ETV Bharat / sports

Asia Cup: ବାଂଲାଦେଶକୁ ହରାଇ ସୁପର 4ରେ ଶ୍ରୀଲଙ୍କା

author img

By

Published : Sep 2, 2022, 11:31 AM IST

ଚଳିତ ଏସିଆ କପ୍ (Asia Cup) ଟୁର୍ଣ୍ଣାମେଣ୍ଟ ଗୃପ ବି' ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଶ୍ରୀଲଙ୍କା । ଅଧିକ ପଢନ୍ତୁ

ବାଂଲାଦେଶକୁ ହରାଇ ସୁପର 4ରେ ଶ୍ରୀଲଙ୍କା
ବାଂଲାଦେଶକୁ ହରାଇ ସୁପର 4ରେ ଶ୍ରୀଲଙ୍କା

ଦୁବାଇ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଗୃପ ବି' ମ୍ୟାଚରେ ବାଂଲାଦେଶକୁ 2 ୱିକେଟରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି ଶ୍ରୀଲଙ୍କା । ବିଜୟ ସହ ସୁପର 4 ରାଉଣ୍ଡକୁ ପ୍ରବେଶ କରିଛି ଦଳ । ପ୍ରଥମ ମ୍ୟାଚରେ ଆଫାଗାନିସ୍ତାନଠୁ ପରାସ୍ତ ହୋଇଥିଲା ଶ୍ରୀଲଙ୍କା ମାତ୍ର ଦ୍ବିତୀୟ ମ୍ୟାଚରେ ଜବରଦସ୍ତ କମବ୍ୟାକ୍ କରିଛି । ବାଂଲାଦେଶ ଆଫାଗାନିସ୍ତାନଠୁ ପ୍ରଥମ ମ୍ୟାଚ ହାରିଥିଲା । ଏହାପରେ ଶ୍ରୀଲଙ୍କା ଠାରୁ ଦ୍ବିତୀୟ ମ୍ୟାଚ ହାରିବା ପରେ ଦଳର ଏସିଆ କପ୍(Asia Cup) ଅଭିଯାନ ଶେଷ ହୋଇଛି ।

ଟସ୍ ଜିତି ଶ୍ରୀଲଙ୍କା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିଲା ବାଂଲାଦେଶ । ଦଳ ପକ୍ଷରୁ ମେହଦି ହାସାନ ମିରାଜ ଓ ସବିର ରେହମାନ ପାଳି ଆରମ୍ଭ କରିଥିଲେ । ଦଳୀୟ ସ୍କୋର 19ରେ ବ୍ୟକ୍ତିଗତ 5 ରନ କରି ସବିର ଆଉଟ ହୋଇଥିଲେ । ମିରାଜ ଆକ୍ରାମଣତ୍ମକ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ତାଙ୍କୁ ସାଥ ଦେଇଥିଲେ ସକିବ ଅଲ ହାସନ । ଦଳୀୟ ସ୍କୋର 58ରେ ମିରାଜ 38 ରନ କରି ଆଉଟ ହୋଇଥିଲେ । ମଧ୍ୟଭାଗରେ ମୁସଫିକର ରହିମା (4) ରନ କରି ନିରାଶ କରିଥିଲେ । ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ରନ ବଳରେ ଦଳୀୟ ସ୍କୋର 183ରେ ପହଞ୍ଚିଥିଲା । 7 ୱିକେଟ ହରାଇ ବାଂଲାଦେଶ 183 ରନ କରିଥିଲା । ସାକିବ 24, ଅଫିଫ 39, ମୋସାଦେକ ହୋସେନ ଅପରାଜିତ 24 ଓ ଟସ୍କିନ ଅହମ୍ମଦ ଅପରାଜିତ 11 ରନ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ୱାନିନ୍ଦୁ ହସରଙ୍ଗା ଓ ଚାମିକା କରୁଣାରତ୍ନେ 2ଟି ଲେଖାଏଁ ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...ରୋହିତଙ୍କ ଆଉ ଏକ ମାଇଲଷ୍ଟୋନ, T-20ରେ ଅତିକ୍ରମ କଲେ 3500 ରନ୍

184 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଶ୍ରୀଲଙ୍କା । ପ୍ରତି ମୂହୂର୍ତ୍ତରେ ମ୍ୟାଚରେ ରୋମାଞ୍ଚକର ହୋଇଥିଲା । ପ୍ରତି ବଲରେ ମ୍ୟାଚର ମୋଡ ବଦଳୁଥିଲା । 184 ରନ ବିଜୟ ଲକ୍ଷ୍ୟ ପିଛା କରୁଥିବା ଶ୍ରୀଲଙ୍କା ପ୍ରାରମ୍ଭରୁ ଆକ୍ରାମଣାତ୍ମକ ବ୍ୟାଟିଂ କରିଥିଲେ ହେଁ ମଧ୍ୟ ଭାଗରେ ୱିକେଟ ହରାଇଥିଲା । ପ୍ରଥମରୁ କୁଶଳ ମେଣ୍ଡିସ ଓ ନିଶଙ୍କା 45 ରନ କରି ମୂଳଦୁଆ ପକାଇଥିଲେ । ଅଧିନାୟକ ଡାସୁନ ଶଣକା ଦୃଢ ବ୍ୟାଟିଂ ଜାରି ରଖି ବିଜୟ ଆଶା ଉଜ୍ଜିବୀତ ରଖିଥିଲେ । ତଥାପି ବାଂଲାଦେଶ ନିୟମିତ ବ୍ୟବଧାନରେ ୱିକେଟ ନେଉଥିଲା । 18.5 ଓଭରରେ ଚାମିକା କରୁଣାରତ୍ନେ ଆଉଟ ହେବା ପରେ ବାଂଲାଦେଶର ବିଜୟ ନିଶ୍ଚିନ୍ତ ବୋଲି ଦେଖିବାକୁ ମିଳିଥିଲା । ପରବର୍ତ୍ତୀ 6 ବଲରେ ଶ୍ରୀଲଙ୍କାର ମାହିସ ତୀକ୍ଷଣା ଓ ଅସିଥା ଫର୍ଣ୍ଣାଣ୍ଡୋ 13 ରନ ସଂହହ କରି ନେଇଥିଲେ । ନିୟମିତ ବ୍ୟବଧାନରେ ଶ୍ରୀଲଙ୍କା ୱିକେଟ ହାଇଥିଲେ ମଧ୍ୟ 19.2 ଓଭରରେ 8 ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା । ବାଂଲାଦେଶର ବିଜୟ ସ୍ବପ୍ନ ମଉଳି ଯାଇଥିଲା । ବିଜୟ ସହ ସୁପର 4ରେ ପ୍ରବେଶ କରିଛି ଶ୍ରୀଲଙ୍କା ଟିମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.