହୋଇଯାଆନ୍ତୁ ପ୍ରସ୍ତୁତ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । କଲମ୍ବୋରେ ହେବ ସୁପର ଫାଇଟ । ଦୀର୍ଘ 18 ଦିନର ଲଢେଇ ପରେ ଆଜି ଏସିଆ କପ ଫାଇନାଲ ମ୍ୟାଚ ଖେଳାଯିବ । ଗୋଟିଏ ପଟେ 7ଥର ଏସିଆ କପ ଚମ୍ପଆନ ଭାରତ ଅନ୍ୟ ପଟେ ଡିଫେଣ୍ଡି ଚମ୍ପିଆନ ଶ୍ରୀଲଙ୍କା । ଫାଇନାଲ ମୁକାବିଲାରେ ଆଜି 7ଥର ଚମ୍ପିଆନ ଭାରତ ଓ 6ଥର ଟ୍ରଫି ହାତେଇଥିବା ଦଳ ତଥା ଡିଫେଣ୍ଡି ଚମ୍ପିଆନ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ଅପରାହ୍ନ 3ଟାରୁ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ । 2018ରେ ଚମ୍ପିଆନ ହୋଇଥିବା ଭାରତ 5 ବର୍ଷର ଟ୍ରଫି ମରୁଡିର ଅନ୍ତ ଘଟାଇ ଅଷ୍ଟମ ଥର ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି ଭାରତ । ସେହିପରି ଘରୋଇ ମାଟିର ଫାଇଦା ନେଇ ସପ୍ତମ ଥର ଏସିଆ କପ ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି ଡିଫେଣ୍ଡି ଚମ୍ପିଆନ ଶ୍ରୀଲଙ୍କା । ଉଭୟ ଦଳ ମଧ୍ୟରେ ଜୋରଦାର ପ୍ରସ୍ତୁତି କରିଛନ୍ତି ।
-
🚨 NEWS: Washington Sundar replaces Axar Patel
— BCCI (@BCCI) September 16, 2023 " class="align-text-top noRightClick twitterSection" data="
Mr. Axar Patel has been ruled out of the #AsiaCup2023 final against Sri Lanka due to a left quadriceps strain sustained during India's Super Four match against Bangladesh on Friday. #TeamIndia
Details 🔽https://t.co/CNZ2DDlBBa
">🚨 NEWS: Washington Sundar replaces Axar Patel
— BCCI (@BCCI) September 16, 2023
Mr. Axar Patel has been ruled out of the #AsiaCup2023 final against Sri Lanka due to a left quadriceps strain sustained during India's Super Four match against Bangladesh on Friday. #TeamIndia
Details 🔽https://t.co/CNZ2DDlBBa🚨 NEWS: Washington Sundar replaces Axar Patel
— BCCI (@BCCI) September 16, 2023
