ETV Bharat / sports

Asia Cup 2022: ଶ୍ରୀଲଙ୍କାଠୁ ହାରି ବିଦାୟ ଦ୍ବାରରେ ଭାରତ

author img

By

Published : Sep 7, 2022, 7:43 AM IST

ଚଳିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଭାରତର ଦ୍ବିତୀୟ ପରାଜୟ ହୋଇଛି । ମଙ୍ଗଳବାର ଅନୁଷ୍ଠିତ ସୁପର ଫୋର ପର୍ଯ୍ୟାୟ ମ୍ୟାଚରେ ଶ୍ରୀଲଙ୍କା ଭାରତକୁ 6 ୱିକେଟରେ ପରାସ୍ତ କରିଛି । ଅଧିକ ପଢନ୍ତୁ

Asia Cup 2022
Asia Cup 2022

ହାଇଦ୍ରାବାଦ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଭାରତର ଲଗାତର ଦ୍ବିତୀୟ ପରାଜୟ ହୋଇଛି । ସୁପର ଫୋର ରାଉଣ୍ଡରେ ଶ୍ରୀଲଙ୍କାଠୁ ପରାସ୍ତ ହୋଇଛି ଟିମ ଇଣ୍ଡିଆ । 6 ୱିକେଟରେ ସୁପର ଫୋର ମ୍ୟାଚକୁ ଜିତି ନେଇଛି ଶ୍ରୀଲଙ୍କା । ଭାରତର ଏହି ପରାଜୟ ପାଇଁ ଏସିଆ କପ୍ ବିଦାୟ ଦ୍ବାରରେ ପହଞ୍ଚିଛି । ସେପଟେ ଲିଗ ପର୍ଯ୍ୟାୟର ପ୍ରଥମ ମ୍ୟାଚ ହାରିବା ପରେ ଜବରଦସ୍ତ କମବ୍ୟାକ କରିଛି ଶ୍ରୀଲଙ୍କା । ଲଗାତାର ଦ୍ବିତୀୟ ମ୍ୟାଚ ଜିତି ଫାଇନାଲ ନିକଟତର ହୋଇଛି ଦଳ । ଅଲରାଉଣ୍ଡର ପ୍ରଦର୍ଶନ କରି ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିବା ଅଧିନାୟକ ଡାସୁନ ଶଣକା ପ୍ଲେୟାର ଅଫ ଦ ମ୍ୟାଚ ବିବେଚତି ହୋଇଛନ୍ତି ।

ଟସ ଜିତି ଶ୍ରୀଲଙ୍କା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ପାଳି ଆରମ୍ଭ କରିଥିଲା ଟିମ ଇଣ୍ଡିଆ । ମାତ୍ର 13 ରନରେ 2ଟି ୱିକେଟ ହରାଇଥିଲା ଭାରତ । ଓପନର କେ ଏଲ ରାହୁଲ (6) ରନ କରି ଆଉଟ ହୋଇଥିଲେ । ବିରାଟ କୋହଲି ଖାତା ଖୋଲି ନପାରି ସଅଳ ପାଭିଲିୟନ ଫେରିଥିଲେ । ଅପରାଜିତ ଓପନର ରୋହିତ ଶର୍ମା ଦୃଢ ବ୍ୟାଟିଂ କରିବା ସହ ସୂର୍ଯ୍ୟକୁମାର ଯାଦବ ତାଙ୍କ ସାଥ ଦେଇଥିଲେ । ଉଭୟ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । 32 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ରୋହିତ । ତୃତୀୟ ୱିକେଟରେ ଦଳ 97 ରନ ସଂଗ୍ରହ କରିଥିଲା । ଦଳୀୟ ସ୍କୋର 110ରେ ରୋହିତ 41 ବଲରୁ ବ୍ୟକ୍ତିଗତ 72 ରନ କରି ଆଉଟ ହୋଇଥିଲେ । ଏହାପରେ ନିୟମିତ ବ୍ୟବଧାନରେ ଭାରତ ୱିକେଟ ହରାଇଥିଲା । ସୂର୍ଯ୍ୟକୁମାର 34, ଋଷବ ପନ୍ତ 17, ଦୀପକ ହୁଡା 3 ରନ କରି ଆଉଟ ହୋଇଥିଲେ । ରବି ଚନ୍ଦ୍ରନ ଅଶ୍ବିନ 7ଟି ବଲରୁ ଅପରାଜିତ 15 ରନ କରି ଦଳୀୟ ସ୍କୋରକୁ 173ରେ ପହଞ୍ଚାଇଥିଲେ । ଭାରତ 8 ୱିକେଟ ହରାଇ 173 ରନ ସଂଗ୍ରହ କରିଥିଲା ।