Mr. Axar Patel has been ruled out of the #AsiaCup2023 final against Sri Lanka due to a left quadriceps strain sustained during India's Super Four match against Bangladesh on Friday. #TeamIndia
Details 🔽https://t.co/CNZ2DDlBBa
କଲମ୍ବୋରେ ହେବ କଡ୍ଡା ଟକ୍କର: ଚଳିତ ଏସିଆ କପରେ ଭାରତ ଆଶାନ୍ବିତ ଭଲ ପ୍ରଦର୍ଶନ କରିଛି । ଲିଗ ପର୍ଯ୍ୟାୟରେ ପାରମ୍ପିରକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଥିଲା । ଫଳରେ ଦୁଇ ଦଳ ପଏଣ୍ଟ ଭାଗ କରିଥିଲେ । ଦ୍ବିତୀୟ ମ୍ୟାଚରେ ନେପାଳ ବିପକ୍ଷରେ 10 ୱିକେଟରେ ବିଜୟ ହାସଲ କରି ସୁପର 4 ରାଉଣ୍ଡରେ ପ୍ରବେଶ କରିଥିଲା ଟିମ ଇଣ୍ଡିଆ । ଏସିଆ କପ ସୁପର 4 ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ଏକ ବିରାଟ ବିଜୟ ହାସଲ କରିଥିଲା ମ୍ୟାନ ଇନ ବ୍ଲ୍ୟୁ । ବିରାଟ କୋହଲି କେଏଲ ରାହୁଲଙ୍କ ଶତକ ଓ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ବଳରେ ପାକିସ୍ତାନକୁ 228 ରନରେ ପରାସ୍ତ କରିଥିଲା ଭାରତ । ସେହିପରି ସୁପର 4 ରାଉଣ୍ଡର ଦ୍ବିତୀୟ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ 41 ରନରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲା ଟିମ ଇଣ୍ଡିଆ । ମାତ୍ର ବାଂଲାଦେଶ ବିପକ୍ଷରେ ଖେଳିଥିବା ଶେଷ ମ୍ୟାଚରେ 6 ରନରେ ପରାସ୍ତ ହୋଇଥିଲା । ଆଜି ଫାଇନାଲରେ ଡିଫେଣ୍ଡି ଚମ୍ପିଆନ ଶ୍ରୀଲଙ୍କାକୁ ଭେଟିବାକୁ ଯାଉଛି ଭାରତ ।
ଭାରତ ବନାମ ଶ୍ରୀଲଙ୍କା ଫାଇନାଲ ଫାଇଟ: ଭାରତ 7ଥର ଏସିଆ କପ ଚାମ୍ପିଆନ ହୋଇଛି । ଆଜି ଶ୍ରୀଲଙ୍କାକୁ ହରାଇ 5 ବର୍ଷ ଟ୍ରଫି ମରୁଡିର ଅନ୍ତ ଆଶା କରାଯାଉଛି । ଶେଷ ଥର ପାଇଁ ଭାରତ 2018ରେ ଏସିଆ କପ ଜିତିଥିଲା । ଅଧିନାୟକ ରୋହିତ ଶର୍ମା 250ତମ ମ୍ୟାଚ ଖେଳିବାକୁ ଯାଉଛନ୍ତି । ରୋହିତ ଶର୍ମା ଆଜି ତାଙ୍କର 250ତମ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛନ୍ତି । ବାଂଲାଦେଶ ବିପକ୍ଷରେ ଖାତା ଖୋଲି ପାରନଥିବା ରୋହିତ ଆଜି ସଫଳ ଇନିଂସ ଖେଳିବେ ବୋଲି ଆଶା କରାଯାଉଛି । ରୋହିତ 249ଟି ଦିନିକିଆ ମ୍ୟାଚ ଖେଳି 10,031 ରନ କରିଛନ୍ତି । ସେହିପରି ଫର୍ମରେ ଥିବା ବିରାଟ କୋହଲି, କେଏଲ ରାହୁଲଙ୍କଠୁ ମଧ୍ୟ ଦମଦାର ବ୍ୟାଟିଂ ଆଶା କରୁଛନ୍ତି ଫ୍ୟାନ୍ସ । ବାଂଲାଦେଶ ବିପକ୍ଷରେ ଉପଯୋଗୀ ଇନିଂସ ଖେଳିଥିବା ଅକ୍ଷର ପଟେଲ ଆହତ ପାଇଁ ଆଜିର ମ୍ୟାଚରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସ୍ଥାନ ମିଳିଛି । ବୋଲିଂରେ କୁଳଦୀପ ଯାଦବ ଓ ଯଶପ୍ରୀତ ବୁମରାଙ୍କ ଉପରେ ନଜର ରହିବ । 8ଥର ଏସିଆ କପ ଚମ୍ପିଆନ ହେବାକୁ ହେଲେ ଦଳକୁ ସମସ୍ତ ତ୍ରୁଟି ସୁଧାରି ଉଭୟ ବ୍ୟାଟିଂ ଓ ବୋଲିରେ ଦମଦାର ପ୍ରଦର୍ଶନ କରିବାକୁ ହେବ ।
ଅନ୍ୟପଟେ 6ଥର ଏସିଆ କପ ଚମ୍ପିଆନ ହୋଇଥିବା ତଥା ଡିଫେଣ୍ଡି ଚମ୍ପିଆନ ଶ୍ରୀଲଙ୍କା ମଧ୍ୟ ଚଳିତ ଏସିଆ କପରେ ଭଲ ପ୍ରଦର୍ଶନ କରିଛି । ଭାରତଠୁ ପରାସ୍ତ ହୋଇଥିଲେ ସୁଦ୍ଧା ପାକିସ୍ତାନ ବିପକ୍ଷରେ ଶେଷ ବଳରେ ଦଳ ଯେଉଁ ବିଜୟ ହାସଲ କରିଥିଲା ତାହାକୁ ଏଡାଇ ଦିଆଯାଇନପାରେ । ଦଳ ପାଖରେ ଯଥେଷ୍ଟ କ୍ଷମତା ରହିଛି । ଶ୍ରୀଲଙ୍କା ବିପକ୍ଷରେ ଭାରତର ପଲ୍ଲା ଭାରି ରହିଥିଲେ ସୁଦ୍ଧା ଶ୍ରୀଲଙ୍କା ବିପର୍ଯ୍ୟୟ ଘଟାଇବାକୁ ପ୍ରୟାସ କରିବ । ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କାର ବିଜୟ ଦଳର ମନୋବଳକୁ ଦୃଢ କରିଛି । ଏସିଆ କପ ଇତିହାସରେ ଶ୍ରୀଲଙ୍କା ସର୍ବାଧିକ 12 ଥର ଫାଇନାଲରେ ପ୍ରବେଶ କରିଛି । ଭାରତ ବିପକ୍ଷ ମ୍ୟାଚରେ ଦଳ ପରାସ୍ତ ହୋଇଥିଲେ ସୁଦ୍ଧା ଦୁନିଥ ୱେଲାଲଗେ ବୋଲିଂ ପ୍ରଶଂସନୀୟ ଥିଲା । ସେ ଉକ୍ତ ମ୍ୟାଚରେ 5ଟି ଟପ ବ୍ୟାଟରଙ୍କୁ ପାଭିଲିୟନ ପଠାଇଥିଲେ । ଭାରତକୁ ଟକ୍କର ଦେବାକୁ ହେଲେ ଶ୍ରୀଲଙ୍କାକୁ କୁଳଦୀପ ଯାଦବ ଓ ବୁମରାକୁ ମୁକାବିଲା କରିବାକୁ ପଡିବ । ଶ୍ରୀଲଙ୍କା ଆଜି ତାର ଏକାଦଶରେ ପରିବର୍ତ୍ତନ କରିପାରେ । ସ୍ପିନର ମହୀଶ ତୀକ୍ଷଣା ଆହତ ହୋଇଛନ୍ତି । ତାଙ୍କ ସ୍ଥାନରେ ସ୍ପିନର ଦୁସାନ ହେମନ୍ତଙ୍କୁ ସୁଯୋଗ ମିଳିପାରେ ।
ଏହା ବି ପଢନ୍ତୁ...Asia Cup 2023: ଶୁଭମନଙ୍କ ଲଢ଼ୁଆ ଶତକ, ବାଂଲାଦେଶଠୁ ହାରିଲା ଭାରତ
ଭାରତ ସମ୍ଭାବ୍ୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ଈଶାନ କିଷାନ/ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦୁଳ ଠାକୁର/ୱାଶିଂଟନ ସୁନ୍ଦର, କୁଳଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା ।
ଶ୍ରୀଲଙ୍କା ସମ୍ଭାବ୍ୟ ଦଳ: କୁଶଳ ପେରେରା, ପଥୁନ ନିଶଙ୍କା, କୁଶଲ ମେଣ୍ଡି, ସଦିରା ସମରବିକ୍ରମା, ଚରିଥ ଆଶାଲଙ୍କା, ଧନଞ୍ଜୟ ଡି ସିଲଭା, ଡାସୁନ ଶଣକା (ଅଧିନାୟକ), ଦୁନିଥ ୱେଲାଲଗେ, ଦୁସାନ ହେମନ୍ତ, ମଥିଶା ପତିରଣା, କାସୁନ ରଜିଥା ।