ଏହା ବି ପଢନ୍ତୁ....ପୂର୍ବତନ ବକ୍ସର ବିରଜୁ ଶାହାଙ୍କ ବିୟୋଗ, ଶୋକ ପ୍ରକାଶ କରିଲା BFI

174 ରନ ବିଜୟ ଲକ୍ଷ୍ୟ ନେଇ ଶ୍ରୀଲଙ୍କାର ଦୁଇ ଓପରନ କୁଶଳ ମେଣ୍ଡିସ ଓ ପଥୁମ ନିଶଙ୍କା ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦଳୀୟ ସ୍କୋର 97ରେ ଦଳର ପ୍ରଥମ ୱିକେଟ ପତନ ହୋଇଥିଲା । ବ୍ୟକ୍ତିଗତ 52 ରନ କରି ନିଶଙ୍କା ଆଉଟ ହୋଇଥିଲେ । ଏହାପରେ କ୍ରିଜକୁ ଆସିଥିବା ଚରିଥ ଆଶଲଙ୍କା ଖାତା ଖୋଲି ପାରି ନଥିଲେ । ପରେ ପରେ ଦନୁଷ୍କା ଗୁଣତିଲକ 1, ମେଣ୍ଡିସ ଦଳୀୟ ସ୍କୋରକୁ 110ରେ ପହଞ୍ଚାଇ ଆଉଟ ହୋଇଥିଲେ। ମେଣ୍ଡିସ 57 ରନ କରିଥିଲେ। ଏହାପରେ ଭାନୁକା ରାଜାପକ୍ସା ଓ ଶଣକା ଲଢୁଆ ବ୍ୟାଟିଂ କରି ବିଜୟ ଆଶା ବଞ୍ଚାଇ ଥିଲେ । 18 ବଲରେ ବିଜୟ ପାଇଁ 33 ରନ ଦରକାର ଥିଲା । ହାର୍ଦ୍ଦିକ ପାଣ୍ଡ୍ୟା 18 ତମ ଓଭରରେ 12 ରନ ପ୍ରଦାନ କରିଥିଲେ । ଭୁବନେଶ୍ବର ନିରାଶ କରି 19 ତମ ଓଭରରେ 14 ରନ ଦେଇଥିଲେ । ଗୋଟିଏ ବଲ ବାକି ଥାଇ ଆବଶ୍ୟକୀୟ 7 ରନ ସହଜରେ ଶ୍ରୀଲଙ୍କା ହାସଲ କରି ନେଇଥିଲା ।

ଲଗାତର ଦ୍ବିତୀୟ ପରାଜୟ ସହ ଭାରତ ବିଦାୟ ଦ୍ବାରରେ ପହଞ୍ଚିଛି । ଆଜି (ବୁଧବାର) ପାକିସ୍ତାନ ଓ ଆଫଗାନିସ୍ତାନ ମୁକାବିଲା ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ । ଯଦି ଆଫଗାନିସ୍ତାନ ଜିତେ ତେବେ ଭାରତର ଫାଇନାଲ ଆଶା ଉଜ୍ଜୀବିତ ହେବ । ପାକିସ୍ତାନ ଜିତିଲେ ଭାରତର ଟାଇଟଲ ଆଶା ମଉଳି ଯିବ । ଶେଷ ମ୍ୟାଚରେ ଆଫଗାନିସ୍ତାନଠୁ ଜିତିଲେ ବି ଭାରତ ଫାଇନାଲରେ ପ୍ରବେଶ କରି ପାରିବନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.